
ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଯୁବକ ଦେଖା ଯାଉଛନ୍ତିଏବନ ସେ ଏହି ଫୋଟୋରେ ଅନ୍ୟ ମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଫୋଟୋ ସହିତ ଦାବି କରା ଯାଇଅଛି ଯେ ଏହା ୧୯୮୨ ମସିହାର ଫୋଟୋ ଅଟେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜସ୍ଥାନ ଯୋଧପୁରର ଷୋଳଙ୍କିଆତଲା ଯାଇଥିଲେ। ସ୍ଥାନୀୟ ସରପଞ୍ଚ ନରପତସିଂ ରାଠୋର ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ। ସେ ସେହି ସମୟରୁ ମହାରାଷ୍ଟ୍ର, ଗୁଜୁରାଟ ଏବଂ ରାଜସ୍ଥାନର ସଂଘ ଡାଇତ୍ଵ ବୁଝୁଥିଲେ ଏବଂ ଏହି ଫୋଟୋରେ ସେ ଯୋଧପୁରର ଏକ ଗ୍ରାମରେ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି।
ଫ୍ୟାକ୍ଟ କ୍ରିସେଣ୍ଡୋ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଏହି ଫୋଟୋ ରାଜସ୍ଥାନର ଯୋଧପୁରରେ ଥିବା ଏକ ଗ୍ରାମର ଫୋଟୋ ନୁହେଁ ବରଂ ଗୁଜୁରାଟର ନିର୍ବାଚନ ପ୍ରଚାର ସମୟରେ ଫୋଟୋ ଅଟେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପୋଷ୍ଟର ଭାଇରାଲ ଦାବି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ୱେବସାଇଟ ମିଳିଲା। ଏହି ୱେବସାଇଟ ଅନୁଯାୟୀ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରିଥିଲେ, ସେତେବେଳେ ଏହି ସଙ୍କଟ ସମୟରେ ଆରଏସଏସ ଉପରେ ବିପତ୍ତି ପଡ଼ିଥିଲା। ସେହି ସମୟରେ ନରେନ୍ଦ୍ର ମୋଦୀଙ୍କୁ କେନ୍ଦ୍ରୀୟ ଏବଂ ଦକ୍ଷିଣ ଗୁଜୁରାଟରେ ପ୍ରଚାର କରିବାର ଡାଇତ୍ଵ ଦିଆ ଯାଇଥିଲା। ଭାଇରାଲ ଫୋଟୋ ନରେନ୍ଦ୍ର ମୋଦୀଙ୍କ ଗୁଜୁରାଟର ଏକ ଗ୍ରାମରେ ପ୍ରଚାର କରୁଥିବା ଫୋଟୋ ଅଟେ।

ଶେଷକଥା:
ଆମ ଅନୁସନ୍ଧାନରେ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟରେ ନରେନ୍ଦ୍ର ମୋଦୀ ଗୁଜୁରାଟର ଏକ ଗ୍ରାମରେ ପ୍ରଚାର କରୁଛନ୍ତି। ଏହି ଫୋଟୋ ରାଜସ୍ଥାନର ହେଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଛି।

Title:କ’ଣ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଧପୁରର ଏକ ଗ୍ରାମରେ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝୁଛନ୍ତି?
Fact Check By: Siddharth SahuResult: False
