
ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଭିଡିଓ ଗୁଜୁରାଟର ଗୋଟିଏ ଢାବାର ସିସିଟିଭି କ୍ୟାମେରାରେ ରେକର୍ଡ ହେଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ଟେବୁଲରେ କିଛି ଲୋକ ବସିଥିବା ସମୟରେ ସେମାନଙ୍କୁ କିଛି ଲୋକେ ଘେରିଛନ୍ତି। ବସିଥିବା ଲୋକ ମାନଙ୍କ ମଧ୍ୟରୁ ଜଣଙ୍କ ପାଖରୁ ଗୋଟିଏ ବନ୍ଧୁକ ମଧ୍ୟ ବରାମଦ ହୋଇଥିବା ଦେଖିବାକୁ ମିଳିଛି। ପୋଷ୍ଟ ଦାବି ଅନୁଯାୟୀ ଗୁଜୁରାଟ କ୍ରାଇମ୍ ବ୍ରାଞ୍ଚ କର୍ମଚାରୀ ମାନେ ଦିଲ୍ଲୀ ଦଙ୍ଗା ଅଭିଯୋଗୀ ମହମ୍ମଦ ସିରାଜକୁ ଗିରଫ କରୁଛନ୍ତି।
ଫ୍ୟାକ୍ତ କ୍ରିଷେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧ ଜୁଲାଇରେ ଜଣେ ଫେସବୁକ ବ୍ୟବହାରକାରୀ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ସେହି ଭିଡିଓରେ ଗୁଜୁରାଟ କ୍ରାଇମ୍ ବ୍ରାଞ୍ଚ ଗୋଟିଏ ଢାବାରେ ଦିଲ୍ଲୀ ଦଙ୍ଗା ଅଭିଯୋଗୀ ମହମ୍ମଦ ସିରାଜକୁ ଗିରଫ କରୁଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରିଫାଏ ଏକ୍ସଟେନସନ୍ ଟୁଲ୍ ବ୍ୟବହାର କରି ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ମାଧ୍ୟମରେ ସର୍ଚ କରିଲୁ। ଫଳାଫଳରେ ଆମକୁ ଏବିପି ଅସ୍ମିତାର ଅଫିସିଆଲ ଫେସବୁକ ଏକାଉଣ୍ଟରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଦର୍ଶାଯାଇଛି ଯେ ଏହି ଭିଡିଓ ଗୁଜୁରାଟର ପତନ ସହରର ଘଟଣା ଅଟେ ଯେଉଁଥିରେ ପୋଲିସ ଗାଡ଼ି ଚୋର ଅଭିଯୁକ୍ତ ମାନଙ୍କୁ ଧରିଥିଲା। ଆପଣ ନିମ୍ନରେ ଏହି ଭିଡିଓ ଦେଖି ପାରିବେ।
ଅଧିକ ଅନୁସନ୍ଧାନ ପରେ ଆମେ ଏହି ଭିଡିଓକୁ ଇଣ୍ଡିଆନ ଏକ୍ସପ୍ରେସର ୟୁଟ୍ୟୁବ ଚ୍ୟାନାଲରେ ପାଇଲୁ। ଏଥିରେ କୁହା ଯାଇଅଛି ଯେ ଅହମ୍ମଦାବାଦ କ୍ରାଇମ୍ ବ୍ରାଞ୍ଚର ଅଧିକାରୀ ମାନେ ଗୋଟିଏ ଢାବାରୁ ବନ୍ଧୁକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ନାବଳ କରିଛି। ଅଭିଯୋଗୀଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଥିଲା।
ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଗୁଜୁରାତି ଦଳ ଅହମ୍ମଦାବାଦ କ୍ରାଇମ୍ ବ୍ରାଞ୍ଚ ସହିତ ଯୋଗାଯୋଗ କରିଲା। ଅଧିକାରୀଙ୍କ କହିବା ଅନୁଯାୟୀ “ଅହମ୍ମଦାବାଦର ଚାନ୍ଦକେଡା ଏବଂ ସାବରମତି ପୋଲିସ ଥାନାରେ ପଞ୍ଜୀକୃତ ହୋଇଥିବା ଗାଡ଼ି ଚୋରୀ ମାମଲାରେ ଅହମ୍ମଦାବାଦ ଏଣ୍ଟି-ଅଗ୍ରାନାଇଜଡ୍ ୟୁନିଟ୍ ଦ୍ଵାରା ଏହି ଅଭିଯାନ କରା ଯାଇଥିଲା ଏବଂ ଏହି ଚୋରୀରେ ଅଭିଯୁକ୍ତ କିରିତ ପଞ୍ଚଳକୁ ଗିରଫ କରା ଯାଇଅଛି। ଏହି ଅପରେସନ୍ ପତନ ସହର ନିକଟରେ ଅମରପୁରା ଗ୍ରାମରେ ଏକ୍ତା ରେଷ୍ଟୁରାଣ୍ଟରେ ହେଇଥିଲା। ଏହି ବ୍ୟକ୍ତିଙ୍କୁ ଆକ୍ରମଣ, ଦୁଷ୍କର୍ମ ଏବଂ ଚୋରୀ ଅଭିଯୋଗରେ ଅହମ୍ମଦାବାଦ ଏବଂ ରାଜସ୍ଥାନର ଅନେକ ପୋଲିସ ଥାନାରେ ମାମଲା ରୁଜୁ ହୋଇଥିଲା।”
ଏହି ଅପରେସନର ଦିଲ୍ଲୀ ଦଙ୍ଗାକାରୀ ମହମ୍ମଦ ସିରାଜ ସହିତ କୌଣସି ସମ୍ବନ୍ଧ ଥିବା ଦାବିକୁ ମଦ୍ୟ ସେ ଖଣ୍ଡନ କରିଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରେ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଏହି ଅପରେସନରେ ଗିରଫ ହୋଇଥିବା ଅଭିଯୋଗୀ ଦିଲ୍ଲୀ ଦଙ୍ଗାକାରୀ ମହମ୍ମଦ ସିରାଜ ନୁହନ୍ତି। ଗିରଫ ହୋଇଥିବା ବ୍ୟକ୍ତି କିରିତ ପଞ୍ଚଳ ନାମକ ଜଣେ ବ୍ୟକ୍ତି ଅଟନ୍ତି।

Title:କ’ଣ ଭାଇରାଲ ଭିଡିଓରେ ଗୁଜୁରାଟ କ୍ରାଇମ୍ ବ୍ରାଞ୍ଚ ଦିଲ୍ଲୀ ଦଙ୍ଗା ଅଭିଯୋଗୀ ମହମ୍ମଦ ସିରାଜକୁ ଗିରଫ କରୁଛି?
Fact Check By: Siddharth SahuResult: False