ଶରୀରର ଜଳି ଯାଇଥିବା ସ୍ଥାନରେ ଅଟା ଲଗାଇବା ପରାମର୍ଶଦାଯକ କି? ଜାଣନ୍ତୁ ସତ୍ୟ।

False Medical

ବର୍ତ୍ତମାନ ୱ୍ହାଟ୍ସଆପ୍ ରେ ଗୋଟିଏ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଶରୀରର ଜାଲିଥିବା ସ୍ଥାନରେ ଅଟା ଲଗାଇଲେ କ୍ଷତି ହୋଇଥିବା ସ୍ଥାନରେ କୌଣସି ଦାଗ ମଧ୍ୟ ରହେ ନାହିଁ। ଏହି ମେସେଜ୍ ରେ ଏହା ମଧ୍ୟ କୁହା ଯାଇଅଛି ଯେ ଅଟା ଉତ୍ତାପ ଗ୍ରହଣ କରିବାର କ୍ଷମତା ରଖିଥାଏ ଏବଂ ଏହାର ଶକ୍ତିଶାଳୀ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଥାଏ। ସେଥିପାଇଁ ନିଆରେ ଶରୀରର ଜାଲିଥିବା ସ୍ଥାନରେ ୧୫ ମିନିଟ ମଧ୍ୟରେ ଅଟା ପ୍ରାୟୋଗ କରିଲେ ଏହା ରୋଗୀକୁ ସାହାଜ୍ୟତା କରେ। 

ଫେକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

Screenshot_20210526-053520.png

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଏହି ମେସେଜ୍ ବିଷୟରେ ସିଡିସି ୱେବସାଇଟରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ ବିଭିନ୍ନ ସ୍ତରର ନିଆରୁ ଆଘାତ ହୋଇଥିବାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ କୁହା ଯାଇଅଛି। ସିଡିସି ଅନୁଯାୟୀ ଜଳିବାର ତିନଟି ସ୍ତର ଥାଏ। 

ପ୍ରଥମ ଡିଗ୍ରୀ: ପ୍ରଥମ ସ୍ତର ପୋଡା ଚର୍ମର ଉପର ସ୍ତର ସହିତ ଜଡ଼ିତ। ଚର୍ମର ଲାଲ ହେବା, ସ୍ପର୍ଶରେ ଦରଜ ହେବା ଏବଂ ସାମାନ୍ୟ ଫୁଲା ଦେଖାଯିବା ଏହାର ଲକ୍ଷଣ। ଏହାର ଚିକିତ୍ସା ପାଇଁ ଆଘାତ ହୋଇଥିବା ସ୍ଥାନକୁ ଓଦା କପଡା କିମ୍ବା ଥଣ୍ଡା ପାଣିରେ ବୁଡ଼ାନ୍ତୁ ଏବଂ ଦରଜ କମିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା କରନ୍ତୁ। ଜଳିବା ସ୍ଥାନରେ ମଲମ କିମ୍ବା ବତର ଲଗାନ୍ତୁ ନାହିଁ, ଏହି ଗୁଡ଼ିକ ସଂକ୍ରମଣର କାରଣ ହୋଇପାରେ। ଯନ୍ତ୍ରଣାରୁ ମୁକ୍ତି ଏବଂ ହ୍ରାସ କରିବାରେ ଔଷଧ ବ୍ୟବହାର କରା ଯାଇପାରେ। 

ଦ୍ଵିତୀୟ ଡିଗ୍ରୀ: ଦ୍ଵିତୀୟ ଡିଗ୍ରୀ ପୋଡା ଚର୍ମର ପ୍ରଥମ ଦୁଇଟି ସ୍ତର ସହିତ ଜଡିତ। ଏହାର ଲକ୍ଷଣ ହେଉଛି ଚର୍ମର ଗଭୀର ଲାଲ ହେବା, ଦରଜ, ଫୁଟୁକା ଏବଂ କିଛି ଚର୍ମର ସମ୍ଭାବୀୟ କ୍ଷତି। ଏହାର ଚିକିତ୍ସା ପାଇଁ ଆଘାତ ହୋଇଥିବା ସ୍ଥାନକୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ବୋଡାନ୍ତୁ, ସଫା କପଡାରେ ପୋଛନ୍ତୁ, ଫୁଟୁକା ଫଟାନ୍ତୁ ନାହିଁ, ମଲମ କିମ୍ବା ବତର ଲଗାନ୍ତୁ ନାହିଁ, ଏହି ଗୁଡ଼ିକ ସଂକ୍ରମଣର କାରଣ ହୋଇପାରେ। ଯଦି ଆପଣ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ବୃତ୍ତିଗତ ନୁହନ୍ତି ତେବେ ଗୁରୁତର ପୋଡାଜାଳାକୁ ଚିକିତ୍ସା କରିବାକୁ ଚେଷ୍ଟା କରନ୍ତୁ ନାହିଁ। 

cdc.jpg

CDC

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଜାଳାପୋଡା ଆଘାତ ହୋଇଥିବା ସମୟରେ ବିଭିନ୍ନ ଉପାୟ ଦ୍ଵାରା ଏହାର ପ୍ରଭାବ କମ କରିବାର ପ୍ରକ୍ରିୟା ଦେଇଛି। 

କ’ଣ କରିବା ଉଚିତ: 

୧) ପୋଷାକ କାଢି ଜଳସେଚନ କରି ଜଳିବା ପ୍ରକ୍ରିୟା ବନ୍ଦ କରନ୍ତୁ। 

୨) ଜାଲିଥିବା ସ୍ଥାନର ଟାପମାତ୍ରା କମାଇବା ପାଇଁ ଥଣ୍ଡା ପାଣି ବ୍ୟବହାର କରନ୍ତୁ। 

୩) ରୋଗୀକୁ ସଫା କପଡାରେ ଗୋଡାଇ ଚିକିତ୍ସା ସେବା ପାଇଁ ନିକଟତମ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଅନ୍ତୁ। 

କ’ଣ କରିବା ଅନୁଚିତ: 

୧) ଜାଲିଥିବା ସ୍ଥାନରେ ଟୁଥପେଷ୍ଟ, ତେଲ, ହଳଦୀ କମ୍ବା ଶୁଖା ତୁଳା ବ୍ୟବହାର କରନ୍ତୁ ନାହିଁ। 

୨) ବରଫ ପ୍ରୟୋଗ କରନ୍ତୁ ନାହିଁ କାରଣ ଏହା ଆଘାତକୁ ଗଭୀର କରିଥାଏ। 

୩) ଆଣ୍ଟି ମାଇକ୍ରୋବିୟାଲ ପ୍ରୟୋଗ ନହେବା ପର୍ଯ୍ୟନ୍ତ ଫୁଟୁକା ଫଟାନ୍ତୁ ନାହିଁ। 

୪) ଜାଲିଥିବା ଘାରେ ସିଧାସଳଖ କୌଣସି ପଦାର୍ଥ ପ୍ରୟୋଗ କରନ୍ତୁ ନାହିଁ କାରଣ ଏହା ସଂକ୍ରମିତ ହୋଇପାରେ। 

who.jpg

WHO | Archive

ଆମେରିକାର ଅଗ୍ନିଶମ ପ୍ରଶାସନ ଅନୁଯାୟୀ ଜାଲିଥିବା ସ୍ଥାନକୁ ଥଣ୍ଡା ପାଣିରେ ୫ ମିନିଟ ପର୍ଯ୍ୟନ୍ତ ପକାଇ ରଖନ୍ତୁ। ଏକ ଶୁଖିଲା ପରିଷ୍କାର କପଡାରେ ଘାକୁ ଘୋଡାଇ ରଖନ୍ତୁ। ମଲମ, ସ୍ପ୍ରେ କିମ୍ବା କୌଣସି ଘରୋଇ ଉପଚାର ପ୍ରୟୋଗ କରନ୍ତୁ ନାହିଁ। 

usfa.jpg

USFA | Archive

ଏହା ପରେ ଆମେ ଡାଃ ସିଲଭ୍ୟା ଇଜାକଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଇଛନ୍ତି, “ଅଟା ଏକ ଘରୋଇ ଉପଚାର ଅଟେ କିନ୍ତୁ ଏହା ଲାଭଦାୟକ ନୁହେଁ। ଲୋକେ ଅଟା ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି କାହିଁକି  କି ଏହାର ଉତ୍ତାପ ଶୋଷଣ କରିବା ଶକ୍ତି ଥାଏ। କିନ୍ତୁ ଜାଲିଥିବା ସ୍ଥାନରେ ଅଟା ବ୍ୟବହାର କରି ଏହାକୁ ପଛେ ସଫା କରିବା ସମୟରେ ରୋଗୀଙ୍କ ଚର୍ମକୁ ଅଧିକ ଆଘାତ ପହଞ୍ଚିବାର ସମ୍ଭାବନା ଅଛି। ସେଥିପାଇଁ ଘରୋଇ ଉପଚାର ନକରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।”

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲାଯେ ଜଲିଥିବା ସ୍ଥାନରେ ଅଟା ପ୍ରୟୋଗ କରିବାର କେଉଁଠାରେ ମଦ୍ୟ ପରାମର୍ଶ ଦିଆ ଯାଇ ନାହିଁ। ଘରୋଇ ଉପଚାର କରିବା ମଧ୍ୟ ସିଧାସଳଖ ମନା କରା ଯାଇଅଛି। WHO ଏବଂ CDC ୱେବସାଇଟରେ କେଉଁପ୍ରକାର ଜାଲିଥିବା ସ୍ଥାନର ଚିକିତ୍ସା କରା ଜୀବ ସେହା ଉଲ୍ଲେଖ ଅଛି। 

Avatar

Title:ଶରୀରର ଜଳି ଯାଇଥିବା ସ୍ଥାନରେ ଅଟା ଲଗାଇବା ପରାମର୍ଶଦାଯକ କି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published.