ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କୁ ଟୀକାକରଣ ବିଜ୍ଞାପନକୁ ନେଇ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟତା ।

False Social

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ  ଟିକା ଉପଲବ୍ଧ ନ ଥାଇ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖବରକାଗଜରେ ଏକାଧିକ ଟୀକାକରଣ ବିଜ୍ଞାପନ ଦେଇଥିବା କଥା କହୁଛନ୍ତି। ଆମ  ଅନୁସନ୍ଧାନରେ ସ୍ପଷ୍ଟ  ହେଲୁ ଯେ,ମୂଳ ଭିଡିଓରେ ସିସୋଦିଆ ଟିକା କ୍ରୟ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଟୀକାକରଣ ବିଜ୍ଞାପନ ଜାରି କରିଥିବାରୁ କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି। 

25 ଜୁନରେ Tridip kumar Nandi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରି କହୁଛନ୍ତି ଯେ, କେଜ୍ରିୱାଲ କେବଳ ଟିକାକରଣ ବିଜ୍ଞାପନ ଦେଉଛନ୍ତି, କିନ୍ତୁ ଟିକା ଉପଲବ୍ଧ ନାହିଁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 14ଥର ସେୟାର କରାଯିବା ସହ 1000ରୁ ଅଧିକ ଲୋକ ଦେଖି ସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ତେବେ କଣ ଭାଇରାଲ ଭିଡିଓରେ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରି କହୁଛନ୍ତି ଯେ, ଟିକା ଉପଲବ୍ଧ ନଥାଇ ମଧ୍ୟ କେଜ୍ରିୱାଲ କେବଳ ଟିକାକରଣ ବିଜ୍ଞାପନ ଦେଉଛନ୍ତି।  ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରା ଭିଡିଓ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।  ତାଙ୍କ ଚ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓର ମୂଳ ଭିଡିଓ ପୋଷ୍ଟ କରିଥିବାର ପାଇଲୁ। ମୂଳ ଭିଡିଓରେ ମନୀଷ ସିସୋଦିଆ ଦିଲ୍ଲୀ ସରକାର କୁ ନୁହେଁ ବରଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି। 

ଭିଡିରେ ମନୀଷ ସିସୋଦିଆ କହୁଛନ୍ତି ଯେ, ଟିକା ନଥାଇ ମଧ୍ୟ କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାର ଭାରତୀୟ ଜନତା ପାର୍ଟି (ବିଜେପି)  ମାନେ ଟୀକାକରଣ ବିଜ୍ଞାପନ ଦେବାରେ ଲାଗିଛନ୍ତି। ଭିଡିଓରେ 5 ମିନିଟରେ ଶୁଣିବାକୁ ମିଳୁଛି ଯେ, ସିସୋଦିଆ ବିଜେପି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଦେଇଥିବା ଟୀକାକରଣ ବିଜ୍ଞାପନକୁ ସମ୍ବୋଧିତ କରିଛନ୍ତି। ଏହା ପରେ ସେ ସେମାନଙ୍କୁ ସମାନ ସମାଲୋଚନା କରି ଟୀକା ଉପଲବ୍ଧତା ସମସ୍ୟାକୁ ସମାଧାନ କରାଯାଉ ନାହିଁ ବୋଲି କହୁଛନ୍ତି। ଯେଉଁ ଅଂଶରେ ସିସୋଡିଆ ବିଜେପି ରାଜ୍ୟ ସରକାର ଏବଂ ମୋଦୀ ସରକାର ବିଷୟରେ ଉଲ୍ଲେଖ କରିଛନ୍ତି, ସେହି ଅଂଶ ଭାଇରାଲ କ୍ଲିପରେ ଏଡିଟ୍ କରାଯାଇଛି। ଏବଂ ଭିଡିଓକୁ କେଜ୍ରିୱାଲ ସରକାର କୁ ସମାଲୋଚନା କରୁଥିବା ଦାବିରେ ଭଆଇରାଲ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ମୂଳ ଭିଡିଓରେ ସିସୋଦିଆ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଯେ ମାଗଣା ଟିକା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ବିଜ୍ଞାପନ ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ଚାପ ପକାଉଛନ୍ତି। ସେ ଏପରି ବିଜ୍ଞାପନ ସହିତ ଅନେକ ଖବରକାଗଜ ମଧ୍ୟ ଦେଖାନ୍ତି।  ପରେ, ସିସୋଦିଆ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀର ଆବଶ୍ୟକ ଟିକା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ଏବଂ ସମଗ୍ର ଦିଲ୍ଲୀର ଜନସଂଖ୍ୟା ଟିକା ଦିଆଯିବା ପରେ ଏହି ବିଜ୍ଞାପନଗୁଡିକ ଦିଲ୍ଲୀରେ ପ୍ରକାଶ କରିବାର ଦାୟିତ୍ୱଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି। 

ତେଳେ ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓର ବିଶ୍ଳେଷଣ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ମୂଳ ଭିଡିଓକୁ ଏଡିଟ୍ କରି ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରି କରୁଥିବା ଦାବିରେ ଭାଇରାଲ କରାଯାଇଛି।

Avatar

Title:ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କୁ ଟୀକାକରଣ ବିଜ୍ଞାପନକୁ ନେଇ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟତା ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *