କ’ଣ ମାଲେସିଆର ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ରୋଗକୁ ପତ୍ନୀ ମାନଙ୍କ ସହିତ ତୁଳନା କରିଛନ୍ତି? ଜାଣନ୍ତୁ ସତ୍ୟ।

False Social

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ “କରୋନା ପତ୍ନୀ ମାନଙ୍କ ପରିକା। ପ୍ରଥମେ ଆପଣ ତାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଆପଣ ପଛେ ଅନୁଭବ କରନ୍ତି ଯେ ଆପଣ ଏହାକୁ ନିୟନ୍ତ୍ରଣ କରି ପାରିବେ ନାହିଁ। ଏହା ପରେ ଆପଣ ତା ସ୍ସାହିତ ରହିବା ଶିଖି ଯିବେ।”

ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ହେଉଥିବା ଭିଡିଓକୁ ଗଭୀରତା ସହିତ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓରେ ଥିବା ବ୍ୟକ୍ତିଙ୍କ ନାମ ମେଙ୍କୋ ପୋଲାହୁକାମ ଅଟେ। ଏହା ପରେ ଆମେ ଗୁଗୁଲରେ ଯାଇ ଏହି ନାମ ଟାଇପ କରି ସର୍ଚ କରିଲୁ। ଫଳାଫଳରେ ଆମକୁ ୨୯ ମଇ ୨୦୨୦ ମସିହାରେ ଏନ.ଡି.ଟି.ଭି ଦ୍ଵାରା ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା ଯେଉଁଥିରେ କୁହା ଯାଇଅଛି ଯେ ଇଣ୍ଡୋନେସିଆର ସୁରକ୍ଷା ମନ୍ତ୍ରୀ ମହମ୍ମଦ ମାହଫୂଦ କରୋନା ନେଇ ଏପରି ବୟାନ ଦେଇଛନ୍ତି। 

NDTV.jpg

NDTV | Archive

ଏହି ବିଷୟରେ ୟୁଟ୍ୟୁବରେ ସର୍ଚ କରିଲା ପରେ ଆମକୁ ୧ ଜୁନ ୨୦୨୦ ରେ ପ୍ରାଗ ନ୍ୟୁଜ ନାମକ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓର ଫୁଟନୋଟ୍ ରେ ମଧ୍ୟ ଲେଖା ଯାଇଅଛି ଯେ କରୋନାକୁ ପତ୍ନୀ ସହିତ ତୁଳନା କରିଥିବା ବ୍ୟକ୍ତି ଇଣ୍ଡୋନେସିଆ ଦେଶର ମନ୍ତ୍ରୀ ଅଟନ୍ତି। ତାଙ୍କ ଏହି ବୟାନରୁ ଅନେକ ସଂସ୍ଥା ଏବଂ ମହିଳା ମାନଙ୍କର ପକ୍ଷରୁ କଡ଼ା ନିନ୍ଦା ହେଉଥିବା ଦେଖିବାକୁ ମିଳିଥିଲା। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓରେ କରୋନାକୁ ମହିଳାଙ୍କ ସହିତ ତୁଳନା କରୁଥିବା ବ୍ୟକ୍ତି ମାଲେସିଆର ସ୍ୱାସ୍ଥ୍ୟ ମନ୍ତ୍ରୀ ନୁହନ୍ତି। ଏହି ବ୍ୟକ୍ତି ହୁଛନ୍ତି ଇଣ୍ଡୋନେସିଆ ଦେଶର ସୁରକ୍ଷା ମନ୍ତ୍ରୀ ଅଟନ୍ତି।

Avatar

Title:କ’ଣ ମାଲେସିଆର ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ରୋଗକୁ ପତ୍ନୀ ମାନଙ୍କ ସହିତ ତୁଳନା କରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *