ରାଷ୍ଟ୍ରପତି ଜୋ ବିଡେନଙ୍କ ନିର୍ବାଚନ ପରେ ଜର୍ଜ ଫ୍ଲଏଡଙ୍କ ଝିଅକୁ କ୍ଷମା ମାଗୁଛନ୍ତି ?

False International

ସୋସିଆଲ ମିଡିଆରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଜୋ ବିଡେନଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜୋ ବିଡେନ ଏକ ଛୋଟ ଛୁଆ ପାଖରେ ଆଣ୍ଠେଇଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ଜର୍ଜ ଫ୍ଲଏଡଙ୍କ ଝିଅ ଆଗରେ ଆଣ୍ଠୁମାଡି କ୍ଷମା ମାଗୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

26 ଜୁନରେ Sujit Kumar Sarangi ନାମକ ଜଣେ ଫେସବୁକ ୟୁଜର  ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ଜର୍ଜ ଫ୍ଲଏଡଙ୍କ ଝିଅ ଆଗରେ ଆଣ୍ଠୁମାଡି କ୍ଷମା ମାଗୁଛନ୍ତି। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 618ଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ 46 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। ଏହି ପୋଷ୍ଟ twitterରେ ମଧ୍ୟ ପୋଷ୍ଟ କରାଯାଇଛି।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ମୃତ ପୋଲିସ କର୍ମି  ଜର୍ଜ ଫ୍ଲଏଡଙ୍କ ଝିଅ ଆଗରେ ଆଣ୍ଠୁମାଡି କ୍ଷମା ମାଗୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। outlookindia ପେଜରେ ଭାଇରାଲ ଫଟୋ ମିଳିଲା। ପୋଷ୍ଟ ଖବର ଅନୁସାରେ ଫଟୋରେଥିବା ଛୁଆ ମୃତ ପୋଲିସ କର୍ମି  ଜର୍ଜ ଫ୍ଲଏଡଙ୍କ ଝିଅ ନୁହଁ। ଆମେରିକାର ରାଷ୍ଟ୍ରପତି ପ୍ରାର୍ଥିଥିବା ସମୟରେ ଜୋ ବିଡେନଙ୍କର ଏହି ଫଟୋ ନିଆଯାଇଥିଲା। ସେ ମିଗିଗାନରେ ନାତି ପାଇଁ କିଛି ସାମଗ୍ରୀ କିଣିବାକୁ ‘ଥ୍ରୀ ତିରିଶି’ ପୋଷାକ ଦୋକାନକୁ ଆସିଥିବା ବେଳେ ସେ ସି ବ୍ରାଉନ୍ ନାମକ ଏକ ପିଲାଙ୍କ ସହ କଥା ହୋଇଥିଲେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- outlookindiaArchive

ପରେ କରିନେ ପର୍କିନ୍ସଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା  Twitter ମିଳିଲା। ଯେଉଁଥିରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଭାଇରାଲ ଫଟୋ  ଉତ୍ତର ଆମେରିକାର ଫଟୋଗ୍ରାଫର ଲେ ମିଲିସ୍ ରଏଟର୍ସ ପିକ୍ଚର୍ସ ଉଠାଇଛନ୍ତି। ଏହା ଛଡ଼ା ଭାଇରାଲ ଫଟୋ ଆମେରିକାର ରାଷ୍ଟ୍ରପତି ତାଙ୍କ instagram ପେଜରେ ମଧ୍ୟ ପୋଷ୍ଟ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

Leah Millis 19 ନଭେମ୍ବର 2020ରେ ଭାଇରାଲ ଫଟୋ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି ଯେ, ଫଟୋରେଥିବା ଛୁଆ ଜର୍ଜ ଫ୍ଲଏଡଙ୍କ ଝିଅ ନୁହଁ। ସେ ଲେଖିଛନ୍ତି, ଭାଇରାଲ ଫଟୋକୁ ନେଇ ଆଜି ଅନ୍ୟ ଦେଶରେ ମିଥ୍ୟା ଖବରର ଚାରିଆଡ଼େ ଘୁରି ବୁଲୁଛି। ଏହି ଫଟୋ ମୁଁ ଉଠାଇଥିଲି। ସେ ସ୍ପଷ୍ଟ କରିଛନ୍ତି ଯେ, ଏହା ରାଷ୍ଟ୍ରପତି ଜୋ ବିଡେନଙ୍କ ନିର୍ବାଚନ ପରେ ଜର୍ଜ ଫ୍ଲଏଡଙ୍କ ଝିଅକୁ କ୍ଷମା ମାଗୁଥିବା ଦାବିରେ ଭାଇରାଲ ଫଟୋ ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

gettyimages, newsherald, victoriaadvocate ପେଜରେରେ ମଧ୍ୟ ପ୍ରକାଶିତ ହୋଇଛି। ପ୍ରକାଶିତ ଖବର ଅନୁସାରେ ଡେଟ୍ରୋଇଟ୍ ରେ ଏକ ପୋଷାକ ଦୋକାନ ମାଲିକଙ୍କ ପୁଅ CJ ବ୍ରାଉନ୍ ଭାବରେ ଶିଶୁର ପରିଚୟ ଦିଆ ଯାଇଛି। ଏହି ରିପୋର୍ଟଗୁଡିକ ମଧ୍ୟରୁ କୌଣସି ଖବରରେ ଲେଖା ଯାଇନାହିଁ ଯେ, ବାଳକର ପିତା ଜଣେ ପୋଲିସ୍ ଦ୍ୱାରା ଜାତିଗତ କାରଣରୁ ଆକ୍ରମଣର ଶିକାର ହୋଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- gettyimages

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଫଟୋରେ ରାଷ୍ଟ୍ରପତି ଜୋ ବିଡେନଙ୍କ ନିର୍ବାଚନ ପରେ ଜର୍ଜ ଫ୍ଲଏଡଙ୍କ ଝିଅକୁ କ୍ଷମା ମାଗୁଥିବା ଦାବିରେ ଭାଇରାଲ ଫଟୋ ମିଥ୍ୟା ଅଟେ। ଫଟୋରେଥିବା ଛୁଆ ଜର୍ଜ ଫ୍ଲଏଡଙ୍କ ଝିଅ ନୁହେଁ।

Avatar

Title:ରାଷ୍ଟ୍ରପତି ଜୋ ବିଡେନଙ୍କ ନିର୍ବାଚନ ପରେ ଜର୍ଜ ଫ୍ଲଏଡଙ୍କ ଝିଅକୁ କ୍ଷମା ମାଗୁଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *