
ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ରାଇନି ଗ୍ରାମରେ ଏକ ବରଫ ହ୍ରଦରେ ସୃଷ୍ଟ ବନ୍ୟାରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକଖବର ଭାଇରାଲ ହେବା ସହ ମିଥ୍ୟା ଦାବିରେ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଆରଏସଏସ କର୍ମି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ପିଡ଼ିତମାଙ୍କୁ ସାହାର୍ଯ୍ୟ କରିବା ପାଇଁ ଯାଇଥିବାର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା।
12 ଫେବୃଆରିରେ Somanath Somanath ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଉତ୍ତରାଖଣ୍ଡ ଚମୋଲୀ ତପୋବନଠାରେ ହୋଇଥିବା ବନ୍ୟା ପିଡ଼ିତଙ୍କୁ ସାହାର୍ଯ୍ୟ କରିବା ପାଇଁ ଆରଏସଏସ କର୍ମି ପୋହଞ୍ଚିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଚମୋଲୀ.. ତପୋବନ… ପାଖାପାଖି 13 ଗୋଟି ଗାଁ ପୂରା ଧ୍ବସଂସ୍ତୁପରେ ପରିଣତ ହୋଇ ସାରିଛି ! ଶହ ଶହ ସ୍ତ୍ରୀ – ପୁରୁଷ ଖୋଲାରେ ପଡି ରହିଛନ୍ତି ! ଦିନ ସମୟ ଯେମିତି ସେମିତି କଟି ଯାଉଛି, ହେଲେ ରାତ୍ରିର ତାପମାତ୍ରା 1-2 ଡିଗ୍ରୀ ହୋଇ ଯାଉଛି ! ତା ଉପରେ ଜଙ୍ଗଲୀ ଭାଲୁଙ୍କର ଭୟ ! ପୋଲ ଭାସି ଯାଇଛି ! ସଡକର ଚିହ୍ନବର୍ଣ୍ଣ ନାହିଁ ! ଏପରି ସ୍ଥଳେ ଖାଦ୍ୟ ବସ୍ତା ଗୁଡିକୁ କିଏ କାନ୍ଧରେ ବୋହି ବିପନ୍ନ ଲୋକଙ୍କ ପାଖରେ ପହଂଚାଇବ ???ପ୍ରଣାମ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ {RSS} ର ଏହି ନିଷ୍ଠାବାନ ସ୍ୱୟଂସେବକ ମାନଙ୍କୁ, ତାଙ୍କର ନିଷ୍ଠାକୁ l ମୁଁ ଗର୍ବ କରେ କି ମୁଁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜଣେ ସ୍ଵୟଂସେବକ ବୋଲି।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଆରଏସଏସ କର୍ମି ଉତ୍ତରାଖଣ୍ଡ ଚମୋଲୀ ତପୋବନଠାରେ ହୋଇଥିବା ବନ୍ୟା ପିଡ଼ିତଙ୍କୁ ସାହାର୍ଯ୍ୟ କରିବା ପାଇଁ ପୋହଞ୍ଚିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋ ଗୁଡ଼ିକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।
ଫଟୋ-1
ପୋଷ୍ଟରେ ଥିବା ଫଟୋର ରିଭର୍ସ ଇମେଜ କରିବାରୁ ଭାଇରାଲ ଫଟୋ ଆମକୁ samvada ପେଜରେ ମିଳିଲା। ଯାହାକି 2013ରେ ପ୍ରକାଶିତ କରାଯାଇଚି। ଏହି ଆର୍ଟିକିଲ ଅନୁଯାୟୀ, 2013 ରେ ଉତ୍ତରାଖଣ୍ଡରେ ହୋଇଥିବା ବନ୍ୟା ଦ୍ୱାରା ପ୍ରଭାବିତମାନଙ୍କ ପାଇଁ ରିଲିଫ ସାମଗ୍ରୀ ଯୋଗାଇଦେଇଥିଲେ। ଏହା ସହିତ ସମ୍ବାଦ youtube ଚ୍ୟାନେଲରେ 2013 ମସିହାର ଏକ ଭିଡିଓ ପାଇଲୁ। ଯେଉଁଥିରେ 2013 ଉତ୍ତରାଖଣ୍ଡ ବନ୍ୟା ସମୟରେ RSS ଦ୍ୱାରା ରିଲିଫ୍ କାର୍ଯ୍ୟ ବିଷୟରେ ରିପୋର୍ଟ କରିଥିଲା। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- samvada । Archive
ଫଟୋ-2
ପରେ ଆମକୁ ଦ୍ୱିତିୟ ଫଟୋ swarajyamag ପେଜରେ ମିଳିଲା। ଯାହାକି ଏପ୍ରିଲ 2020ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ଭାଇରାଲ ଫଟୋ କୋରୋନା ମହାମାରି ସମୟର ଅଟେ। ଆରଏସଏସ କର୍ମି କୋରୋନା ମହାମାରି ସମୟରେ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଉଥିବାର ଦୃଶ୍ୟ ଅଟେ। ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଫଟୋର ବର୍ତ୍ତମାନ ଉତ୍ତରାଖଣ୍ଡ ବାତ୍ୟା ପିଡ଼ିତଙ୍କ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- swarajyamag । Archive
ଫଟୋ-3,4
ଏହାପରେ ଆମକୁ ଅନ୍ୟ ଦୁଇଟି ଫଟୋ rss.org ପେଜରେ ମିଳିଲା। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ। ଭାଇରାଲ ଫଟୋ 2013 ଉତ୍ତରାଖଣ୍ଡ ବିପଦ ସମୟର ଅଟେ। ସେତେବେଳେ ଆରଏସଏସ କର୍ମି ପିଡ଼ିତଙ୍କୁ ସାହାର୍ଯ୍ୟ କରୁଥିବାର ଫଟୋ ଅଟେ। ତେଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-rss.org । Archive
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, 2013 ପୁରୁଣା ଫଟୋକୁ ବର୍ତ୍ତମାନ ଉତ୍ତରାଖଣ୍ଡ ବନ୍ୟା ପିଡ଼ିତଙ୍କୁ ଆରଏସଏସ ସାହାର୍ଯ୍ୟ କରୁଥିବା ଦାବିରେ ଭାଇରାଲ କରାଯାଉଛି।

Title:2013 ଫଟୋକୁ ବର୍ତ୍ତମାନ ଉତ୍ତରାଖଣ୍ଡ ବନ୍ୟା ପିଡ଼ିତଙ୍କୁ ଆରଏସଏସ ରିଲିଫ ବାଣ୍ଟୁଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Sariatdevi SamalResult: False