ଟାଇଫଏଡରେ ପୀଡିତ ରୋଗୀମାନଙ୍କୁ କରୋନା ଭାଇରସ୍ ରୋଗର ପିଡିତଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

False Social

ସୋସିଆଲ ମିଡିଆରେ କୋରୋନା ମହାମାରି ସ୍ଥିତିର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତରେ COVID-19 ର ବଢ଼ୁଥିବା ମାମଲାରେ ମେଡିକାଲରେ ହେଉଥିବା  ଅସୁବିଧା ଏବଂ ଅବ୍ୟବସ୍ଥାର ଖବର ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛ ଯେଉଁଥିରେ, ଚଟାଣରେ ପଡ଼ିଥିବା ରୋଗୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋ ଗୁଜରାଟର ଅଟେ। କୋରୋନା ରୋଗୀ ତଳେ ଚଟାଣରେ ପଡ଼ି ରହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

21 ଏପ୍ରିଲରେ Baalia BABA ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଚଟାଣରେ ପଡ଼ିଥିବା କୋରୋନା ରୋଗିଙ୍କ ଏହି ଫଟୋ ଗୁଜରାଟ ମେଡ଼ିକାଲର ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 116ଥର ସେୟାର କରାଯିବା ସହ ପୋଷ୍ଟକୁ 58 ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଟେଣ୍ଟ ଚଟାଣରେ ପଡ଼ିଥିବା ରୋଗି ଗୁଜରାଟ କୋରୋନା ରୋଗୀ ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 21 ଏପ୍ରିଲ 2021ରେ Sandesh ପେଜରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଫଟୋଟି ଗୁଜୁରାଟ-ମହାରାଷ୍ଟ୍ର ସୀମାନ୍ତବର୍ତ୍ତୀ ଗ୍ରାମ ନିକଟରେ ଟାଇଫଏଡ ପାଇଁ ଚିକିତ୍ସିତ ହେଉଥିବା ରୋଗୀଙ୍କ ଫଟୋ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- SandeshArchivebhaskar । Archive

Navapur Express news ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋର ଖବର ପ୍ରକାଶିତ କରାଯାଇଛି। ଯାହାକି 20 ଏପ୍ରିଲରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ, ଏହି ଭିଜୁଆଲ୍ ଗୁଡିକ ମହାରାଷ୍ଟ୍ର-ଗୁଜୁରାଟ ସୀମାର ମହାରାଷ୍ଟ୍ର ପାର୍ଶ୍ୱରେ ଥିବା ଗ୍ରାମଗୁଡିକର ଅଟେ । ଫଟୋରେଥିବା ରୋଗୀମାନେ ଟାଇଫଏଡ୍ ରୋଗରେ ପୀଡିତ ଏବଂ COVID-19 ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେଥିବା ରୋଗୀ କୋରୋନା ପିଡ଼ିତ ନୁହଁନ୍ତି। ଫଟୋରେ ଦେଖା ଯାଉଥିବା ରୋଗି ଟାଇଫଏଟ ରୋଗୀ ଅଟନ୍ତି।

Avatar

Title:ଟାଇଫଏଡରେ ପୀଡିତ ରୋଗୀମାନଙ୍କୁ କରୋନା ଭାଇରସ୍ ରୋଗର ପିଡିତଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *