କ’ଣ କେରଳରେ କମ୍ୟୁନିଷ୍ଟ ସରକାର ଆସିଲା ପରେ ବର୍ତ୍ତମାନ ଗାଈ ଗୋବର ଏବଂ ମୁତ୍ରରୁ ଉତ୍ପାଦନ ହୋଇଥିବା ପଞ୍ଚଗଭଯ ଔଷଧ ବିକ୍ରୟ ହେଉଛି? ଜାଣନ୍ତୁ ସତ୍ୟ।

False Medical

କୋଭିଡ ବିସ୍ତାର କରିବା ପରେ ଏହାର ଉପଶମ ସମ୍ବନ୍ଧୀୟ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖା ଯାଇଥିଲା। ଏହା ମଧ୍ୟରୁ କୋଭିଡ ଉପଶମ ପାଇଁ ଗାଈ ଗୋବର ଏବଂ ମୁତ୍ରର ବ୍ୟବହାର ବିଷୟ ନେଇ ଅନେକ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଅଛି ଯେ କେରଲ ସରକାର ଗୌମୁତ୍ରର ଅନେକ ଥର ଥଟା କରି ସାରିଲା ପରେ ପଞ୍ଚଗଭ୍ୟ ନାମକ ଔଷଧ ବିକ୍ରୟ କରୁଛି ଯାହା ଗାଈ ଗୋବର ଏବଂ ମୁତ୍ର ବ୍ୟବହାର କରି ଉତପାଦନ କରା ଯାଏ। ଏହି ଔଷଧ ‘ଔଷଧୀ’ ନାମକ ଗୋଟିଏ ସଂସ୍ଥା ଉତ୍ପାଦନ କରେ ଯାହା କେରଳ ସରକାରର ମାଲିକାନା ଅଟେ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ତ କ’ଣ ପଞ୍ଚଗଭଯ, କେରଳ ସରକାର ଦ୍ଵାରା ମାଲିକାନା କମ୍ପାନୀ ‘ଔଷଧୀ’ ଦ୍ଵାରା ଉତ୍ପାଦିତ ନୂତନ ଔଷଧ ଅଟେ? ଆସନ୍ତୁ ଜାଣିବା। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ଔଷଧୀ କମ୍ପାନୀର ମାଲିକାନା କେରଳ ସରକାର ଅଟେ? ଏହା ଜାଣିବା ପାଇଁ ଆମେ ଔଷଧୀ ୱେବସାଇଟ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ଏକ ସରକାର ମାଲିକାନା କମ୍ପାନୀ ଅଟେ। 

ousadhi.jpg

Ousadhi | Archive

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ତାମିଲ ମଳୟାଲାମ ଦଳ ଆୟୁର୍ଭେଦ ସ୍ୱାସ୍ଥ୍ୟ ଅଧିକାରୀ ଡାଃ ଏ.ଏମ. ମନୋଜ ସହିତ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଇଛନ୍ତି, “ଷଷ୍ଠ ଶତାବ୍ଦୀର ସେଶ ଭାଗରୁ ପଞ୍ଚଗଭ୍ୟ ବ୍ୟବହାର କରା ଯାଉଅଛି। ଅଷ୍ଟଙ୍ଗା ହ୍ରଦୟାମ ପୁସ୍ତକରେ ଉଲ୍ଲେଖ କରା ଯାଇଥିବା ପ୍ରଣାଳୀ ଏବଂ ବିଷୟବସ୍ତୁ ଅନୁଯାୟୀ ଏହି ଔଷଧ ନିର୍ମାଣ କରା ଯାଏ। କାଳ କାଳରୁ ଏହା ମାନସିକ ରୋଗ, ଜ୍ଵର, ଏକାଗ୍ରତା ଅଭାବ ଇତ୍ୟାଦି ଚିକିତ୍ସା ପାଇଁ ଏହାର ବ୍ୟବହାର କରା ଯାଏ। ଔଷଧୀ କମ୍ପାନୀ ମଧ୍ୟ ଏହି ଔଷଧକୁ ଅନେକ ବର୍ଷରୁ ବିକ୍ରି କରି ଆସୁଛି।”

ଏହା ପରେ ଆମେ ଔଷଧୀ କମ୍ପାନୀର ମାର୍କେଟିଙ୍ଗ ମ୍ୟାନେଜର ଇ.ଶିବୁଙ୍କ ସହିତ ଯୋଗାଯୋଗ କରିଲୁ। ତାଙ୍କ କହିବା ଅନୁଯାୟୀ, “ଅଷ୍ଟଙ୍ଗା ହ୍ରଦୟାମ ଉତ୍ତରାସ୍ଥନାମ ପୁସ୍ତକର ଅପସ୍ମାର ପ୍ରତିଷେଧମ ଅଧ୍ୟାୟରେ ଏହି ଉପଚାର ବିଷୟରେ ଉଲ୍ଲେଖ କରା ଯାଇଅଛି। ଷଷ୍ଠ ଶତାବ୍ଦୀରୁ ବିଭିନ୍ନ ରୋଗର ଚିକିତ୍ସା ପାଇଁ ପଞ୍ଚଗଭ୍ୟବ୍ୟବହାର କରା ଯାଉଅଛି। ଗତ ୪୦ ବର୍ଷ ଧରି ଔଷଧୀ କମ୍ପାନୀ ଏହାର ଉତ୍ପାଦନ ଏବଂ ବିକ୍ରୟ କରୁଛି। ମୁଁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦାବି ଦେଖିଛି ଯେଉଁଥିରେ କୁହା ଯାଇଅଛି ଯେ ବର୍ତ୍ତମାନର ସରକାର ଏହି ଔଷଧ ବିକ୍ରୟ ଆରମ୍ଭ କରିଛି, କିନ୍ତୁ ଏହି ଦାବି ଗୁଡିକ ମିଥ୍ୟା ଅଟେ।”

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଔଷଧୀ କମ୍ପାନୀ ଗତ ୪୦ ବର୍ଷରୁ ପଞ୍ଚଗଭ୍ୟ ଔଷଧର ଉତ୍ପାଦନ ଏବଂ ବିକ୍ରୟ କରୁଛି। ପୋଷ୍ଟର ଦାବି ଯେ ବର୍ତ୍ତମାନର କମ୍ୟୁନିଷ୍ଟ ସରକାର ଏହା ବିକ୍ରୟ ଆରମ୍ଭ କରିଛି ଏକ ମିଥ୍ୟା ଅଟେ।

Avatar

Title:କ’ଣ କେରଳରେ କମ୍ୟୁନିଷ୍ଟ ସରକାର ଆସିଲା ପରେ ବର୍ତ୍ତମାନ ଗାଈ ଗୋବର ଏବଂ ମୁତ୍ରରୁ ଉତ୍ପାଦନ ହୋଇଥିବା ପଞ୍ଚଗଭଯ ଔଷଧ ବିକ୍ରୟ ହେଉଛି?

Fact Check By: Siddharth Sahu 

Result: False

Leave a Reply

Your email address will not be published.