
ସୋସିଆଲ ମିଡିଆରେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସରକାର କାଶ୍ମୀରରେ ରୋହିଙ୍ଗ୍ୟାଙ୍କ ଦ୍ଵାରା ବେଆଇନ ଭାବରେ ବଣା ଯାଇଥିବା କୋଠା ଗୁଡିକକୁ ଭାଙ୍ଗି ଦେଉଛନ୍ତି।
ଯେତେବେଳେ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରିଲା, ଫଳାଫଳରେ ଜାଣିବାକୁ ମିଳିଲା ଯେ ଏହି ଭିଡିଓର ରୋହିଙ୍ଗ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ଆସନ୍ତୁ ଜାଣିବା ଏହି ଭିଡିଓର ସତ୍ୟତା କ’ଣ।
କ’ଣ ଦାବି ଏହି ପୋଷ୍ଟର?
ଭାଇରାଲ ଭିଡିଓରେ ଆମେ କିଛି ଘର ଭଙ୍ଗା ହେଉଥିବା ସମୟରେ କିଛି ଲୋକଙ୍କୁ ଏହାର ବିରୋଧ କରିବା ଦେଖିବାକୁ ପାଇଲୁ। ଭିଡିଓ ସହିତ ଦାବି କରା ଯାଇଅଛି ଯେ ରୋହିଙ୍ଗ୍ୟା ମୁସଲିମ ମାନଙ୍କୁ ଦେଶରୁ ଲାଟ ମାରି ବାହାର କରିବା ଆମ୍ଭ କରିଲେ ମୋଦୀ ସରକାର।
ଆସନ୍ତୁ ଭାଇରାଲ ଭିଡିଓର ସତ୍ୟତା ଜାଣିବା।
ଆମ ଅନୁସନ୍ଧାନ:
କେଉଁ କାରଣରୁ ଏହି ଦାବିର ସୃଷ୍ଟି ହୋଇଛି?
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏପ୍ରିଲ ମାସ ପ୍ରାରମ୍ଭରୁ ଜାମ୍ମୁ କାଶ୍ମୀରରେ ବେଆଇନ ଭାବରେ ରହୁଥିବା ୧୫୦ ରୋହିଙ୍ଗ୍ୟା ମୁସଲିମଙ୍କୁ ନିର୍ବାସିତ କରିବା ପ୍ରକ୍ରିୟା ଆରମ୍ଭ କରା ଯାଇଅଛି।

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଜ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ଜମ୍ମୁ ଲିଙ୍କ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ଏହି ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଅନୁଯାୟୀ ଡାଳ ଲେକ୍ ନିକଟରେ ବେଆଇନ ଭାବରେ ବଣା ଯାଇଥିବା କୋଠା ଗୁଡିକକୁ ଜମି ଏବଂ ଜଳ ବିକାଶ ପ୍ରାଧିକରଣ (LAWDA) କାର୍ଜ୍ଯନୁଷ୍ଠାନ କରି ଭାଙ୍ଗୁଛନ୍ତି।
ଏହି ଘଟଣା ସମ୍ବନ୍ଧିତ ଆମକୁ ଆଉ ଗୋଟିଏ ଭିଡିଓ ମିଳିଲା ଯେଉଁଥିରେ LAWDA ର କାର୍ଜ୍ୟବାହିନୀ ଅଧିକାରୀ ଅବଦୁଲ ଅଜିଜ କାଦରୀ ନିଜେ ଏହି ଦଳର ନେତୃତ୍ଵ ନେଉଥିବାର ନଜର ଆସିଛନ୍ତି। ଏହି ଗୋଷ୍ଠୀ ଶ୍ରୀନଗରର ଡାଳ ଲେକ୍ ନିକଟ ଗ୍ରୀନ୍ ବେଲ୍ଟରେ ଥିବା ବେଆଇନ କୋଠାକୁ ଭାଙ୍ଗୁଛନ୍ତି। ଶ୍ରୀନଗରର ଲଶ୍କରୀ, ଦୋଜି, ବୁର୍ଜାମା, ୱ୍ହାଇଟ ଟିଲବାର ଏବଂ ନିଶାତ ଅଞ୍ଚଳରେ କାର୍ଯ୍ୟନୁଷ୍ଠାନ ନିଯା ଯାଇଅଛି। ଭିଡିଓରେ ଅବଦୁଲ ଅଜିଜ କହୁଥିବା ଶୁଣିବାକୁ ମିଳିଛି ଯେ ଏହି କାର୍ଯ୍ୟନୁଷ୍ଠାନ ସମୟରେ ସ୍ଥାନୀୟ ଌକମାନ ଏତାଙ୍କ ଦଳଉପରେ ପଥରରେ ଆକ୍ରମଣ ମଧ୍ୟ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଲୋକଙ୍କ ପ୍ରତିକ୍ରିୟାକୁ ନଡରି ଯେଉଁଠାରେ ବେଆଇନ ଭାବରେ କୋଠା ନିର୍ମାଣ କରା ଯାଇଅଛି ତାହା ବିରୋଧରେ କାର୍ଯ୍ୟନୁଷ୍ଠାନ ନେବେ।
ଏହା ପରେ ଆମେ ହ୍ରଦ ଏବଂ ଜଳପଥ ବିକାଶ ପ୍ରାଧିକରଣର କାର୍ଯ୍ୟବାହିନୀ ଅଧିକାରୀ ଅବଦୁଲ ଅଜିଜ କାଦରୀଙ୍କ ସହ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଇଛନ୍ତି ଯେ, “ଏହା ଏକ ନିୟମିତ ଅଭିଯାନ ଯାହା ଆମେ ଏହି ଅଞ୍ଚଳରୁ ବେଆଇନ ଭାବରେ ନିର୍ମାଣ କୋଠା ହଟାଇବାକୁ ପଦକ୍ଷେପ ନେଇଛୁ। ଆମେ ଅନ୍ୟାୟ ଗ୍ରୀନ୍ ବେଲ୍ଟ ଅଞ୍ଚଳର ସୁରକ୍ଷା ପାଇଁ କାର୍ଯ୍ୟ କରୁଛୁ, ଯେଉଁ କାରଣରୁ କୋଠା ନିର୍ମାଣ କରିବା ଅନୁମତି ନଥିବା ଅଞ୍ଚଳରୁ ବେଆଇନ ଭାବରେ ନିର୍ମାଣ କରା ଯାଇଥିବା କୋଠା ହତାଉଛୁ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ରୋହିଙ୍ଗ୍ୟା ମୁସଲମାନ ମାନଙ୍କ ବିରୁଦ୍ଧରେ ଏକ ଦାବି ସହିତ ଡାଳ ଲେକ୍ ରେ ବେଆଇନ କୋଠା ଭାଙ୍ଗିବାର ଭିଡିଓ ଭାଇରାଲ କରା ଯାଉଅଛି। ପ୍ରଶାସନ କହିବା ଅନୁଯାୟୀ ଏହି କୋଠା ଭଙ୍ଗା ଅଭିଯାନ ବେଆଇନ ଭାବେ ନିର୍ମାଣ ହୋଇଥିବା ଘର ବିରୁଦ୍ଧରେ କରା ଯାଇଥିଲା।

Title:କ’ଣ ଭିଡିଓରେ ସରକାର ଜାମ୍ମୁ କାଶ୍ମୀରରେ ଥିବା ରୋହିଙ୍ଗ୍ୟା ମୁସଲିମ ମାନଙ୍କର ଘର ଭାଙ୍ଗୁଛନ୍ତି?
Fact Check By: Siddharth SahuResult: False
