
କରୋନା ମହାମାରି ମଧ୍ୟରେ ସୋସିଆଲ ମିଡିଆରେ ଅନେକ ନକଲି ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଚୋ ଭାଇରାଲ ହେଉଛି ଯେଉଁଥିରେ ଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ସାଇଟ ସମ୍ମୁଖରେ ଡାକ୍ତରଖାନାର କର୍ମଚାରୀ ଏକ ଷ୍ଟ୍ରେଚରରେ COVID-19 ରୋଗୀଙ୍କୁ ନେଇ ଦେଖାଯାଉଥିବା ଦେଖାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
Baalia Baba ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଏଇଟି ଆମର ନୂଆ ପାର୍ଲିଆମେଣ୍ଟ ଘର, ଶବରେ ତିଆରି ଜାଣିଥା ମୋ’ର …#CentralVista. ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 15ଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ଭାଇରାଲ ଫଟୋରେ ଡାକ୍ତର ଜଣକ କୋରୋନା ରୋଗିଙ୍କୁ ବିଚ ରାସ୍ତାରେ ଟାଣି ଟାଣି ନେଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଫଟୋ ଆମକୁ scroll ପେଜରେ ମିଳିଲା,ଯାହା ଏଡିଟ୍ ହୋଇଥିବା ପରି ଜଣାପଡୁଛି। ଖବର ଅନୁସାରେ ଏହି ଆର୍ଟିକିଲ୍ କେନ୍ଦ୍ରୀୟ ଭିସ୍ତା ପ୍ରୋଜେକ୍ଟ ଉପରେ ଆଧାରିତ ଅଟେ। ଆମକୁ ମିଳିଥିବା ଫଟୋରେ କେବଳ ବ୍ୟାରିକେଡ୍ ଅଛି ଏବଂ ଡାକ୍ତର ଏବଂ ରୋଗୀର ଚିତ୍ର ଉପସ୍ଥିତ ନାହିଁ। ଏହି ବ୍ୟାରିକେଡ୍ ପଛରେ ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ ସାଇଟ୍ ଅଛି ଏବଂ ଫଟୋଟି ବିଜେତା ଲାଲୱାନୀଙ୍କ ଦ୍ୱାରା ନିଆଯାଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-scroll । Archive
ଏହା ପରେ ଆମେ ଦ୍ୱିତିୟ ଫଟୋକୁ ମଧ୍ୟ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ news.abs ପଜେରେ ଭାଇରାଲ ଫଟୋ ମିଳିଲା। ଯାହାକି ଡାକ୍ତରଖାନାର କର୍ମଚାରୀ ଏକ ଷ୍ଟ୍ରେଚରରେ ରୋଗୀକୁ ଟାଣି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଫଟୋର ପଛପଟେ କୌଣସି ବ୍ୟାରିକେଡ୍ ନାହିଁ। ଫଟୋକୁ ମିରର ଇମେଜ କରି ଏଡିଟ୍ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ,ପ୍ରଥମ ଫଟୋ ଏବଂ ଦ୍ୱିତିୟ ଫଟୋକୁ ଏଡ଼ିଟ୍ କରି ଭାଇରାଲ ଫଟୋ ପ୍ରସ୍ତୁତ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- news.abs । Archive
ତଳେ ଆମକୁ ମିଳିଥାବ ଫଟୋ ଏବଂ ଭାଇରାଲ ଫଟୋର ବିଶ୍ଲେଷଣ ଦେଖନ୍ତୁ। ଯେଉଁଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ଏଡିଟ୍ କରାଯାଇଛି। ଏବଂ ଏହାକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ତଳେ ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଦୁଇଟି ମୂଳ ଫଟୋକୁ ଏଡିଟ୍ କରି ଡାକ୍ତର କର୍ମିଚାରି ଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ସାଇଟ ସମ୍ମୁଖରେ କୋରୋନା ରୋଗୀକୁ ନେଉଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:ଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ସାଇଟ ସମ୍ମୁଖରେ ହସ୍ପିଟାଲ କର୍ମଚାରୀ ଷ୍ଟ୍ରେଚରରେ COVID-19 ରୋଗୀଙ୍କୁ ନେଉଛନ୍ତି ?
Fact Check By: Saritadevi SamalResult: Altered
