
ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଭାଇରାଲ ଭିଡିଓ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ଭିଜୁଆଲ ଅଟେ। ଏବଂ ସେ ତାଙ୍କ ଦଳର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭାରତରେ COVID-19 ସଙ୍କଟକୁ ଠିକ୍ ରୁପେ ଧ୍ୟାନ ନ ଦେଇଥିବାର ଅଭିଯୋଗ କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
Rajeeb Khadanga ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି, ମୁହଁ ଖୋଲିଲେ BJP ସାଂସଦ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ !!ଲୋକ ନକଲି କଥା ଅସଲି !! ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 3000ରୁ ଅଧିକ ସେୟାର କରାଯାଇଛି। ଏହା ସହ ଭିଡିଓକୁ 353 କମେଣ୍ଟ 966 ଲାଇକ ମିଳିଛି। ତଳେ ଭିଡିଓର ଆର୍କାଇଭ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ଭାଇରାଲ ଭିଡିଓରେ ବିଜେପି ସାଂସଦ ମେନକା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Dolly Sharma ନାମକ ଫେସବୁକ ପେଜରେ ଭାଇରାଲ ଭିଡିଓ ମିଳିଲା। ଯାହାକି 20 ଏପ୍ରିଲ 2021ରେ ପୋଷ୍ଟ କରାଯାଇଛି। ଫେସବୁତ ଆକାଉଣ୍ଟ ଚେକ୍ କରିବାରୁ ଏହା ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେଥିବା ମହିଳା କଂଗ୍ରେସ ନେତା ଡଲି ଶର୍ମା ଅଟନ୍ତି। ଏବଂ ଭାଇରାଲ ଭିଡିଓ ପୋଷ୍ଟ ହେଇଥିବା ଆକାଉଣ୍ଟ କଂଗ୍ରେସ ନେତା ଡଲି ଶର୍ମାଙ୍କ ଅଫିସିଆଲ୍ ଫେସବୁକ୍ ହ୍ୟାଣ୍ଡେଲ ଅଟେ। 20 ଏପ୍ରିଲ 2021 ରେ ଫେସବୁକ୍ ଲାଇଭ୍ ଆସି ଡଲି ଶର୍ମା ଦେଶରେ COVID-19 ସଙ୍କଟରେ ବିଜେପି ସରକାରର ଅବ୍ୟବସ୍ଥାକୁ ନେଇ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
Dolly Sharma ନାମକ ଫେସବୁକ ପେଜରେ ମିଳିଥିବା ଭିଡିଓରେ ସେ ଦେଶରେ ଚାଲିଥିବା COVID-19 ସଙ୍କଟ ସମୟରେ ଲୋକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ବିପଦ ବିଷୟରେ କହିଥିଲେ। COVID-19 ସଙ୍କଟକୁ ମୁକାବିଲା କରିବାରେ ବିଜେପି ସରକାରଙ୍କ ଅକ୍ଷମତାକୁ ଡଲି ଶର୍ମା କହିଛନ୍ତି। ଏହି ଭିଡିଓର 14:15 ମିନିଟରୁ ଭାଇରାଲ ପୋଷ୍ଟରେ ସମାନ ଭିଜୁଆଲ୍ ଦେଖନ୍ତୁ। COVID-19 ସଙ୍କଟକୁ ଭୁଲ୍ କରି ମହାମାରୀ ସମୟରେ ପଶ୍ଚିମବଙ୍ଗ ନିର୍ବାଚନକୁ ଗୁରୁତ୍ୱ ଦେଇଥିବାରୁ ଡଲି ଶର୍ମା ବିଜେପି ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିନ୍ଦା କରିଛନ୍ତି। ତଳେ ଡଲି ଶର୍ମାଙ୍କ ସମ୍ପୁର୍ଣ୍ଣ ଫେସବୁକ ଭିଡିଓ ଦେଖନ୍ତୁ।
ଏହା ପରେ କଂଗ୍ରେସ ନେତା ଡଲି ଶର୍ମା ଏବଂ ମନେକା ଗାନ୍ଧୀଙ୍କ ଫଟୋ ତୁଳନା କରି ଆମେ ନିଶ୍ଚିତ କରିପାରିବା ଯେ ଭିଡିଓରେ ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ମହିଳା ହେଉଛନ୍ତି ଗାଜିଆବାଦ କଂଗ୍ରେସ ନେତା ଡଲି ଶର୍ମା। ତଳେ ଫଟୋର ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେ ବିଜେପି ନେତା ତଥା ପ୍ରଥାନମନ୍ତ୍ରୀ ମୋଦୀଙ୍କ କୋରୋନା ଅବ୍ୟବସ୍ଥାକୁ ନେଇ ଟିପଣି କରୁଥିବା ମହିଳା ବିଜେପି ସାଂସଦ ନୁହେଁ ବରଂ କଂଗ୍ରେସ ନେତା ଅଟନ୍ତି।

Title:କଂଗ୍ରେସ ନେତା ଡଲି ଶର୍ମା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିନ୍ଦା କରୁଥିବା ଭିଡିଓକୁ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ନାମରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
