କ’ଣ ଇସରୋ ରେଡିଓ ଗାର୍ଡେନର ପୋର୍ଟାଲ୍ ପ୍ରତିଷ୍ଠା କରିଛି ଯାହା ଦୁନିଆର ଯେକୌଣସି ରେଡିଓ ଷ୍ଟେସନ୍ ଶୁଣିବାକୁ ସକ୍ଷମ କରେ? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ୱ୍ହାଟ୍ସଅପ୍ ରେ ଗୋଟିଏ ଭିଡିଓ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଇସରୋ ରେଡିଓ ଗାର୍ଡେନ ନାମକ ୱେବସାଇଟର ପ୍ରଥିଷ୍ଠା କରିଛି। ଏହି ୱେବସାଇଟ ମାଧ୍ୟମରୁ ଜଣେ ବ୍ୟକ୍ତି ପୃଥିବୀର କୌଣସି ମଧ୍ୟ ରେଡିଓ ଷ୍ଟେସନ୍ ଶୁଣିବାରେ ସକ୍ଷମ ହେଇ ପାରିବ। 

ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୨୪ ମଇ ରେ ଆମକୁ ୱ୍ହାଟ୍ସଅପ୍ ମାଧ୍ୟମରୁ ଗୋଟିଏ ଭାଇରାଲ ହେଉଥିବା ପୋଷ୍ଟ ଯାଞ୍ଚ କରିବା ପାଇଁ ଅନୁରୋଧ ଆସିଲା। ଏହି ପୋଷ୍ଟରେ ଲେଖା ଯାଇଅଛି, “ବର୍ତ୍ତମାନ ଆପଣ ବିନା ଇୟରଫୋନ୍ ବ୍ୟବହାର କରି ବିଶ୍ଵବ୍ୟାପୀ ରେଡିଓ ସୂନୀ ପାରିବେ। ଏହା ଇସରୋ ଦ୍ଵାରା ପ୍ରତିଷ୍ଠା ହୋଇଛି। ଯେତେବେଳେ ଆପଣ ଲିଙ୍କ ଉପରେ କ୍ଲିକ୍ କରିବେ ଆପଣ ପୃଥିବୀ ଘୂରୁଥିବା ଦେଖି ପାରିବେ। ସେଠାରେ ଅନେକ ସବୁଜ ରଙ୍ଗ ବିନ୍ଦୁ ଅଛି ଯାହା ଉପରେ କ୍ଲିକ୍ କରିଲା ପରେ ଆପଣ ସେହି ସ୍ଥାନର ଲାଇଭ୍ ରେଡିଓକୁ ଶୁଣିବା ଆରମ୍ଭ କରି ପାରିବେ।”

Screenshot_20210527-055037.png

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ରେଡିଓ ଗାର୍ଡେନ ୱେବସାଇଟ ଯାଇ ଏହାର ପ୍ରଥିଷ୍ଠା ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ରେଡିଓ ଗାର୍ଡେନ ନେଦର୍ଲ୍ୟାଣ୍ଡ ଦେଶର ଆମଷ୍ଟେର୍ଡାମରେ ଅବସ୍ଥିତ। ଏହି ୱେବସାଇଟରେ କୁହା ଯାଇଅଛି, “୨୦୧୮ରେ iOS ଏବଂ ଆଣ୍ଡ୍ରୋଏଡ ପାଇଁ ଏହି ଅପ୍ ପ୍ରତିଷ୍ଠା କରା ଯାଇଥିଲା। ୨୦୧୯ ରେ ଆମେ ଆମର ଉପୋଭୋକ୍ତା ମାନଙ୍କ ପାଇଁ ସେମାନଙ୍କର ପ୍ରିୟ ରେଡିଓ ଷ୍ଟେସନ୍ ଏବଂ ସ୍ଥାନ ଖୋଜିବା ପାଇଁ ସାମର୍ଥ୍ୟ ଉପସ୍ଥାପନା କରିଥିଲୁ। ୨୦୨୦ ପ୍ରାରମ୍ଭରେ ଆମେ ରେଡିଓ ଗାର୍ଡେନର ପୁନ ନିର୍ମାଣ ଆରମ୍ଭ କରିଛୁ। ଏହା ଏକ ପ୍ରଦର୍ଶନୀ ପ୍ରକଳ୍ପ ଭାବରେ ୨୦୧୬ ରେ ଆରମ୍ଭ ହୋଥିଲା। ଷ୍ଟୂଡିଓ ପକି ଆଣ୍ଡ ମୋନିକର ଦ୍ଵାରା ଏହା ସୃଷ୍ଟି, ପରିକଳ୍ପିତ ଏବଂ ବିକଶିତ ହୋଇଥିଲା। ପରବର୍ତ୍ତୀ ବର୍ଷ ଗୁଡ଼ିକରେ ଏହି ପ୍ରକଳ୍ପର ଯତ୍ନ ନେବା ପରେ, ଜୋନାଥନ ପକି ୨୦୧୯ ରେ ରେଡିଓ ଗାର୍ଡେନକୁ ଏକ ଛୋଟ ସ୍ଵାଧୀନ କମ୍ପାନୀ ଭାବରେ ପରିଣତ କରିଥିଲେ।” 

RG.jpg

Radio Garden | Archive

ଏହା ପରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ପିଆଇବି ଦ୍ଵାରା କରା ଯାଇଥିବା ଗୋଟିଏ ଟୁଇଟର ଲିଙ୍କ୍ ମିଳିଲା। ଏହି ଟୁଇଟରେ ପିଆଇବି ସ୍ପଷ୍ଟ କରିଛି ଯେ ଭାଇରାଲ ହେଉଥିବା ମେସେଜ୍ ରେ ଦାବି ଯେ ଇସରୋ ରେଡିଓ ଗାର୍ଡେନ ନାମକ ଏକ ରେଡିଓ ପୋର୍ଟାଲ୍ ବିକଶିତ କରିଛି ଯାହା ବିଶ୍ଵର କୌଣସି ମଧ୍ୟ ରେଡିଓ ଷ୍ଟେସନ୍ ଶୁଣିବାରେ ସକ୍ଷମ କରିଥାଏ, ଏକ ମିଥ୍ୟା ଖବର ଅଟେ। ଇସରୋ ଦ୍ଵାରା ଏପରି କୌଣସି ରେଡିଓ ପୋର୍ଟାଲ୍ ର ପ୍ରତିଷ୍ଠା କରା ଯାଇ ନାହିଁ।

Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ରେଡିଓ ଗାର୍ଡେନ୍ କମ୍ପାନୀର ପ୍ରତିଷ୍ଠା ନେଦରଲ୍ୟାଣ୍ଡ ଦେଶର ଷ୍ଟୂଡିଓ ପକି ଆଣ୍ଡ ମୋନିକର ଦ୍ଵାରା ୨୦୧୬ ମସିହାରେ ବିକଶିତ କରା ଯାଇଥିଲା। ଇସରୋ ଦ୍ଵାରା ଏହି ରେଡିଓ ପୋର୍ଟାଲ୍ ପ୍ରତିଷ୍ଠା ହୋଇଥିବା ଦାବି ମିଥ୍ୟା ଅଟେ।

Avatar

Title:କ’ଣ ଇସରୋ ରେଡିଓ ଗାର୍ଡେନର ପୋର୍ଟାଲ୍ ପ୍ରତିଷ୍ଠା କରିଛି ଯାହା ଦୁନିଆର ଯେକୌଣସି ରେଡିଓ ଷ୍ଟେସନ୍ ଶୁଣିବାକୁ ସକ୍ଷମ କରେ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *