ହିନ୍ଦୁସ୍ତାନ ଟାଇମ୍ସ ପିଏମ ମୋଦୀ ନିଖୋଜ ବିଜ୍ଞାପନ ଦେଇଛି ?

False Social

ସୋସିଆଲ ମିଡିଆରେ ହିନ୍ଦୁସ୍ତାନ ଟାଇମ୍ସର ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁଥିରେ ହିନ୍ଦୁସ୍ତାନ ଟାଇମ୍ସ’ ଖବରକାଗଜର ପ୍ରଥମ ପୃଷ୍ଠାରେ ଏକ ବିଜ୍ଞାପନ ଅଛି, ଯେଉଁଥିରେ କୁହାଯାଇଥିଲା ଯେ ‘ପିଏମ ମୋଦୀ ନିଖୋଜ ଅଛନ୍ତି’। ତେବେ କଣ ହିନ୍ଦୁସ୍ତାନ ଟାଇମ୍ସରେ ଏହି ବିଜ୍ଞାପନ ଦିଆ ଯାଇଥିଲା। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  

14 ମଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ହିନ୍ଦୁସ୍ତାନ ଟାଇମ୍ସରେ ପିଏମ ମୋଦୀ ନିଖୋଜ ବିଜ୍ଞାପନ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ହିନ୍ଦୁସ୍ତାନ ଟାଇମ୍ସରେ ଏହି ବିଜ୍ଞାପନ ଦିଆ ଯାଇଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ହିନ୍ଦୁସ୍ତାନ ଟାଇମ୍ସ ଖବରକାଗଜର e-paper ଭାଇରାଲ ପୋଷ୍ଟ ଖୋଜିଥିଲୁ।  ସର୍ଚ୍ଚରୁ ଜାଣିବାକୁ ପାଇଲୁ ଯେ 07 ମଇ 2021 ରେ ଭାଇରାଲ ପୋଷ୍ଟର ହିନ୍ଦୁସ୍ତାନ ଟାଇମ୍ସ ପ୍ରକାଶିତ  ହୋଇଥିଲା। ଆମକୁ ମିଳିଥିବା ପେଜ ଭାଇରାଲ ପୋଷ୍ଟଥିଲା ମିଶୁଥିବା ବେଳେ, ଆମେ ଦେଖିଲୁ ମୂଳ ପେଜକୁ ଏଡିଟ୍ କରି ମୋଦୀ ନିଖୋଜ ବିଜ୍ଞାପନ ଲଗାଯାଇଛି।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-e-paperArchive

ଏହା ପରେ ଆମକୁ ମିଳିଥିବା ମୂଳ ଫଟୋ ଏବଂ ଭାଇରାଲ ପୋଷ୍ଟକୁ ବିଶ୍ଳେଷଣ କରି ଦେଖିଲୁ ଯେ, ଲାଲିରଙ୍ଗ କରାଯାଇଥିବା ବକ୍ସକୁ ଏଡ଼ିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ନିଖୋଜ ବିଜ୍ଞାପନ ଦିଆ ଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। ତଳେ ବିଶ୍ଲେଷଣ ଦେଖନ୍ତୁ।

COVID-19 ମହାମାରୀର ଦ୍ୱିତୀୟ ତରଙ୍ଗ ମଧ୍ୟରେ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ତଥା ଗଣମାଧ୍ୟମରେ କୋରୋନା ଅବ୍ୟବସ୍ଥାକୁ ନେଇ  ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ ଟୀକା ଏବଂ ଅମ୍ଳଜାନ ସହିତ ପିଏମ ମୋଦୀ ନିଖୋଜ ଅଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ହିନ୍ଦୁସ୍ତାନ ଟାଇମ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଖୋଜ ବିଜ୍ଞାପନ ଏଡ଼ିଟ୍ କରାଯାଇ ମିଥ୍ୟା ଦାବିରେ ଭାଇରାଲ କରାଯାଇଛି।

Avatar

Title:ହିନ୍ଦୁସ୍ତାନ ଟାଇମ୍ସ ପିଏମ ମୋଦୀ ନିଖୋଜ ବିଜ୍ଞାପନ ଦେଇଛି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *