
ଟୋକିଓ ଅଲମ୍ପିକ୍ସରେ ସ୍ଵେଛାସେବୀ ପଦକର ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପଦକ ଉପରେ ଥିବା ସ୍ଵେଛାସେବୀ ବିଭିନ୍ନ ଭାଷାରେ ଏଖା ଯାଇଅଛି। ଏହା ଉପରେ ହିନ୍ଦୀ ଭାଷାରେ ସ୍ବୟମସେବକ ମଧ୍ୟ ଲେଖା ଯାଇଛି। ଏହି ପୋସ୍ତରେ ଦାବି କରା ଯାଇଅଛି ଯେ ଟୋକିଓ ଅଲମ୍ପିକ୍ସରେ ସ୍ଵେଛାସେବୀ ମାନଙ୍କୁ ପ୍ରଦାନ କରା ଯିବା ପଦକ ଉପରେ ପ୍ରଥମ ଥରପାଇଁ ହିନ୍ଦୀରେ ସ୍ବୟମସେବକ ଲେଖା ଯାଇଅଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଉପରୋକ୍ତ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ଇ-କମର୍ଷ ୱେବସାଇଟ ଇ-ବେରେ ଏହି ପଦକର ଏକ ଭାଇରାଲ ଫୋଟୋ ପାଇଲୁ। ଏହି ୱେବସାଇଟ ଅନୁଯାୟୀ ଏହା ଗୋଟିଏ ପଦକ ନୁହେଁ, ଏକ ପିନ୍ ଅଟେ ଯାହାର ମୂଲ୍ୟ $୧.୫୦ ରହିଛି।

ସ୍ଵେଛାସେବୀ ମାନଙ୍କୁ ପ୍ରଦାନ କରା ଯାଉଥିବା ସୁବିଧା ଏବଂ ସାମଗ୍ରୀ ବିଷୟରେ ଅଧିକ ଜାଣିବା ପାଇଁ ଆମେ ଟୋକିଓ ଅଲମ୍ପିକ୍ସ ୨୦୨୦ ର ଅଫିସିଆଲ ୱେବସାଇଟରେ ଯାଞ୍ଚ କରିଲୁ। ଏହି ତାଲିକାରେ ସ୍ଵେଛାସେବୀ କାର୍ଯ୍ୟକଳାପ ସମୟରେ ୟୁନିଫର୍ମ, ଖାଦ୍ୟ ଏବଂ ପାନୀୟ, ଯାତ୍ରା ଖର୍ଚ (୧୦୦୦ ୟେନ/ଦିନ) ଏବଂ ସ୍ଵେଛାସେବୀ କାର୍ଯ୍ୟକଳାପ ସହିତ ଜଡିତ ବୀମା ଅନ୍ତର୍ଭୁକ୍ତି ପ୍ରଦାନ କରା ଯିବା ବିଷୟରେ ଉଲ୍ଲେଖ କରା ଯାଇଛି।

ଏହି ୱେବସାଇଟର ଗଭୀରତା ସହିତ ଯାଞ୍ଚ କରିଲା ପରେ ଆମକୁ ଏହା ମଧ୍ୟ ଜାଣିବାକୁ ମିଳିଲା ଯେ ସ୍ଵେଛାସେବୀ ମାନଙ୍କୁ କୌଣସି ପ୍ରମାଣପତ୍ର ବା ସାର୍ଟିଫିକେଟ୍ ଦେବାର ଅଲମ୍ପିକ୍ସ ଏସୋସିଏସନ୍ ର କୌଣସି ଯୋଜନା ନାହିଁ ବୋଲି ମଧ୍ୟ କୁହା ଯାଇଅଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋ ଅଲମ୍ପିକ୍ସ ଏସୋସିଏସନ୍ ଦ୍ଵାରା ସ୍ଵେଛାସେବୀ ମାନଙ୍କୁ ଦେବା ପଦକର ଫୋଟୋ ନୁହେଁ। ଏହା ଏକ ପିନ୍ ଯେଉଁଟା ଏ-କମର୍ଷ ୱେବସାଇଟରେ ଆପଣ କିଣି ପାରିବେ। ଅଲମ୍ପିକ୍ସ ଏସୋସିଏସନ୍ ଅନୁଯାୟୀ ସ୍ଵେଛାସେବୀ ମାନଙ୍କୁ କୌଣସି ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରିବାର କୌଣସି ଯୋଜନା ନାହିଁ।

Title:କ’ଣ ଟୋକିଓ ଅଲମ୍ପିକ୍ସରେ ସ୍ଵେଛାସେବୀ ମାନଙ୍କୁ ମିଳିବାକୁ ଯାଉଥିବା ପଦକରେ ପ୍ରଥମ ଥର ହିନ୍ଦୀରେ ‘ସ୍ବୟମସେବକ’ ଲେଖା ଯାଇଅଛି କି?
Fact Check By: Siddharth SahuResult: False
