Aspidosperma-Q କୋରୋନା ଆକ୍ରାନ୍ତର ଅମ୍ଳାଜନ ସ୍ତର ବଢ଼ାଇବାରେ ସାହାର୍ଯ୍ୟ କରେ ନାହିଁ ।

False Social

କରୋନା ମହାମାରି ସ୍ଥିତି ଭୟଙ୍କର ହେଲା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ପୋଷ୍ଟ ଭାଇରାଲ ହେଉଛି। ଅଲଗା ଅଲଗା କମ୍ପାନିର ମେଡ଼ିଶିନ ଖାଇବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି। ତେବେ ଏଥିମଧ୍ୟରେ Aspidosperma Q ନାମକ ଏକ ମେଡ଼ିଶିନ ଭାଇରାଲ କରାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଅମ୍ଳଜାନର କମି ହେଲେ ଏହି ଔଷଧ ନେଲେ ଅମ୍ଳଜାନ ସିଲିଣ୍ଡର ଦରକାର ପଡ଼ିବ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା । 

28 ଏପ୍ରିଲରେ Dhan Raj Jha ନାମକ ଜଣେ ବ୍ୟକ୍ତି ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, କୋରୋନା ଆକ୍ରାନ୍ତ ସମୟରେ ଅମ୍ଳଜାନ ସ୍ତର ଖସୁଛି ତେବେ ଅମ୍ଳଜାନ ସିଲିଣ୍ଡରର ଅପେକ୍ଷା କରନ୍ତୁ ନାହିଁ। Aspidosperma Q ଔଷଧରୁ 20 ବୁନ୍ଦା ଏକ କପ ପାଣିରେ ମିଶାଇ ଦେଲେ ଅମ୍ଳଜାନ ସ୍ତର ପୁଣି ବାଢ଼ିବାରେ ଲାଗିବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅଧିକ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ କୋରୋନା ଆକ୍ରାନ୍ତର ଅମ୍ଳଜାନ ସ୍ତର ତଳକୁ ଖସିଲେ Aspidosperma Q ଔଷଧରୁ 20 ବୁନ୍ଦା ଏକ କପ ପାଣିରେ ମିଶାଇ ଦେଲେ ଅମ୍ଳଜାନ ସ୍ତର ପୁଣି ବାଢ଼ିବାରେ ଲାଗିବ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଔଷଧ Aspidosperma Q ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ।  Ministry Of Ayush  Aspidosperma Q ମେଡ଼ିସିନ ସମ୍ପର୍କରେ 30 ଏପ୍ରିଲ 2021ରେ ଟ୍ୱିଟ କରିଛନ୍ତି। ପୋଷ୍ଟରେ COVID-19 ରୋଗୀର ଅମ୍ଳଜାନ ସାଚୁରେଚର ସ୍ତରକୁ ତୁରନ୍ତ ଏବଂ ସ୍ଥାୟୀ ଭାବରେ ବଜାୟ ରଖିବା ପାଇଁ ହୋମିଓପାଥିକ୍ ଔଷଧ ଆସପିଡୋସ୍ପର୍ମା- Q ର ବ୍ୟବହାରକୁ ନେଇ ଭ୍ରମାତ୍ମକ ଦାବି ମିଥ୍ୟା ବୋଲି ସ୍ପଷ୍ଟ କରାଯାଇଛି। ସେମାନେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ COVID-19 ରୋଗୀରେ ଅମ୍ଳଜାନ ସ୍ତର ବଜାୟ ରଖିବା ପାଇଁ ଆସପିଡୋସ୍ପର୍ମା- Q କୁ ବିକଳ୍ପ ଭାବରେ ବ୍ୟବହାର କରାଯାଇପାରିବ ନାହିଁ।

29 ଏପ୍ରିଲ 2021ରେ PIB Fact Check ମଧ୍ୟ ଟ୍ୱିଟ କରିଛି। ଏଥିରେ ସ୍ପଷ୍ଟ କରାଯାଇଛି ଯେ, Aspidosperma Q ମେଡ଼ିସିନ କୋରୋନା ସମୟରେ ହେଉଥିବା ଅମ୍ଳଜାନ ଅଭାବକୁ ପୁରା କରି ପାରିବ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

Health Desk ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଆସପିଡୋସ୍ପର୍ମା- Q ତୁରନ୍ତ ଅମ୍ଳଜାନ ସ୍ତରକୁ ଉନ୍ନତ କରିପାରିବ ବୋଲି ପ୍ରମାଣ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ayush.gov ଥିବା ଏକ ସ୍ୱୟଂଶାସିତ ସଂଗଠନ ସେଣ୍ଟ୍ରାଲ୍ କାଉନସିଲ୍ ଫର୍ ରିସର୍ଚ୍ଚ ଇନ୍ ହୋମିଓପାଥି (CCRH), ହୋମିଓପାଥି ଅଭ୍ୟାସକାରୀଙ୍କ ପାଇଁ COVID-19 ରୋଗୀଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ଆଜି ସୁଦ୍ଧା, ଆସପିଡୋସ୍ପର୍ମା- Q ର କୌଣସି ବ୍ୟବହାର ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ- Health Desk

ଶେଷକଥା-

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, କୋରୋନା ଆକ୍ରାନ୍ତର ଅମ୍ଳଜାନ ସ୍ତର ତଳକୁ ଖସିଲେ Aspidosperma Q ଔଷଧରୁ 20 ବୁନ୍ଦା ଏକ କପ ପାଣିରେ ମିଶାଇ ଦେଲେ ଅମ୍ଳଜାନ ସ୍ତର ପୁଣି ବାଢ଼ିବା ଦାବିରେ ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। କୋରୋନା ଆକ୍ରାନ୍ତର ଆସପିଡୋସ୍ପର୍ମା- Q ତୁରନ୍ତ ଅମ୍ଳଜାନ ସ୍ତର ବଢ଼ାଉଥିବାର କୌଣିସ ପ୍ରକାର ପ୍ରମାଣିତ ହୋଇ ନାହିଁ।

Avatar

Title:Aspidosperma-Q କୋରୋନା ଆକ୍ରାନ୍ତର ଅମ୍ଳାଜନ ସ୍ତର ବଢ଼ାଇବାରେ ସାହାର୍ଯ୍ୟ କରେ ନାହିଁ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *