
ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପଶ୍ଚିମବଙ୍ଗ ତ୍ରିନାମୂଳ କଂଗ୍ରେସ ପ୍ରାର୍ଥୀନୀ ସାୟୋନି ଘୋଷଙ୍କୁ ଦଉଡୁ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ଗୋଟିଏ ଗାଁ ପରିଦର୍ଶନ କରିବାକୁ ଯାଇଥିବା ସମୟରେ ତାଙ୍କ ଆଖ ପାଖରେ ଅନେକ ଲୋକ ଚାଲୁଥିବା ଦେଖିବାକୁ ମଧ୍ୟ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ସାୟୋନି ଘୋଷ ସେଠିକାର ଲୋକଙ୍କଠାରୁ ଭୟଭୀତ ହେଇ ଦଉଡି ପଳେଇଲେ।
ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୪ ମାର୍ଚରେ ଜେନ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ “dkbskjdskldj”
ସାୟୋନି ଘୋଷ କିଏ ଏବଂ ସେ ଚର୍ଚାରେ କେଉଁ କାରଣ ଯୋଗୁ ଅଛନ୍ତି?
ସାୟୋନି ଘୋଷ ହେଉଛନ୍ତି ବେଙ୍ଗଲି ସିନେମା ଅଭିନେତ୍ରୀ ଏବଂ ଗାୟିକା। ସେ ଚଳିତ ବର୍ଷ ପଶ୍ଚିମବଙ୍ଗର ତ୍ରିନାମୂଳ କରଗ୍ରେସ ଦଳର ପ୍ରାର୍ଥୀନୀ ଅଟନ୍ତି। ଜାନୁଆରୀ ରେ ସାୟୋନିଙ୍କ ଟୁଇଟର ଏକାଉଣ୍ଟରେ ଏକ ପୁରୁଣା ଟୁଇଟ ଭାଇରାଲ ହୋଇଥିଲା। ଏଥିରେ ହିନ୍ଦୁ ଦେବତା ଶିବଙ୍କ ପ୍ରତୀକ ଶିବଲିଙ୍ଗ ଉପରେ ଏକ କଣ୍ଡୋମ ଲଗାଇଥିବା ମହିଳାଙ୍କ ଏକ ମିମ୍ ଚିତ୍ରିତ ହୋଇଥିଲା।
ଆମ ଅନୁସନ୍ଧାନ:
ପୋଷ୍ଟରେ କରା ଯାଇଥିବା ଦାବିକୁ ଯାଞ୍ଚ କରିବା ପାଇଁ ପପ୍ରଥମେ ଆମେ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ ଟୁଲ୍ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଇଟିଭି ଭାରତ ୱେବସାଇଟରେ ପପ୍ରସାରିତ ହେଇଥିବା ଏହି ଭିଡିଓ ଦେଖିବାକୁ ମିଳିଲା। ଏହି ଭିଡିଓ ରେ କୁହା ଯାଇଅଛି ଯେ ତ୍ରିନାମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ସାୟୋନିଙ୍କ ପାଖରେ ଛିଡ଼ା ହେବାର ଚେଷ୍ଟା କରୁଥିବାରୁ ଏହା ସଯୋନିଙ୍କୁ ଅସହାଯ କରି ଦେଇଥିଲା। ସେ ପାର୍ଟି କାର୍ଯ୍ୟକର୍ତ୍ତା ମାନଙ୍କୁ ଦୂରେଇ ରହିବା ପାଇଁ କହିଥିଲେ। ଏହି ଘଟନା ୨୧ ମାର୍ଚ ଦିନ ପଶ୍ଚିମବଙ୍ଗର ବାନପୁର ଅଞ୍ଚଲର ଘଟଣା ଅଟେ।
(YouTube Link)
ଏହା ପରେ ଆମେ ଫେସବୁକରେ ଯାଇ ସାୟୋନି ଘୋଷଙ୍କର ଏକାଉଣ୍ଟ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୨ ମାର୍ଚରେ ଏହି ଭିଡିଓ ସାୟୋନି ଘୋଷ ନିଜ ଫେସବୁକ ଏକାଉଣ୍ଟରେ ପୋଷ୍ଟ କରି କହିଛନ୍ତି “ଏହା କେବଳ ପ୍ରେମ।“
(Facebook Link)
ଫେକ୍ଟ କୃସେଣ୍ଡୋ ହିରାପୁର ପୋଲିସ ଷ୍ଟେସନ୍ ଏସଏଚ୍ଓ ରାହୁଲ କୁମାର ଦେବଙ୍କ ସହିତ ଯୋଗାଯୋଗ କରିଲା ପରେ ସେ ସୂଚନା ଦେଲେ ଯେ “ସାୟୋନି ଘୋଷଙ୍କ ଅଭିଯାନ ଯାତ୍ରା ବର୍ନପୁରରେ ବହୁତ ଶାନ୍ତିପୂର୍ଣ ଥିଲା। କୌଣସି ଅସୁବିଧା ବା ଝଗଡ଼ା ହେଇନଥିଲା। ଏହା ସ୍ପଷ୍ଟ ଯେ ସୋସିଆଲ ମିଡିଆରେ ଭାଇରାଲ ହେବା ଦାବି ଭୁଲ ଅଟେ।“
ଶେଷକଥା:
ତଥ୍ୟ ଯାଞ୍ଚ କରିବା ପରେ ଏହା ପ୍ରମାଣିତ ହେଲାଯେ ଉପରୋକ୍ତ ଦାବି ମିଥ୍ୟା ଅଟେ। ଅନେକ ଲୋକ ତାଙ୍କ ଚାରିପାଖରେ ଠିଆ ହୋଇଥିଲେ ଏବଂ ସେ ନିଜକୁ ସୁରକ୍ଷିତ ଅନୁଭବ କରୁନଥିଲେ ତେଣୁ ସେ ସେଠାରୁ ୫୦ ମିଟର ଆଗକୁ ଦଉଡ଼ି ଯାଇଥିଲେ।

Title:କ’ଣ ତ୍ରିନାମୂଳ କଂଗ୍ରେସ ପ୍ରାର୍ଥୀନୀ ସାୟୋନି ଘୋଷ ହିନ୍ଦୁ ମାନଙ୍କୁ ଭୟ କରି ଦଉଡି ପଳାଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
