
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଯଶୱନ୍ତ ସିହ୍ନା ଟୁଇଟ ମାଧ୍ୟମରେ କହିଛନ୍ତି ଯେ ବିଜେପିକୁ ଭୋଟ୍ ଦେଲେ ଦେଶ ବିଗିଡ଼ି ଜୀବ।
ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ କୁହା ଯାଇଅଛି ଏହି ପୋଷ୍ଟରେ?
୨ ମାର୍ଚରେ ଜଣେ ଫେସବୁକ ୟୁଜର ବିକଳ୍ପ ସ୍ଵର ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଟୁଇଟର ସ୍କ୍ରିନଶଟ ଶେୟାର କରିଛନ୍ତି। ଏହି ଟୁଇଟରେ ଲେଖା ଯାଇଅଛି ଯେ ପ୍ରେମ କରିଲେ ଛୁଆ ବିଗଡନ୍ତି, ଲୋଭ ଦେଲେ ଚାକର ବିଗିଡି ଯାନ୍ତି। ସେପରି ଭାଜପାକୁ ଭୋଟ୍ ଦେଲେ ଦେଶ ବିଗିଡି ଜୀବ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଟୁଇଟରରେ ଯାଇ ଯଶୱନ୍ତ ସିହ୍ନାଙ୍କ ଟୁଇଟର ଏକାଉଣ୍ଟ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଯଶୱନ୍ତ ସିହ୍ନାଙ୍କ ଭେରିଫାଇଏଡ ଟୁଇଟର ଏକାଉଣ୍ଟ ମିଳିଲା। ଏହି ଟୁଇଟର ଏକକାଉଣ୍ଟ ଭାଇରାଲ ହେଉଥିବା ଟୁଇଟ ଠାରୁ ଭିନ୍ନ ଅଟେ। ଆମେ ତାଙ୍କର ଗୋଟିଏ ଟୁଇଟ ନେଇ ଭାଇରାଲ ହେଉଥିବା ଟୁଇଟ ସହିତ ତୁଳନା କରିଲୁ। ଆପଣ ଏହି ତୁଳନାରେ ଦୁଇଟି ଟୁଇଟ ମଧ୍ୟରେ ପାର୍ଥକ୍ୟ ଦେଖି ପାରିବେ। ଭାଇରାଲ ଫୋଟୋରେ ଯଶୱନ୍ତ ସିହ୍ନାଙ୍କ ନାମ ଅସଲି ଏକାଉଣ୍ଟ ଠାରୁ ଭିନ୍ନ ଅଛି। ଏହା ଛଡ଼ା କେଉଁ ମାଧ୍ୟମ ଦ୍ଵାରା ଟୁଇଟ କରା ଯାଇଅଛି ସେଯା ମଧ୍ୟ ଦେଖିବାକୁ ମିଲଇ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଟୁଇଟର ସ୍କ୍ରିନଶଟ ଯଶୱନ୍ତ ସିହ୍ନାଙ୍କ ନାମରେ ନକଲି ଏକାଉଣ୍ଟ ତିଆରି କରି ସୃଷ୍ଟି କରା ଯାଇଅଛି। ଯଶୱନ୍ତ ସିହ୍ନା ନିଜ ଭେରିଫାଇଏଡ ଏକାଉଣ୍ଟରୁ ଏପରି କୌଣସି ଟୁଇଟ କରି ନାହାନ୍ତି।

Title:କ’ଣ ଯଶୱନ୍ତ ସିହ୍ନା ବିଜେପି ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଭାଜପାକୁ ଭୋଟ୍ ଦେଲେ ଦେଶ ବିଗିଡ଼ି ଜୀବ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False