ଦୁଇ ବର୍ଷ ପୁରୁଣା ଫଟୋକୁ କୋଲକାତାରେ କଂଗ୍ରେସ ଏବଂ ବାମପନ୍ଥି ଗଠବନ୍ଧନ ରାହିରେ ପ୍ରବଳ ଜନସମାବେଶ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

False Social

ପଞ୍ଚିମବଙ୍ଗରେ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ କିଛି ଫଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି। ଏହି ପରି ଦୁଇଟି ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସଂଖ୍ୟାଧିକ ଲୋକ ଭିଡ଼ ହୋଇଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ୱେସ୍ଟବେଙ୍ଗାଲରେ କଂଗ୍ରେସ ଗଠବନ୍ଧନର ନିର୍ବାଚନରେ ପ୍ରବଳ ଜନସମାବେଶ କିନ୍ତୁ ଗୋଦୀ ମିଡିଆ ଏହାକୁ ଦେଖାଉ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହୋଇଛି। 

28 ଫେବୃଆରିରେ Goutam Sahu ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ୱେସ୍ଟବେଙ୍ଗାଲରେ କଂଗ୍ରେସ ଗଠବନ୍ଧନର ନିର୍ବାଚନରେ ପ୍ରବଳ ଜନସମାବେଶ କିନ୍ତୁ ଗୋଦୀ ମିଡିଆ ଏହାକୁ ଦେଖାଉ ନାହିଁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 40ରୁ ଅଧିକଥର ସେୟାର କରାଯିବା ସହ ଅନେକ କମେଣ୍ଟ ଏବଂ ଲାଇକ ମଧ୍ୟମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ଏହା ଛଡ଼ା ଏହି ଭାଇରାଲ ଫଟୋ Archive, Archive ଫେସବୁକ ପେଜରେ ମଧ୍ୟ ଦେଖିପାରିବେ। ତେବେ କଣ ପଞ୍ଚିମବଙ୍ଗରେ କଂଗ୍ରେସ ଗଠବନ୍ଧନର ନିର୍ବାଚନ ରାଲିରେ ପ୍ରବଳ ଜନସମାବେଶର ଫଟୋ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। alamy  ପେଜରେ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋ ବର୍ତ୍ତମାନର ନହେଁ ଫେବୃଆରି 2019ର ଅଟେ। ପୋଷ୍ଟରେ ଲେଖାଯାଇଛି ଯେ, ଲୋକସଭା ନିର୍ବାଚନ 2019ରେ ବାମ ମୋର୍ଚ୍ଚାର ବ୍ରିଗେଡ୍ ରାଲିରେ ରାଜ୍ୟର ବିଭିନ୍ନ ଜାଗାରୁ ବାମପନ୍ଥି କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ। peoplesdispatch ପେଜରେ ମଧ୍ୟ ଭାଇରାଲ ଫଟୋ ଦେଖିପାରିବେ। ଅଧିକ ସୂଚନା ପାଇଁ  ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- alamyArchive

ଏହା ପରେ ଆମକୁ ଭାଇରାଲ ଫଟୋ indiacontent  ପେଜରେ ମଧ୍ୟ ପ୍ରକାଶିତ ହୋଇଥିଲା। ଖବର ଅନୁସାରେ ବ୍ରିଗେଡ୍ ପରେଡ ଗ୍ରାଉଣ୍ଡରେ ଭିଡର ଏହି ଫଟୋ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥାତ୍ 3 ଫେବୃଆରି 2019ର ବାମ ମୋର୍ଚ୍ଚା ରାଲି ସମୟରେ ନିଆଯାଇଥିଲା।ଏଠାରେ କହି ରଖୁଚୁ ଯେ, ଭାଇରାଲ ହେଉଥିବା ଉଭୟ ଫଟୋ ସମାନ ଅଟେ। ଫଟୋକୁ ଏଡିଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-indiacontentArchive

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, କୋଲକାତାରେ ବାମ ସାମ୍ମୁଖ୍ୟର ଦୁଇ ବର୍ଷ ପୁରୁଣା ଫଟୋକୁ 28 ଫେବୃଆରୀ 2021 ରେ କୋଲକତାରେ କଂଗ୍ରେସ ଏବଂ ବାମପନ୍ଥି ମିଳନ ରାଲିରେ ଜନସମାରୋହ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

Avatar

Title:ଦୁଇ ବର୍ଷ ପୁରୁଣା ଫଟୋକୁ କୋଲକାତାରେ କଂଗ୍ରେସ ଏବଂ ବାମପନ୍ଥି ଗଠବନ୍ଧନ ରାହିରେ ପ୍ରବଳ ଜନସମାବେଶ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *