କୋରୋନା ରୋଗିଙ୍କୁ ଆୟୁର୍ବେଦରେ ଚିକିତ୍ସା କରିବା ନେଇ ମତ ପ୍ରକାଶ କରିଥିବା ରାମଦେବ ବାବାଙ୍କ ଚେଲା ଏବେ ଏଲୋପାଥିକ ଚିକିତ୍ସା ନେଉଛନ୍ତି ?

False Social

କୋରୋନା ମହାମାରି ସମୟରେ ସରକାରର ଗାଇଡଲାଇନ ମାନିଚଳିବା ପାଇଁ ପ୍ରଚାର କରାଯାଉଥିବା ବେଳେ ଯୋଗ ଗୁରୁ ସ୍ୱାମି ରାମଦେବ ବାବାଙ୍କ ମତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବଷୟ ପାଲଟି ଯାଇଛି। ସ୍ୱାମି ରାମଦେବ ବାବା କୋରୋନାକୁ ଏଲୋପାଥିରେ ନୁହେଁ ବରଂ ଯୋଗ ଏବଂ ଆୟୁର୍ବେଦରୁ ଠିକ୍ କରିବା ନେଇ ମତ ପ୍ରକାଶ କରିଛନ୍ତି। ଏଥିମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାମଦେବ ବାବା ଆଚାର୍ଯ୍ୟ ବାଲକୃର୍ଷ୍ଣକୁ ଏମସ ହୋସ୍ପିଟାଲରେ ଚିକିର୍ତ୍ସା କରାଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, କୋରୋନା ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡରରୁ ନ ନେଇ ଯୋଗ ଦ୍ୱାରା ଅକ୍ସିଜେନ ନେବା ପାଇଁ କହୁଥିବା ରାମଦେବ ବାବା ନିଜେ ଆଜି ଆଚାର୍ଯ୍ୟ ବାଲକୃର୍ଷ୍ଣକୁ ହସ୍ପିଟାଲରେ ଭର୍ତ୍ତିକରି ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ ନେବା ପାଇଁ କହୁଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ଦୁଇ ବର୍ଷ ପୁରୁଣା ପାଇଲୁ। 

29 ମଇରେ Suresh Chandra Jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲିଖାଯାଇଛି ଯେ, ଅକ୍ସିଜେନ ଓ ଏଲୋପ୍ୟାଥିକ ଚିକିତ୍ସା ବିରୋଧରେ ବିଷ ଉଦ୍ଗାଳୁ ଥିବା ଭଣ୍ଡ ରାମଦେବ ବାବାର ପାର୍ଟନର ବାଳକୃଷ୍ଣ ଅକ୍ସିଜେନ ଅଭାବରୁ ଧକେଇ ହେବା ସହିତ ନିଜେ କେମିତି ଏଲୋପ୍ୟାଥିକ ଡାକ୍ତର ଙ୍କ ପାଖରେ ବିକଳ ହେଉଛି ଆଉ ଅକ୍ସିଜେନ କେମିତି ସେ ଜୁନିୟର ଭଣ୍ଡର ଜୀବନ ବଞ୍ଚାଇଲା ଦେଖନ୍ତୁ. ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 355ଥର ସେୟାର କରାଯିବା ସହ ପୋଷ୍ଟକୁ 328 ଲାଇକ ଏବଂ କମେଣ୍ଟ ମିଳିଛି।  ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook ।  Archive

ତେବେ କଣ କୋରୋନା ରୋଗିଙ୍କୁ ଯୋଗ ଏବଂ ଆୟୁର୍ବେଦ ଦ୍ୱାରା ଠିକ୍ କରିବା ନେଇ ଦାବି କରୁଥିବା ରାମଦେବ ବାବା ଏବେ ତାଙ୍କ ଶିଷ୍ୟର ଜିବନ ବଞ୍ଚାଇବା ପାଇଁ ଏଲୋପେଥି ଉପଚାର କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମଜେ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। News360Live ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ । ଯାହାକି 26 ଅଗଷ୍ଟ 2019ରେ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର ବର୍ତ୍ତମାନ କୋରୋନା ମହାମାରି ସହ କୌଣସି ଲିଙ୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

24 ଅଗଷ୍ଟ 2019ରେ amarujala ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ବାଲକ୍ରିଷ୍ଣା 23 ଅଗଷ୍ଟ 2019 ରେ ରିଷିକେଶର AIIMS ରେ “ପରିବର୍ତ୍ତିତ ଚେତନା” ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଭୋଜନ ପରେ ରାତି ପ୍ରାୟ 3ଟା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଚେତାଶୂନ୍ୟ ହୋଇ ସେ ନିକଟସ୍ଥ କର୍ମଚାରୀଙ୍କୁ କହିଥିଲେ। ଏହା ପରେ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାୟ 15 ମିନିଟର ଚିକିତ୍ସା ପରେ ଘରୋଇ ଡାକ୍ତରଖାନାର ଡାକ୍ତରମାନେ ଚିକିତ୍ସା କରିବା ପାଇଁ ମନା କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-amarujalaArchive

Amar Ujala ୟୁଟ୍ୟୁବ ଚ୍ୟାନେଲରେ ରାମଦେବ ବାବା ଆଚାର୍ଯ୍ୟ ବାଲକ୍ରିର୍ଷ୍ଣଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଉଛନ୍ତି। ଯାହାକି 24 ଅଗଷ୍ଟ 2019ର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଅଗଷ୍ଟ 23, 2019ରେ ରାମଦେବଙ୍କ ମୁଖପାତ୍ର SK Tijarawalaଙ୍କ ଟୁଇଟ୍ ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ବାଲକ୍ରିଷ୍ଣା ଖାଦ୍ୟ ବିଷରେ(food poisoning) ପୀଡିତ ଥିଲେ। ତାଙ୍କୁ ହାର୍ଟଆଟାକ ପଡ଼ି ନଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଆଚାର୍ଯ୍ୟ ବାଲକୃର୍ଷ୍ଣଙ୍କ ଏଲୋପାଥିକ ଚିକିତ୍ସା ହେଉଥିବା ଭିଡିଓ 2019ର ଅଟେ। ଭିଡିଓର ବର୍ତ୍ତମାନ କୋରୋନା ମହାମାରି ସହ କୌଣସି ସମ୍ପର୍କ ନାହିଁ। 

Avatar

Title:କୋରୋନା ରୋଗିଙ୍କୁ ଆୟୁର୍ବେଦରେ ଚିକିତ୍ସା କରିବା ନେଇ ମତ ପ୍ରକାଶ କରିଥିବା ରାମଦେବ ବାବାଙ୍କ ଚେଲା ଏବେ ଏଲୋପାଥିକ ଚିକିତ୍ସା ନେଉଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *