2016 ମସିହା ଧାର୍ମିକ କାର୍ଯ୍ୟକ୍ରମର ଭିଡିଓକୁ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଦଘାଟନ ଦାବିରେ ଭାଇରାଲ କରାଯାଉଛି।

False Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ କିଛି ଆରବିଆନ ଲୋକ ହିନ୍ଦୁ ଧର୍ମର ମନ୍ତ୍ର ପଢ଼ୁଥିବା ସହ ହିନ୍ଦୁ ରିତି ନିତି କରୁଥିବା ପରି ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ଆବୁଧାବୀର ଶେଖ୍ ସୁଲତାନ ମହମ୍ମଦ ପ୍ରଥମ ହିନ୍ଦୁ ମନ୍ଦିର ପ୍ରତିଷ୍ଠା କରୁଛନ୍ତି। ସୁଲତାନଙ୍କ ବେଗମ ମସ୍ତକରେ ପବିତ୍ର ରାମାୟଣ ଗ୍ରନ୍ଥ ଧାରଣ କରିଛନ୍ତି। ସୁଲତାନଙ୍କ ସହ ମୂରାରିଵାପୁ ବି ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

Babu Hota ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଚି ଯେ, ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ଆବୁଧାବୀର ଶେଖ୍ ସୁଲତାନ ମହମ୍ମଦ ପ୍ରଥମ ହିନ୍ଦୁ ମନ୍ଦିର ପ୍ରତିଷ୍ଠା କରୁଛନ୍ତି। ସୁଲତାନଙ୍କ ବେଗମ ମସ୍ତକରେ ପବିତ୍ର ରାମାୟଣ ଗ୍ରନ୍ଥ ଧାରଣ କରିଛନ୍ତି। ସୁଲତାନଙ୍କ ସହ ମୂରାରିଵାପୁ ବି ଦେଖାଯାଉଛନ୍ତି। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସ୍ୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଚର ଲିଙ୍କ ଦେଖନ୍ତୁ। 

ତେବେ କଣ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ଆବୁଧାବିରେ ଶେଖ୍ ସୁଲତାନ ମହମ୍ମଦ ପ୍ରଥମ ହିନ୍ଦୁ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Chitrakutdham Talgajarda ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 2018ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ଭାଇରାଲ ଭିଡିଓ ବର୍ତ୍ତମାନ ସମୟର ନୁହେଁ। ଏହି ଭିଡିଓ ଆବୁଧାବିର ଏମିରେଟ୍ସ ପ୍ୟାଲେସ ହୋଟେଲରେ ମୋରି ବାପୁଙ୍କ ଦ୍ୱାରା ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମର ଅଟେ। ଏହା ସହ  ଭିଡିଓରେ ରାମାୟଣର ପବିତ୍ର ପୁସ୍ତକ ବହନ କରୁଥିବା ମହିଳା ଆବୁଧାବି ସୁଲତାନଙ୍କ ପତ୍ନୀ ନୁହଁନ୍ତି।

ଏହା ପରେ ଆମେ ଭିଡିୋକୁ ଅଧିକ ସର୍ଚ୍ଚ କରିବାରୁ ଆମକୁ ଭାଇରାଲ ଭିଡିଓ Jignesh Trivedi ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପାଇଲୁ। ଯାହାକି 24 ସେପ୍ଟେମ୍ବର 2016ରେ ପୋଷ୍ଟ କରାଯାଇଛି। ଏଠାରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ 6 ବର୍ଷ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

13 ଅକ୍ଟୋବର 2016ରେ ABP ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଭିଡିଓର 2.35 ମିନିଟରେ  ମୋରାରି ବାପୁ(Morari Bapu) ଏବିପି ନ୍ୟୁଜ କୁ ସ୍ପଷ୍ଟ କରିଛନ୍ତି ଯେ ରାମାୟଣ ପୁସ୍ତକ  ମୁଣ୍ଡରେ ବୋହି ନେଉଥିବା ମହିଳା ସୁଲତାନଙ୍କ ପତ୍ନୀ ନୁହଁନ୍ତି ବରଂ ସିୟା ନାମକ ତାଙ୍କ ସଂଗଠନର ଜଣେ ସ୍ୱେଚ୍ଛାସେବୀଙ୍କ ଝିଅ ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।  

ଏହାପରେ ଆମକୁ  ମୋରିରି ବାପୁ ୱେବସାଇଟ୍ chitrakutdham talgajarda ମିଳିଲା। ଯେଉଁଥିରେ  ଆମେ ଜାଣିବାକୁ ପାଇଲୁ ଯେ, ମୋରି ବାପୁ 17 ରୁ 25 ସେପ୍ଟେମ୍ବର 2016 ମଧ୍ୟରେ ଆବୁଧାବିରେଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମେ ଆବୁଧାବିରେ ହିନ୍ଦୁ ମନ୍ଦିର ବନିଥିବା ନେଇ କୌଣସି ଖବର ଅଛି ନା ନାହିଁ ତାହା ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Khaleej Times ଟ୍ୱିଟର ଆକାଉଣ୍ଟରେ ଏକ ଟ୍ୱିଟ ମିଳିଲା। ଆବୁଧାବିରେ ନିର୍ମିତ ପ୍ରଥମ ପାରମ୍ପାରିକ ହିନ୍ଦୁ ମନ୍ଦିରର ମୂଳଦୁଆ 20 ଏପ୍ରିଲ୍ 2019  ରେ ରଖାଯାଇଥିଲା। BAPS ସ୍ୱାମିନାରାୟଣ ସନ୍ଥାନର ମହନ୍ତ ସ୍ୱାମୀ ମହାରାଜଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା, ଏହା ପରେ ଅନୁଷ୍ଠାନର ଭାରତରୁ ଯାଇଥିବା 50 ଜଣ ପଣ୍ଡିତଙ୍କ ଦ୍ୱାର ଭିତ୍ତିପ୍ରସ୍ତର  କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଭାଇରାଲ ଭିଡିଓ ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ଦାବିରେ ଭାଇରାଲ ହେଉଥିବା ଭିଡିଓ 2016 ମସିହାର ଅଟେ। ଏବଂ ଏହା କୌଣସି ମନ୍ଦିର ଉଦ୍ଘାଟନର ନୁହେଁ ବରଂ ଏକ ଧାର୍ମିକ କାର୍ଯ୍ୟକ୍ରମର ଅଟେ।

Avatar

Title:2016 ମସିହା ଧାର୍ମିକ କାର୍ଯ୍ୟକ୍ରମର ଭିଡିଓକୁ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଦଘାଟନ ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published.