ଦୁବାଇର ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ଗାଉଛନ୍ତି ?

False Social

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ବିବାଦକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେଥିମଧ୍ୟରୁ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁସ୍ଲିମ ମହିଳାମାନେ ବୁର୍ଖା ପିନ୍ଧି ମସଜିଦରେ ରାମ ଭଜନ ଗାଉଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଭିଡିଓ ଭାରତର ନୁହେଁ ବରଂ ଦୁବାଇର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା 

9 ମାର୍ଚ୍ଚରେ Biswajit Sethi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଦୁବାଇରେ ମୁସଲିମ ମହିଳା ମାନେ ନୂଆ ତରିକା ଆପଣାଇ ମସଜିଦ ରେ “ରାମ ଭଜନ” ଗାଇଲେ ଏବଂ ସେମାନଙ୍କ ଶେଖ ସ୍ୱାମୀ ମାନେ ତାଳି ବଜାଇ ଲୟ ବଦ୍ଧ ଭାବରେ ସେମାନଙ୍କର ସାଥ ଦେଲେ। ଯଦି ଏହା ଆମ ଭାରତରେ ହୋଇଥାନ୍ତା ତାହାଲେ ଇସଲାମ ବିପଦରେ ପଡି ଯାଇଥାନ୍ତା।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 152ଥର ସେୟାର କରାଯିବା ସହ 68ଥର କମେଣ୍ଟ ଏବଂ 456 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଭିଡିଓରେ ଦୁବାଇର ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ଗାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ କୌଣସି ଲିଙ୍କ ମିଳିଲା ନାହିଁ। ପରେ ଆମେ ବିଭିନ୍ନ କି ଶବ୍ଦ ମାଧ୍ୟମରେ ଭିଡିଓକୁ ସର୍ଚ୍ଚ କରିଲୁ।  ଭାଇରାଲ ଭିଡିଓ Sri Sathya Sai Official ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଯାହାକି 17 ଜୁଲାଇ 2012ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ଭିଡିଓର ଶିର୍ଷକରେ ଲେଖାଯାଇଛି ଯେ, ମଧ୍ୟ ପୂର୍ବ ଏବଂ ଗଲ୍ଫରୁ ଆସିଥିବା ସାଇ ସଂଗଠନର ଅଞ୍ଚଳ 94 ଦ୍ୱାରା” ପ୍ରଶାନ୍ତ “ତୀର୍ଥଯାତ୍ରା ପ୍ରସାନ୍ତୀ ନୀଲାମ(Prasanthi Nilayam) ଇସଲାମିକ ଉତ୍ସାହ ସହିତ ଆବଦ୍ଧ କରିଛି। ବହାରେନ, ଇରାନ, କୁଏତ, ଓମାନ, କାତାର, ସାଉଦି ଆରବ, ସିରିଆ, ତୁର୍କୀ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଭକ୍ତମାନେ ପ୍ରସାନ୍ତ ନୀଲାମରେ ଏକ ଆରବୀୟ ସ୍ୱାଦ ପ୍ରଦାନ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମେ Prasanthi Nilayam ତାହା ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ ଏକ ୟୁଟ୍ୟୁବ ଚ୍ୟାନେଲ ମିଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ପ୍ରସାନ୍ତି ନିଲୟମ ଆନ୍ଧ୍ରପ୍ରଦେଶର ପୁଟ୍ଟାପାର୍ଟିରେ ଅବସ୍ଥିତ।  ଭିଡିଓରେ ଥିବା କେତେକ ଭକ୍ତ ବହାରେନ, ଇରାନ, କୁଏତ, ଓମାନ, କତାର, ସାଉଦି ଆରବ, ସିରିଆ, ତୁର୍କୀ ଏବଂ ସଂଯୁକ୍ତ ଆରବ ଭକ୍ତି  ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଦୁବାଇରେ ମୁସ୍ଲିମମାନେ ରାମ ଭଜନ ଗାଉଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ ମିଥ୍ୟା ଅଟେ। ଭାଇରାଲ ଭିଡିଓ ଭାରତର ଆନ୍ଧ୍ରପ୍ରଦେଶରେ ଅବସ୍ଥିତ।

Avatar

Title:ଦୁବାଇର ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ଗାଉଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *