
ଗତ ମାସ ମହାରାଷ୍ଟ୍ର ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଥିଲା ଏବଂ ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଅନୁଭୂତ ହୋଇଥିଲା। ସେଠାରେ ଅନେକ ସମ୍ପତ୍ତି ଏବଂ ଭିତ୍ତିଭୂମିର ଖ୍ଯାତି ସମେତ ଜୀବନହାନି ଘଟିଛି। ମହାରାଷ୍ଟ୍ର ଲୋକେ ଏହି ବନ୍ୟା ସ୍ଥିତିର ଯନ୍ତ୍ରଣା ଭୋଗୁଥିବାବେଳେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ସମାନ ଘଟଣା ସମ୍ବନ୍ଧୀୟ ଭିଡିଓ ଏବଂ ପୋଷ୍ଟ ସେୟାର କରିଛନ୍ତି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛିଯେ ଏକ ସ୍ଥାନରେ ବନ୍ୟା ପରିସ୍ଥିତି ଘଟିଛି ଏବଂ ପ୍ରବଳ ବେଗରେ ବହୁଥିବା ପାଣିରେ କାର ଭାସି ଯାଉଛି। ଭିଡିଓ ସହିତ ଦାବି କରା ଯାଇଅଛି ଯେ ଏହା ମହାରାଷ୍ଟ୍ରର ଦୃଶ୍ୟ ଅଟେ।
ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଏହି ଭିଡିଓ ସହିତ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଦାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓରେ ଅନେକ ସ୍ଥାନରେ ଆମକୁ ଚୀନର ରାଷ୍ଟ୍ରଭାଷାରେ ଲେଖା ଯାଇଥିବା କିଛି ପୋଷ୍ଟର ବା ହୋରଡିଙ୍ଗ ମିଳିଲା ଏବଂ ଯେଉଁ ମୂଳ ଏକାଉଣ୍ଟରୁ ଏହି ଭିଡିଓ ସେୟାର କରା ଯାଇଅଛି ସେହା ମଧ୍ୟ ଚିନୀ ଭାଷାରେ ଲେଖା ଯାଇଅଛି। ଏହା ଦ୍ଵାରା ଆମକୁ ସନ୍ଦେହ ହେଲା ଯେ ଏହା ମହାରାଷ୍ଟ୍ର କିମ୍ବା ଭାରତର ଭିଡିଓ ନୁହେଁ।

ଏହା ପରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜୋତ କରି ପ୍ରତ୍ଯେକ ଫ୍ରେମର ଗୁଗୁକ ରିଭର୍ସ ଇମ୍ଜ ସର୍ଚ କରିଲୁ। ଫଳାଫଳରେ ଆମକୁ ନ୍ୟୁଜ ୯ ଲାଇଭ୍ ୱେବସାଇଟରେ ଏହି ବିଷୟରେ ସୂଚନା ମିଳିଲା। ୱେବସାଇଟ ଅନୁଯାୟୀ ଏହି ଭିଡିଓ ଚୀନ ଦେଶର ଜେଙ୍ଗଝଉ ଅଞ୍ଚଳର ଦୃଶ୍ୟ ଅଟେ। ଏହି ବନ୍ୟାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରା ଯାଇଅଛି। ରସ୍ସ୍ତ୍ରପତି ଜିଙ୍ଗଫିଙ୍ଗଙ୍କ କହିବା ଅନୁଯାୟୀ ଚୀନରେ ବନ୍ୟା ପରିସ୍ଥିତି ବହୁତ ଗମ୍ଭୀର ଅଛି।

ଏହି ୱେବସାଇଟ ଯେଉଁ ଟୁଇଟର ଏକାଉଣ୍ଟରୁ ଫୋଟୋ ନେଇଛି ସେହି ଏକାଉଣ୍ଟର ଉଲ୍ଲେଖ ମଧ୍ୟ କରିଛି। ଆମେ ମଧ୍ୟ ଟୁଇଟରରେ ଯାଇ ସେହି ଟୁଇଟର ଏକାଉଣ୍ଟ ସର୍ଚ କରିଲୁ। ଫଳାଫଳରେ ଆମକୁ ୨୧ ଜୁଲାଇ ଦିନ ସମାନ ଭିଡିଓ ଟୁଇଟ ହେଇଥିବା ,ଇଲିଳା। ଏହି ବନ୍ୟାର ଦୃଶ୍ୟ ଚୀନର ଜେଙ୍ଗଝଉ ଅଞ୍ଚଳର ବୋଲି ଉଲ୍ଲେଖ କରା ଯାଇଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ମହାରାଷ୍ଟ୍ର ବନ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ଚୀନର ଜେଙ୍ଗଝଉ ଅଞ୍ଚଳରରେ ଆସିଥିବା ବନ୍ୟାର ଦୃଶ୍ୟ ଅଟେ। ଚୀନର ବନ୍ୟାର ଭିଡିଓକୁ ମହାରାଷ୍ଟ୍ରର ବନ୍ୟା ପରିସ୍ଥିତି ଦାବି ସହିତ ଭାଇରାଲ କରା ଯାଉଅଛି।

Title:କ’ଣ ଭିଡିଓରେ ଥିବା ବନ୍ୟାର ଏହି ଦୃଶ୍ୟ ମହାରାଷ୍ଟ୍ର ରାଜ୍ୟର ଅଟେ?
Fact Check By: Siddharth SahuResult: False
