
କୃଷି ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିବସେନାଙ୍କ ବିରୋଧର ଏକ ଭିଡିଓ ମିଥ୍ୟା ଦାବିରେ ବହୁଳ ଭାବରେ ସେୟାର କରାଯାଉଛି। ଭିଡିଓରୋ ଦାବି କରାଯାଇଛି ଯେ, କୃଷକଙ୍କ ବିରୋଧକୁ ବଜରଙ୍ଗ ଦଳ ସମର୍ଥନ କରୁଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରକୁ ଚୋର ବୋଲି କୁହାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
10 ଫେବୃଆରିରେ Kailash Mallick ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବଜରଙ୍ଗ ଦଳ ଲୋକ ବି କହିଲେଣି ମୋଦି ଚୋର ତାହେଲେ ଏମାନେ ବି ଦେଶଦ୍ରୋହୀ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଉତ୍ତର ପ୍ରଦେଶରେ ବଜରଙ୍ଗ ଦଳ କୃଷି ଆନ୍ଦୋଳନକୁ ସମର୍ଥନ କରି ପ୍ରଧାନମନ୍ତ୍ରୀଙ୍କୁ ଚୋର ବୋଲି କହିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫଟେକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଏହି ଭିଡିଓକୁ ଫେବୃଆରୀ 5 ରେ ଏକ youtube ଚ୍ୟାନେଲରେ ଅପଲୋଡ୍ ହୋଇଥିବାର ଦେଖିବାକୁ ପାଇଲୁ। ଭିଡିଓର ଅନୁଯାୟୀ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ଶିବସେନା ବିଧାୟକ ସାନ୍ତୋଶ ବାଙ୍ଗୁରଙ୍କ ଦ୍ୱାରା ଆୟୋଜିତ ପେଟ୍ରୋଲ ମୂଲ୍ୟ ବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ସମାନ ଖବର ସହିତ ଏହି ଭିଡିଓ ଅନ୍ୟ ଏକ Youtube ଚ୍ୟାନେଲ୍ ଦ୍ୱାରା ଅପଲୋଡ୍ ହୋଇଥିଲା।
ସମାନ ଚିତ୍ର ବହନ କରୁଥିବା Marathi daily Sakal ଏକ ଆର୍ଟିକିଲ୍ ମଧ୍ୟ ପାଇଲୁ। ରିପୋର୍ଟ ଅନୁଯାୟୀ, ନିକଟରେ ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାର ଶିବସେନା ଦ୍ୱାରା 2 ଫେବୃଆରୀରେ ଅନୁଷ୍ଠିତ ଆନ୍ଦୋଳନର ଚିତ୍ର। ଶିବସେନା ବିଧାୟକ ସାନ୍ତୋଶ ବଙ୍ଗରଙ୍କ ନେତୃତ୍ୱରେ ଏହି ରାଲି ପାର୍ଟି କାର୍ଯ୍ୟାଳୟରୁ ଆରମ୍ଭ ହୋଇ ହିଙ୍ଗୋଲିରେ ଇନ୍ଦିରା ଗାନ୍ଧୀ ଚକ୍ ଦେଇ ଯାଇଥିଲା । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- esakal । Archive
ଶେଷକଥା–
ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବିକୁ ମିଥ୍ୟା ଅଟେ। ଏହି ଭାଇରାଲ୍ କ୍ଲିପ୍ ଉତ୍ତରପ୍ରଦେଶର ବଜରଙ୍ଗ ଦଳଙ୍କ ବିରୋଧରୁ ନୁହେଁ ବରଂ ମହାରାଷ୍ଟ୍ରର ହିଙ୍ଗୋଲିରେ ଶିବସେନା ବିଧାୟକ ସାନ୍ତୋଶ ବାଙ୍ଗରଙ୍କ ଦ୍ୱାରା ଆୟୋଜିତ ପେଟ୍ରୋଲ ଦର ବୃଦ୍ଧି ବିରୋଧରେ କରାଯାଇଥିଲା।