
ଜଣେ ବ୍ୟକ୍ତି ରିଲାଏନ୍ସ ଏବଂ ରାମଦେବଙ୍କ ଉତ୍ପାଦ ଉପରେ ସମାଲୋଚନା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, ଭାଷଣ ଦେଉଥିବା ବ୍ୟକ୍ତି ହିମାଳୟ କମ୍ପାନୀର ଚେୟାରମ୍ୟାନ୍ ଅଟନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ଓକିଲ ଭାନୁ ପ୍ରତାପ ସିଂ, ଯିଏ ଗତ ବର୍ଷ ଜାନୁଆରୀରେ ଦିଲ୍ଲୀର ମୁସ୍ତାଫାବାଦରେ CAA ବିରୋଧୀ ପ୍ରଦର୍ଶନକାରୀଙ୍କୁ ସମ୍ବୋଧିତ କରିଥିଲେ।
21 ଜୁଲାଇରେ Babu Hota ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, Himalaya Ayurved Company’s Muslim Owner’s Anti Hindu Stand….Boycott Himalaya Products.ଶତ୍ରୁକୁ ଶକ୍ତିଶାଳୀ କରିବାନାହିଁ, ହିମାଳୟା କମ୍ପାନୀ ର କୌଣସି ଜିନିଷ ନ କିଣିବାକୁ ଅନୁରୋଧ । ଆମ ଅନୁସନ୍ଧାନ ପୂର୍ବରୁ ଭିଡିଓକୁ 225ଥର ସେୟାର କରାଯିବା ସହ ଭିଡିଓକୁ ଅନେକ ଲାଇକ ଏବଂ କମେଣ୍ଚ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେହେ କଣ ଭାଇରାଲ ଭିଡିଓରେ ହିମାଳୟ କମ୍ପାନୀର ଚେୟାରମ୍ୟାନ୍ ପାତଞ୍ଜଳି ଏବଂ ରିଲାଇନ୍ସକୁ ବଏକଟ କରିବା ପାଇଁ କହୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ସଠିକ୍ ଭାବରେ ଦେଖିବା ପରେ, CAA, NRC ପଛରେ ଥିବା ଲୋକଙ୍କ ହାତରେ ଲେଖାଯାଇଥିବା ପତାକା ଦେଖିପାରିବେ। ଏଠାରୁ ଆମେ ଏକ ସୂଚନା ପାଇଲୁ ଯେ ଏହି ଭିଡିଓ CAA ବିରୋଧୀ ଆନ୍ଦୋଳନ ସମୟରେ ହୋଇପାରେ। ପରେ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ ଲିଙ୍କ ମିଳିଲା। ଏହି ଭିଡିଓ ବିଷୟରେ ଆମେ eastcoastdaily ପେଜରେ ଖବର ପାଇଲୁ। ଖବର ଅନୁସାରେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ଆଡଭୋକେଟ୍ ଭାନୁ ପ୍ରତାପ ସିଂ ବୋଲି କୁହାଯାଉଛି।
ଭାନୁ ପ୍ରତାପ ସିଂଙ୍କ ବିଷୟରେ ଜାଣିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସେ ଜଣେ ଓକିଲ। ଆମେ ତାଙ୍କ ବିଷୟରେ କୌଣସି ସ୍ଥାନରେ ସୂଚନା ପାଇଲୁ ନାହିଁ, ଯେଉଁଥିରେ କୁହାଯାଇଛି ଯେ ସେ ହିମାଳୟ ଡ୍ରଗ୍ କମ୍ପାନୀ ସହିତ ଜଡିତ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଥିରୁ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଭାନୁ ପ୍ରତାପ ସିଂ। ଏହା ପରେ ଗୁଗୁଲରେ ଅଧିକ କୀ ଶବ୍ଦ ଖୋଜି ଭାନୁ ପ୍ରତାପ ସିଂ କିଏ ତାହା ଜାଣିବାକୁ ଚେଷ୍ଟା କରିଥିଲୁ। ଅନୁସନ୍ଧାନ ସମୟରେ ଆମେ ଟ୍ୱିଟର ଆଡି ପାଇଲୁ। ଦିଆଯାଇଥିବା ସୂଚନା ଅନୁଯାୟୀ ଭାନୁ ପ୍ରତାପ ସିଂ ସୁପ୍ରିମକୋର୍ଟର ଜଣେ ଓକିଲ ଏବଂ ରାଷ୍ଟ୍ରୀୟ ଜନହିତ ସଂଗଠନ ଦଳର ଜାତୀୟ ସଭାପତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମେ ହିମାଳୟ କମ୍ପାନୀର ମାଲିକ ବିଷୟରେ ଜାଣିବାକୁ ଚେଷ୍ଟା କଲୁ, ଗୁଗୁଲରେ କୀୱାର୍ଡ ସର୍ଚ୍ଚ କରିଥିଲୁ ଏବଂ ହିମାଳୟ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ସେମାନଙ୍କ ସୂଚନା ପାଇଲୁ। ହିମାଳୟ କମ୍ପାନୀର ମାଲିକଙ୍କ ନାମ ମହମ୍ମଦ ମନାଲ, ସେ ମଧ୍ୟ କମ୍ପାନୀର ଚେୟାରମ୍ୟାନ୍ ଅଟନ୍ତି। ତାଙ୍କ ଚିତ୍ର କମ୍ପାନୀର ୱେବସାଇଟରେ ମଧ୍ୟ ପ୍ରକାଶ ପାଇଛି, ଯାହା ସ୍ପଷ୍ଟ ହୋଇଛି ଯେ ଭିଡିଓରେ ଭାଇରାଲ ହେଉଥିବା ଭାନୁ ପ୍ରତାପ ସିଂ ଏବଂ ହିମାଳୟ କମ୍ପାନୀର ମାଲିକ ମହମ୍ମଦ ମନଲ ଦୁଇଜଣ ଭିନ୍ନ ବ୍ୟକ୍ତି।

ନିମ୍ନରେ ଦିଆଯାଇଥିବା ତୁଳନାତ୍ମକ ବିଶ୍ଳେଷଣରେ, ଆପଣ ଉଭୟର ଚିତ୍ର ଦେଖିପାରିବେ ଏବଂ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ଦେଖିପାରିବେ।

ସିଦ୍ଧାନ୍ତ-
ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ହିମାଳୟ କମ୍ପାନୀର ମାଲିକ ନୁହଁନ୍ତି, ବରଂ ସୁପ୍ରିମକୋର୍ଟର ଓକିଲ ତଥା ରାଷ୍ଟ୍ରୀୟ ଜନହିତ ସଂଗଠନ ପାର୍ଟିର ଜାତୀୟ ସଭାପତି ଭାନୁ ପ୍ରତାପ ସିଂ।

Title:ସୁପ୍ରିମକୋର୍ଟର ଓକିଲ ଭାନୁ ପ୍ରତାପ ସିଂଙ୍କ ଭାଷଣର ଭିଡିଓକୁ ହିମାଳୟ କମ୍ପାନୀର ମାଲିକ ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
