
ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ଭାଇଚାରାକୁ ନେଇ ଅନେକ ବାଦ ବିବାଦ ଲାଗି ରହିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକ ମନ୍ଦିର ଭିତରେ ଭଗବାନ ଶିବଙ୍କ ଉପରେ ପରିଶ୍ରା କରୁଛି। ଭିଡିଓରେ ଦାବି କରାଯାଉଛି ଯେ, ଭିଡିଓରେଥିବା ପିଲା ମୁସ୍ଲିମ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।
16 ମାର୍ଚ୍ଚରେ Jeevan Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଜଣେ ମୁସ୍ଲିମ ଯୁବକ ମନ୍ଦିର ଭିତରେ ପଶି ଭଗବାନ ଶିବଙ୍କ ଉପରେ ପରିଶ୍ରା କରୁଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି, କିଛି ମା-କହନ୍ତି ଏମାନେ କୁଆଡେ ଆମ ଭାଇ…ଆବେ ତମେ ଯଦି ନ ଚିହ୍ନିଛ ଚିହ୍ନ..ଆମେ ଅଗୁଡ଼ାଙ୍କୁ ରୁମ ରୁମ କୁ ଚିହ୍ନିଛୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 282ଥର ସେୟାର କରାଯିବା ସହ ପୋଷ୍ଟକୁ 74 ଲାଇକ ଏବଂ 19 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ମୁସ୍ଲିମ ଯୁବକ ମନ୍ଦିର ଭିତରେ ପଶି ଭଗବାନ ଶିବଙ୍କ ଉପରେ ପରିସ୍ରା କରୁଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫଟୋରେ ଭାଙ୍ଗିଲୁ। ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିବାରୁ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ABN Telugu ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ ହୋଇଥିବାର ପାଇଲୁ। ଯାହାକି 11 ଏପ୍ରିଲ 2018ରେ ପ୍ରକାଶିତ କରାଯାଇଥିଲା। ଭିଡିଓ କ୍ୟାପ୍ସନରେ ଲେଖାଯାଇଛି , ଏହି ଭିଡିଓ ଦେଖନ୍ତୁ ଯେଉଁଥିରେ ବର୍ତ୍ତମାନ ସମାଜରେ ଘଟୁଥିବା ଲୁକ୍କାୟିତ ରାଜନୀତି ବିଷୟରେ ଜାଣିପାରିବେ। ଯୁବକମାନେ ଭିସାଖାପଟନମ ଜିଲ୍ଲାର ଏକ ମନ୍ଦିର ଶିବ ଲିଙ୍ଗାମରେ ପରିସ୍ରା କରି ହଲଚଲ ସୃଷ୍ଟି କରିଛନ୍ତି। ଯୁବକମାନେ ଏକ ଭିଡିଓ ନିଜେ ପ୍ରସ୍ତୁତ କରିଥିଲେ ଏବଂ ସେ ସେମାନଙ୍କର ଏହି କୁକର୍ମ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ପୋଷ୍ଟରେ ଲିଙ୍କ ଦେଖନ୍ତୁ।
ଭାଇରାଲ ଭିଡିଓର ଖବର ଏପ୍ରିଲ 11, 2018 ରେ ଏକ ତେଲୁଗୁ ନ୍ୟୁଜ୍ MICTV ପେଜରେ ପାଇଲୁ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଦୁଷ୍କର୍ମକାରୀମାନେ ମନ୍ଦିରରେ ପରିସ୍ରା କରିବାକୁ ପିଲା ଦୁଇଙ୍କ ନାମ ଆନନ୍ଦ ଏବଂ ରମେଶ ଆନନ୍ଦ ଅଟେ। ମନ୍ଦିରରେ କେହି ନଥିବା ବେଳେ ଦୁଇ ଜଣ ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଘଟଣାରେ ଗ୍ରାମବାସୀ କ୍ରୋଧିତ ହୋଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- MICTV । Archive
10 ଏପ୍ରିଲ 2018ରେ Ramesh Devarpalli ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ସମ୍ବନ୍ଧରେ ପୋଷ୍ଟ କରିଛନ୍ତି। ଭିଡିଓରେ ସେ କହୁଛନ୍ତି ଯେ, ଅଭିଯୁକ୍ତଙ୍କ ନାମ ରମେଶ ଥିଲା ଏବଂ ଧାରା 66A, 295A ଏବଂ 153A ଆଧାରରେ ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା। ଭିଡିଓରେ ପୁଣି ପ୍ରଶ୍ନ ପଚରାଯାଇଛି , ମନନ୍ଦିରରେଥିବା ପିଲା ଖ୍ରୀଷ୍ଟିଆନ କି। ବ୍ୟକ୍ତି ଜଣକ ହଁ କରିଥିଲେ। ଅଧିକ ସୂଚନା ପାଇଁ ତଲେ ଲିଙ୍କ ଦେଖନ୍ତୁ।
factcrescendo Hindi 2019ରେ ଭାଇରାଲ ଭିଡିଓ ଉପରେ ଅନୁସନ୍ଧାନ କରିସାରିଥିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଥିଲା ଯେ, ଭାଇରାଲ ଭିଡିଓର କୌଣସି ସାମ୍ପ୍ରଦାୟକ କୋଣ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଭାଇରାଲ ଭିଡିଓକୁ ଭାଇରାଲ କରିଥିବା ବ୍ୟକ୍ତି ବିରୋଧରେ ଉତ୍ତର ପ୍ରଦେଶ ପୋଲିସ କାର୍ଯ୍ୟନଷ୍ଠାନ ମଧ୍ୟ କରିଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଶିବ ମନ୍ଦିରରେ ପରିସ୍ରା କରୁଥିବା ପିଲାଙ୍କ ଭିଡିଓର କୌଣସି ସାମ୍ପପ୍ରାଦାୟକ କୋଣ ନିହିଁ। ତିନି ବର୍ଷ ପୁର୍ବେ ପୋଲିସ ପିଲାଙ୍କୁ ଗିରଫ କରି ମାମଲା ରୁଜୁ କରିଥିଲା।

Title:ମୁସ୍ଲିମ ଯୁବକ ମନ୍ଦିର ଭିତରେ ପଶି ଭଗବାନ ଶିବଙ୍କ ଉପରେ ପରିସ୍ରା କରୁଛି ?
Fact Check By: Saritadevi SamalResult: False