
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ ପଣ୍ଡିତ ଜବାହାରଲାଲ ନେହେରୂ ନିଜ ପୋଷା କୁକୁର ସହିତ ଏକ ବିମାନରୁ ଉଲ୍ହାଉଛନ୍ତି ଏବଂ ଦୁଇତୀୟ ଫୋଟୋରେ ୧୯୪୮ ମସିହାର ଭାରତ ଫୁଟବଲ୍ ଦଳର ଫୋଟୋ ଅଛି। ଏହି ପୋଷ୍ଟ ସହିତ ଦାବି କରା ଯାଇଅଛି ଯେ ଅର୍ଥ ଅଭାବ ଥିବା କାରଣରୁ ସରକାର ଭାରତ ଫୁଟବଲ୍ ଦଳ ଖେଳାଳିକୁ ଜୋତା ଯୋଗାଇବାରେ ଅସକ୍ଷମ ହେଇଥିଲା।
ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୮ ମଇ ୧୯୪୮ ମସିହାର ଦି ଇଣ୍ଡିଇଆନ ଏକ୍ସପ୍ରେସ୍ ପତ୍ରିକାରେ ଭାରତୀୟ ଫୁଟବଲ୍ ଦଳ ବିଷୟରେ ଉଲ୍ଲେଖ ହୋଇଥିବା ମିଳିଲା। ଏହି ପତ୍ରିକା ଅନୁଯାୟୀ ୧୯୪୮ ମସିହାରେ ଲଣ୍ଡନରେ ବିଶ୍ଵ ଅଲମ୍ପିକ ଫୁଟବଲ୍ ପ୍ରତିଯୋକିତା ପାଇଁ ମଇସୁରରୁ ୬ ଜଣ, ବମ୍ବେରୁ ୩ ଜଣ ଏବଂ ବଙ୍ଗାଲରୁ ୮ ଜଣ ଖେଳାଳିଙ୍କର ଚୟନ ହୋଇଥିଲା। ଏହି ପତ୍ରିକାରେ ଏହା ମଧ୍ୟ କୁହା ଯାଇଅଛି ଯେ ମଇସୁର ଖେଳାଳି ମାନେ ଅତୀତରେ ମଧ୍ୟ ଜୋତା ପିନ୍ଧି ଖେଳିବାକୁ ନିରଦିଷ୍ଟ ନାପସନ୍ଦ କରିଥିଲେ।

ଏହା ପରେ ଆମେ ଅଲମ୍ପିକ ୱେବସାଇଟରେ ଯାଇ ଭାରତର ଫୁଟବଲ୍ ଇତିହାସ ବିଷୟରେ ସୂଚନା ଏକତ୍ର କରିଲୁ। ୧୯୪୮ ମସିହାରେ ଭାରତ ଫୁଟବଲ୍ ରେ ଫ୍ରାନ୍ସର ସାମନା କରିଥିଲା ଏବଂ କଡ଼ା ମୁକାବିଲା ପରେ ୨-୧ ରୁ ପରାସ୍ତ ହେଇଥିଲା। ଏହି ୱେବସାଇଟରେ ଅନୁଯାୟୀ ଭାରତ ଫୁଟବଲ୍ କପ୍ତାନ ତାଲିମେରେନ ଆଓ କହିଥିଲେ, “ଭାରତରେ ଆମେ ଫୁଟବଲ୍ ଖେଳୁ, କିନ୍ତୁ ଆପଣ ମାନେ ବୁଟବଲ୍ ଖେଳନ୍ତି।”

ଗୁଗୁଲ ଇମେଜରେ ସର୍ଚ କରିଲା ପରେ ଆମକୁ ଭାରତ ଫୁଟବଲ୍ ଦଳର ୧୯୪୮ ମସିହାର ଏକ ଫୋଟୋ ମିଳିଲା। ଏହି ଫୋଟୋରେ ଆମେ ସ୍ପଷ୍ଟ ଦେଖି ପାରୁଛି ଯେ କିଛି ଖେଳାଳି ଜୋଟା ପିନ୍ଧିଥିବା ସମୟରେ ଅନ୍ୟ କିଛି ଖେଳାଳି କେବଳ ମୋଜା ପିନ୍ଧିଛନ୍ତି।

ଟୁଇଟରର ସର୍ଚ କରିଲା ପରେ ଆମେ ଫିଫା ଦ୍ଵାରା ଏକ ଟୁଇଟ ସାମନାକୁ ଆସିଲୁ। ଏହି ଟୁଇଟ ମାଧ୍ୟମରେ ଫିଫା କହିଛି ଯେ ଅଲମ୍ପିକ୍ସ ପ୍ରତିଯୋକିତାରେ ଭାରତୀୟ ଦଳ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଖାଲି ପାଦରେ ଫୁଟବଲ୍ ଖେଳୁଥିଲେ ୨-୧ ରୁ ଫ୍ରାନ୍ସ ଠାରୁ ପରାଜିତ ହୋଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ୧୯୪୮ ମସିହାରେ ଭାରତ ଫୁଟବଲ୍ ଦଳର ଜୋତା ନପିନ୍ଧିବାର ଦେଶର ଆର୍ଥିକ ସ୍ଥିତି ସହିତ କୌଣସି ସମ୍ବନ୍ଧ ନାହିଁ। ଭାରତ ଦଳର ଅଧିକାଂଶ ଖେଳାଳି ଜୋତା ପିନ୍ଧି ଫୁଟବଲ୍ ଖେଳିବା ପସନ୍ଦ କରୁନଥିଲେ।

Title:କ’ଣ ଅର୍ଥର ଅଭାବ କାରଣରୁ ୧୯୪୮ ମସିହାର ଭାରତ ଫୁଟବଲ୍ ଦଳ ବିନା ଜୋତା ଫୁଟବଲ୍ ଖେଳି ଥିଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
