
ଆମେ ସମସ୍ତେ ଜାଣିଛୁଯେ ଆମ ଦେଶରେ କରୋନା ନିଜ କାୟା ବିସ୍ତାର କରୁଛି। ଗତ କିଛି ସପ୍ତାହରେ ଆମକୁ ଅନେକ ଲୋକ କରୋନାରୁ ସଂକ୍ରମଣ ହେବାର ଦୁଖଦ ସୂଚନା ମିଳୁଅଛି। ପ୍ରତ୍ୟେକ ଦିନ ପ୍ରାୟ ୪ ଲକ୍ଷ ଲୋକଙ୍କ ସଂକ୍ରମଣ ହେବା ସୂଚନା କାରାନରୁ ସମସ୍ତଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି।
ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ସମ୍ବାଦର ସ୍କ୍ରିନଶଟ୍ ଭାଇରାଲ ହେବା ଦେଖିବାକୁ ମିଳିଛି। ଏହି ସ୍କ୍ରିନଶଟ୍ ରେ କୁହା ଯାଇଅଛି ଯେ ଭାରତ ବର୍ତ୍ତମାନ କୋଭିଡ-୧୯ର ତୃତୀୟ ସ୍ତରରେ ପ୍ରବେଶ କରି ସାରିଛି ସଂପ୍ରଦାଯ ସଂକ୍ରମଣ ସ୍ତରରେ ଅଛି। ଆସନ୍ତା ୧୦ ଦିନ ମଧ୍ୟରେ ଏହା ଖୁବ ତୀବ୍ର ଗତିରେ ବିସ୍ତାର ହେବ। ଏହି ସମ୍ବାଦରେ ଲୋକଙ୍କୁ ଘରୁ ନବାହାରି ଯେତେ ଜିନିଷ ଘରେ ଅଛି ସେଥିରେ ଚାଲିବାର ଅନୁରୋଧ କରା ଯାଇଅଛି।
ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଏହି ସୂଚନାକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ସଂକ୍ରମଣର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିବାକୁ ଚେଷ୍ଟା କରିଲୁ।
ହାର୍ଟ କେୟାର ଫାଉଣ୍ଡେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ଡାଃ କେ.କେ ଅଗ୍ରୱାଲ, କୋରୋନାର ବା କୌଣସି ମହାମାରୀର ରୋଗର ବିଭିନ୍ନ ସ୍ତରରେ କେଉଁ ପ୍ରକାର ପ୍ରଭାବ ପଡି ଥାଏ, ଏହି ଭିଡିଓ ମାଧ୍ୟମରେ ବୁଝାଇଛନ୍ତି। ସେ କହିଛନ୍ତି ଯେ ଲୋକେ ଭୟଭୀତ ହେଉଛନ୍ତି, ନିଜ ଚିକିତ୍ସା କରିବା ପାଇଁ ଚହୁଁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭୟଭୀତ ହେବା ମଧ୍ୟ ଆବଶ୍ୟକ, କାରଣ ଭୟରୁ ସତର୍କତା ଆସି ଥାଏ। କେ.କେ ଅଗ୍ରୱାଲଙ୍କ କହିଛନ୍ତି ଯେ କୌଣସି ଭି ମହାମାରୀରେ ୪ ଟି ସ୍ତର ଥାଏ।
ପ୍ରଥମ ସ୍ତର: ଏହି ସ୍ତରରେ ଲୋକଙ୍କ ରୋଗରୁ ସଂକ୍ରାମିତ ହେବା କେସ ସାମନା କୁ ଆସିବ। ବର୍ତମାନ ଭାରତରେ ୧୪ ଟି ରାଜ୍ୟ ରୁ ଏପରି ମାମଲା ସାମନାକୁ ଆସିଛି।
ଦ୍ଵିତୀୟ ସ୍ତର: ଏହି ସ୍ତରରେ ସଂକ୍ରମିତ ଲୋକଙ୍କ ମାଧ୍ୟମରୁ ଅନ୍ୟ ବ୍ୟକ୍ତି ମାନେ ସଂକ୍ରାମିତ ହେବା କେସ ସାମନାକୁ ଆସିବ। ଉଧାରଣ ସ୍ୱରୂପେ ମୋ ଠାରୁ ମୋର ସ୍ତ୍ରୀ ଆଉ ଏହା ପରେ ମୋ ସ୍ତ୍ରୀ ଠାରୁ ତା ଭଉଣୀ ସଂକ୍ରାମିତ ହେବ। ଏହି ପରି କେସକୁ ଲୋକାଲ କ୍ଲଷ୍ଟର କୁହା ଯାଏ ଯେଉଁ ଥିରେ ଚିହ୍ନଟ କରି ହେବ କି ସଂକ୍ରମଣ କେଉଁଠୁ ଆସିଛି।
ତୃତୀୟ ସ୍ତର: ଏହି ସ୍ତରରେ ରୋଗୀ ବିନା କାହାରି ସମ୍ପର୍କରେ ଆସି ସଂକ୍ରାମିତ ହେଇ ଥାଏ। ଏହା ମାନେ ବର୍ତମାନ ସଙ୍କରାନ ପୃଷ୍ଠରୁ ହେବା ଆରମ୍ଭ ହେଇ ସାରିଛି। ଏହି ସ୍ତରରେ ପୃଷ୍ଠ ସଂକ୍ରାମିତ ହେବା ଆରମ୍ଭ ହେଇ ସାରିଲାଣି ଓ ଲୋକେ ବୀନା ସଂକ୍ରାମିତ ଲୋକଙ୍କ ସମପରକରେ ଆସି ସଂକ୍ରାମିତ ହେଉଛନ୍ତି।
ଚତୁର୍ଥ ସ୍ତର: ଏହି ସ୍ତରରେ ସମସ୍ତେ ହାତ ବନ୍ଧା ହେଇ ଯିବେ। ଲୋକଙ୍କ ଚିକିତ୍ସା ହେବାର ଆସା କମ ହେଇ ଯାଇଥାଏ, କେବଳ ମାରିବାରୁ ଲୋକଙ୍କୁ ବଞ୍ଚାଇ ହେବ, ଖ୍ଯାତି କମ କରି ହେବ, କିନ୍ତୁ ରୋଗୀଙ୍କୁ ସୁସ୍ଥ କରି ହେବ ନାହିଁ।
ଏହି ପୋଷ୍ଟ ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ଟୁଇଟରରେ ଯାଇ ବିଭିନ୍ନ ମୌକ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୩୦ ଏପ୍ରିଲ ରେ ଏହି ପୋଷ୍ଟ ସମ୍ବନ୍ଧରେ ପିଆଇବି ଫେକ୍ଟ ଚେକ୍ ଦ୍ଵାରା ପୋଷ୍ଟ କରା ଯାଇଥିବା ଗୋଟିଏ ଟୁଇଟ ମିଳିଲା। ଏହି ଟୁଇଟରେ କୁହା ଯାଇଅଛି ଯେ ୱାଟସ୍ ଆପ୍ ରେ ପ୍ରସାରିତ ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଭାରତ ସଂପ୍ରଦାଯ ସଂକ୍ରମଣ ପର୍ଯ୍ୟାୟରେ ପ୍ରବେଶ କରିଛି। କିନ୍ତୁ ଗତ ବର୍ଷ ଏହି ବିବୃତ୍ତି ଦିଆ ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସମୟରେ ଏହାକୁ ପ୍ରତ୍ୟାହାର କରା ଯାଇଥିଲା।
ଏହି ପୋଷ୍ଟର ଦାବି ପୁରୁଣା ଅଟେ। ଏହା ଗତ ବର୍ଷରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗତ ବର୍ଷ ଫେକ୍ଟ କୃସେଣ୍ଡୋ ଇଂରାଜୀ ଦଳ ଏହି ଦାବିକୁ ମିଥ୍ୟା ବୋଲି ପ୍ରମାଣ କରିଥିଲା। ଏହି ପୋଷ୍ଟରେ ଥିବା ବ୍ୟକ୍ତି ହେଉଛନ୍ତି ଡାଃ ଗିରଧର ଜ୍ଞାନୀ। ସେ ଆସୋସିଏସନ ଅଫ ହେଲ୍ଥ କେୟାର ପ୍ରୋଭାଇଡ଼ର୍ସ (ଏଏଚପିଆଇ) ର ପ୍ରତିଷ୍ଠାତା ନିର୍ଦେଶକ ଅଟନ୍ତି। ଏହା ଏକ ଅଣ-ଲାଭ ସଂଗଠନ ଏବଂ ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ସରକାର ନିୟାମକ ସଂସ୍ଥା ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ଓକିଲାତି କରେ।
ଫେକ୍ଟ କୃସେଣ୍ଡୋ ଡାଃ ଜ୍ଞାନୀଙ୍କ ସହିତ ଯୋଗାଯୋଗ କରିଥିଲା। ଭାଇରାଲ ଦାବିକୁ ସେ ସମ୍ପୂର୍ଣ ଭାବରେ ଅସ୍ଵୀକାର କରିଥିଲେ। ସେ କହିଥିଲେ, “ମୁ ସ୍ୱାସ୍ଥ୍ୟ ମନ୍ତରାଳୟକୁ କୌଣସି ରିପୋର୍ଟ ଦାଖଲ କରି ନାହିଁ ଯେ ଭାରତରେ କୋଭିଡ ତୃତୀୟ ବା ଚତୁର୍ଥ ପର୍ଯ୍ୟାୟ ପହଞ୍ଚି ଯାଇହି। ଗଣମାଧ୍ୟମ ସହିତ ସାକ୍ଷାତରେ ମଧ୍ୟ ମୁଁ ଏପରି କୌଣସି ଦାବି କରି ନାହିଁ।”
ତାଙ୍କ ନାମରେ ଭାଇରାଲ ହେଉଥିବା ଦାବି ବିଷୟରେ ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏପରି ଭଯାବହ ଦାବି ଶେୟାର ନକରିବାକୁ ଏବଂ ବିଶେଷ କରି ତାଙ୍କ ନାମ ବ୍ୟବହାର ନକରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। “ଏହି ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ଲୋକମାନେ ମିଥ୍ୟା ଖବର ପ୍ରଚାର କରୁଥିବା ଅତ୍ୟନ୍ତ ଦୁଖଦ ଏବଂ ଏହା ଜନସାଧାରଣଙ୍କ ମଧ୍ୟରେ ଅଧିକ ଆତଙ୍କ ସୃଷ୍ଟି କରିବ। ଦୟାକରି କରୋନା ଭାଇରସ ବିଷୟରେ ମିଥ୍ୟା ଖବର ଅଂଶୀଦାର କରନ୍ତୁ ନାହିଁ। ଯିଏ ମୋର ନାମ ବ୍ୟବହାର କରି ମିଥ୍ୟା ତଥ୍ୟ ବିସ୍ତାର କରିବ , ମୁଁ ତାଙ୍କ ବିରୁଦ୍ଧରେ ଆଇନଗତଅଭିଯୋଗ ଦାଖଲ କରିବି।”
ଏହା ପରେ ବୃଟ୍ ଇଣ୍ଡିଆ ଦ୍ଵାରା ଟୁଇଟ କରା ଯାଇଥିବା ଗୋଟିଏ ଭିଡିଓରେ ଆମେ ଡାଃ ଜ୍ଞାନୀଙ୍କୁ ଭାରତରେ କରୋନା କେଉଁ ସ୍ତରରେ ଅଛି କହୁଥିବା ଶୁଣିବା ମିଳିଲା। ଏହି ଭିଡିଓରେ ସେ କହୁଛନ୍ତି ଯେ ଭାରତ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଇ ନାହିଁ। କିନ୍ତୁ ଆମକୁ ଏପରି ନିଜକୁ ପ୍ରସ୍ତୁତ କରିବାକୁ ଅଛି ଯେଉଁ ପରିକି ଆମେ ତୃତୀୟ ପ୍ରଜଯାଜରେ ପହଞ୍ଚି ସାରିଛୁ। ଏହା ଦ୍ଵାରା ଲୋକଙ୍କ ମଧ୍ୟରେ ସଚେତନା ଜାଗିବା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଦାବି ଗତ ବର୍ଷ ମାର୍ଚ ମାସର ଅଟେ। ଏହାର ବର୍ତ୍ତମାନ କରୋନା ସ୍ଥିତି ସହିତ କୌଣସି ସମ୍ବନ୍ଧ ନାହିଁ। ଗତ ବର୍ଷ ଡାଃ ଜ୍ଞାନୀଙ୍କ ବକ୍ତବ୍ୟକୁ ଭୁଲ ଭାବରେ ବ୍ୟାଖ୍ୟା କରି ଶେୟାର କରା ଯାଇଥିଲା।
ଫେକ୍ଟ କୃସେଣ୍ଡୋ ଦ୍ଵାରା ଅନ୍ୟାନ୍ୟ ଫେକ୍ଟ ଚେକ୍ ପଢିବା ପାଇଁ ତଳେ ଲିଙ୍କରେ କ୍ଲିକ୍ କରନ୍ତୁ:
୧: ଉଷୁମ ପାଣିରେ ଲେମ୍ବୁ ରସ ପକେଇ ସେବନ କରିଲେ କରୋନା ଭାରସ ନଷ୍ଟ ହୋଇନଥାଏ।
୨: ମାସ୍କ ବ୍ୟବହାର କରିଲେ ଶରୀରରେ ଅମ୍ଳଜାନ ସ୍ତର ଘଟିଥିବା ଦାବି ମିଥ୍ୟା ଅଟେ।

Title:କ’ଣ ଭାରତ ବର୍ତ୍ତମାନ କୋବିଡ-୧୯ ର ତୃତୀୟ ସ୍ତରରେ ପ୍ରବେଶ କରି ସାରିଛି? ଭାଇରାଲ ହେଉଥିବା ଏହି ସ୍କ୍ରିନଶଟ୍ ବିଷୟରେ ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Explainer
