
ବର୍ତ୍ତମାନ ସ୍ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଫୋଟୋରେ ଗୋଟିଏ ସମଶାନରେ ଶବଦାହ ହେଉଥିବା ସମୟରେ ବିଜେପିର ଗୋଟିଏ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି। ଏହି ଫୋଟୋ ଦେଖି ଲୋକେ ବିଜେପିକୁ ବହୁତ ନିନ୍ଦା କରିଛନ୍ତି।
ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଏହି ଫୋଟୋକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୯ ଏପ୍ରିଲରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ କିଛି ଶବଦାହ ହେବାର ସମୟରେ ସମସାନରେ ବିଜେପିର ପୋଷ୍ଟର ଅଛି ଯେଉଥିରେ ଲେଖା ଯାଇଅଛି ଯେ “ସମସ୍ତଙ୍କର ହେବ ଅନ୍ତିମ ସଂସ୍କାର, ପୁଣି ଠାରେ ମୋଦୀ ସରକାର।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ସ୍ପେଶିୟାଲ ନ୍ୟୁଜ ନାମକ ପତ୍ରିକାରେ ପ୍ରକାଶିତ ହେଇଥିବା ମିଳିଲା। କିନ୍ତୁ ପତ୍ରିକାରେ ପ୍ରକାଶିତ ହେଇଥିବା ଫୋଟୋରେ ବିଜେପିର ବିଜ୍ଞାପନ ପୋଷ୍ଟର ଦେଖିବାକୁ ମିଳିଲା ନାହିଁ। ଏହା ଦ୍ଵାରା ପ୍ରମାଣିତ ହେଲା ଯେ ଅସଲି ଫୋଟୋକୁ ଏଡିଟ୍ କରା ଯାଇଅଛି।

ଏହା ପରେ ଆମକୁ ୧୬ ଏପ୍ରିଲ ରେ ଟି.କେ ୟୁଜ ନାମକ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ଗୋଟିଏ ଭିଡିଓରେ ଏହି ଦୃଶ୍ୟ ଦେଖିବାକୁ ମିଳିଲା। ଏହି ଭିଡିଓରେ ମଧ୍ୟ ବିଜେପିର ପୋଷ୍ଟର ଲାଗି ଥିବା ମିଳିଲା ନାହିଁ।
ତଳେ ଆପଣ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ନକଲି ଫୋଟୋକୁ ଏଡିଟ୍ କରି ଗୁଜବ ସୃଷ୍ଟି କରା ଯାଇଅଛି। ଅସଲି ଫୋଟୋରେ ସମସାନରେ ବ୍ବିଜେପିର କୌଣସି ବିଜ୍ଞାପନ ଲଗା ଯାଇ ନାହିଁ।

Title:କ’ଣ ସମଶାନ ଭୂମିରେ ଶବଦାହ ହେଉଥିବା ସ୍ଥାନରେ ବିଜେପି ନିଜ ପ୍ରଚାର ପାଇଁ ପୋଷ୍ଟର ଲଗେଇଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
