କ’ଣ ବିଜେପି ସରକାର ଇଣ୍ଡିଆନ ଅଏଲ୍ କମ୍ପାନୀକୁ ଅଦାନି ଗ୍ରୁପ୍ କମ୍ପାନୀକୁ ବିକି ଦେଇଛି? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ଇନ୍ଧନ ମୂଲ୍ୟ ବୃଦ୍ଧି ପରେ କମ୍ପାନୀ ଗୁଡ଼ିକର ଗରୋଇକରଣ ବିଷୟରେ ସୋସିଆଲ ମିଡିଆରେ ବିଭିନ୍ନ ଖବର ପ୍ରସାରିତ ହେଉଛି। ଏହା ମଧ୍ୟରୁ କେତେକ ବିଭ୍ରାନ୍ତିକର ଖବର ପ୍ରସାର କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ପୋଷ୍ଟ କରା ଯାଉଛି। ଏହି ସମୟରେ ସୋସିଆଲ ମିଡିଆରେ ଇଣ୍ଡିଆନ ଅଏଲ୍ – ଅଦାନି ଯାସ ନାମକ ଏକ ଇନ୍ଧନ ଷ୍ଟେସନର ଫୋଟୋ ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବିଜେପି ସରକାର ଇଣ୍ଡିଆନ ଅଏଲ୍ ନିଗମ ଲିମିଟେଡ (ଆଇଓସିଏଲ) କୁ ଅଦାନି ଗ୍ରୁପ୍ ଅଫ ଇଣ୍ଡଷ୍ଟ୍ରିଜକୁ ବିକ୍ରି କରିଛି। ଏହି କାରଣରୁ ଏହି ପେଟ୍ରୋଲ ପମ୍ପର ନାମ ଇଣ୍ଡିଆନ ଅଏଲ୍ ରୁ ବଦଳି ଇଣ୍ଡିଆନ ଅଏଲ୍ – ଅଦାନି ଗ୍ଯାସ ହେଇ ଯାଇଛି। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ପ୍ରଥମେ ଆମେ ଇଣ୍ଡିଆନ ଅଏଲ୍ – ଅଦାନି ଗ୍ୟାସ କମ୍ପାନୀ ବିଷୟରେ ସୂଚନା ଏକତ୍ର କରିଲୁ। କମ୍ପାନୀର ଅଫିସିଆଲ ୱେବସାଇଟରେ ସର୍ଚ କରିଲା ପରେ ଆମେ ଏହା ଜାଣିବାକୁ ପାଇଲୁ ଯେ ଭାରତ ସରକାରର କମ୍ପାନୀ ଇଣ୍ଡିଆନ ଅଏଲ୍ ଏବଂ ଅଦାନି ଗ୍ୟାସର କମ୍ପାନୀ ଗୋଟିଏ ମିଳିତ ଉଦ୍ୟମ ଅଟେ। ଦେଶରେ ବିଭିନ୍ନ ସହରରେ ଗ୍ୟାସ ବିତରଣ ନେଟୱାର୍କକୁ ବିସ୍ତାର କରିବା ପାଇଁ ଇଣ୍ଡିଆନ ଅଏଲ୍ ଏବଂ ଅଦାନି ଗ୍ରୁପ୍ ମଧ୍ୟରେ ମିଳିତ ଉଦ୍ୟୋଗ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି। 

IOAGPL କମ୍ପାନୀ ଅନ୍ତର୍ଗତ ଗୋଟିଏ ସିଏନଜି ଆଉଟଲେଟ୍ ର ଫୋଟୋ ଭାଇରାଲ ହେଇଛି। 

https://lh4.googleusercontent.com/tdPHHoCrCdEQGWPXenej9TkqT1Gx1KHqKO5y5ltOVrDYRn8aivlcrHXC_yg5g2XX0XVvjX_Oo3XEEH7KFTLCzrtiviErqltB090_z0rAohnMgBdu0zOI-7X6i5k_BVPJkf7Pvq8

IOAGPL

କ’ଣ ଅଦାନି ଗ୍ୟାସ, ଇଣ୍ଡିଆନ ଅଏଲ୍ ସହିତ ମିଳିତ ଉଦ୍ୟମ କରିଥିବା ଏକମାତ୍ର କମ୍ପାନୀ?

ନା। ଇଣ୍ଡିଆନ ଅଏଲ୍ ବିଭିନ୍ନ ଉଦ୍ଦେଶ୍ୟରେ ବିଭିନ୍ନ କମ୍ପାନୀ ସହିତ ଅନେକ ମିଳିତ ଉଦ୍ୟୋଗ ସ୍ଥାପନ କରିଛି। ଉଦାହରଣ ସ୍ୱରୂପ ଇଣ୍ଡିଆନ ଅଏଲ୍ ଦିଲ୍ଲୀ ବିମାନ ବନ୍ଦର ଏବଂ ଭାରତ ପେଟ୍ରୋଲିଅମସହିତ ମିଳିତ ହୋଇ ଦିଲ୍ଲୀ ବିମାର ବନ୍ଦର ପାଇଁ ବିମାନ ଇନ୍ଧନ ସୁବିଧା ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିଛି। ବିଶେଷ ପ୍ରକାରର ଲୁବୃକେନ୍ତ୍ ଉତ୍ପାଦନ ପାଇଁ NYCO ଏବଂ ବାଲ୍ମେର ଲୋରୀ କମ୍ପାନୀ ସହିତ ମଧ୍ୟ ଇଣ୍ଡିଆନ ଅଏଲ୍ ମିଳିତ ଉଦ୍ୟୋଗ ଚୁକ୍ତି କରିଛି। 

https://lh3.googleusercontent.com/0kuNpQmjzqfo8vdB6uSXi0pcQGLBrv-xZAKV1k903LSd-rb8tCpCPmx2rI1DC-XZnM5wGzBpNeb9GllLj7JqCAhZ6H_Mn_O3X8da401gJDpft3vRLwHVroIPGI32wkebXfv0Iys

Original Website: Indian Oil

କ’ଣ ନରେନ୍ଦ୍ର ମୋଦୀ ସରକାର ସମୟରେ ଅଦାନି ଗ୍ରୁପ୍ ସହିତ ଏହି ଚୁକ୍ତି ହେଇଛି କି? 

4 ଅକ୍ଟୋବର 2013 ମସିହାରେ ଇଣ୍ଡିଆନ ଅଏଲ୍ – ଅଦାନି ଗ୍ୟାସ (IOAGPL) ପ୍ରତିଷ୍ଠା କରା ଯାଇଥିଲା। ମିଳିତ ଉଦ୍ୟମରେ ଏହି ଦୁଇ କମ୍ପାନୀର ୫୦ – ୫୦ ପ୍ରତିଶତ ଅଂଶଧନ ଥିଲା।

ଏହି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫେକ୍ଟ କୃସେଣ୍ଡୋ ଇଣ୍ଡିଆନ ଅଏଲ୍ – ଅଦାନି ଗ୍ୟାସ କମ୍ପାନୀର ଜନସମ୍ପର୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିଲା। ସୋସିଆଲ ମିଡିଆରେ ଏହି ଦାବିକୁ ଖଣ୍ଡନ କରି ସେ କହିଛନ୍ତି, “ଇଣ୍ଡିଆନ ଅଏଲ୍ ଅଦାନି ଗ୍ୟାସ ଏକ ମିଳିତ ଉଦ୍ୟମ ଅଟେ। ତେଣୁ ଅଦାନି ଗ୍ରୁପ୍ ଇଣ୍ଡିଆନ ଅଏଲ୍ କିଣିଛି ବୋଲି କହିବା ଭୁଲ ଅଟେ। ଗତ ସାତ ବର୍ଷ ଧରି କମ୍ପାନୀ ବିଦ୍ୟମାନ ଅଛି। ଏହି ଦୁଇ କମ୍ପାନୀ ସ୍ଵାଧୀନ ଏବଂ ଭାଇରାଲ ଫୋଟୋ ଆମର ମିଳିତ ଉଦ୍ୟୋଗ ଗ୍ୟାସ ଷ୍ଟେସନର ଫୋଟୋ ଅଟେ” 

ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେଲା ପରେ କେନ୍ଦ୍ର ଚିଠି ଏବଂ ସୂଚନା ମନ୍ତରାଳୟ ଏହି ବିଷୟ ନେଇ ଟୁଇଟ କରିଛି ଯେ ଇଣ୍ଡିଆନ ଅଏଲ୍ କମ୍ପାନୀକୁ ଏକ ଘରୋଇ ଗୋଷ୍ଟିକୁ ବିକ୍ରି କରିଥିବା ଦାବି ମିଥ୍ୟା ଅଟେ। 

Archive

ଶେଷକଥା

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ ମୋଦୀ ସରକାର ଅଦାନି ଗ୍ରୁପ୍ କୁ ଇଣ୍ଡିଆନ ଅଏଲ୍ କମ୍ପାନୀ ବିକ୍ରି କରି ନାହାନ୍ତି। ସାରା ଦେଶରେ ଗ୍ୟାସ ବିତରଣ ପାଇଁ ଇଣ୍ଡିଆନ ଅଏଲ୍ – ଅଦାନି ଗ୍ୟାସ ମିଳିତ ଉଦ୍ୟମକୁ 2013 ମସିହାରେ ପ୍ରତିଷ୍ଠା କରା ଯାଇଥିଲା।

Avatar

Title:କ’ଣ ବିଜେପି ସରକାର ଇଣ୍ଡିଆନ ଅଏଲ୍ କମ୍ପାନୀକୁ ଅଦାନି ଗ୍ରୁପ୍ କମ୍ପାନୀକୁ ବିକି ଦେଇଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *