
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ମନ୍ଦିରରେ ଆଳତି ହେବା ସମୟରେ ଏକ ମାନକଡ ଘଣ୍ଟି ବନ୍ଧା ହୋଇଥିବା ଏକ ପୋଲ ଉପରେ ଚଢି ଘଣ୍ଟି ବଜାଉଛି। ପୋଷ୍ଟ ଦାବି ଅନୁଯାୟୀ ଏହି ଘଟଣା ଅଯୋଧ୍ୟା ରାମ ମନ୍ଦିରର ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
9 ଅଗଷ୍ଟରେ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ପ୍ରତିଦିନ ଅଯୋଧ୍ୟା ରାମ ମନ୍ଦିର ରେ ସନ୍ଧ୍ୟା ଆଳତି ସମୟରେ ଏକ ମାଙ୍କଡ ଆସି ଘଣ୍ଟି ବଜାଇ ଥାଏ।
ଆମ ଅନୁସନ୍ଧାନ:
ଆମେ ଜାଣିଛୁ ଯେ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ଭୂମିପୂଜନ କରା ଯାଇଥିଲା। ସେଥିପାଇଁ ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ରାମ ମନ୍ଦିରର ନିର୍ମାଣ ସେଶ ହୋଇଯାଇଛି ବା ମନ୍ଦିରର ନିର୍ମାଣ କାର୍ଯ୍ୟ କେତେ ଦୂର ପ୍ରଗତି କରିଛି। ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମେ ଆମକୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଫିସିଆଲ ଟୁଇଟର ହେଣ୍ଡେଲରେ ୩୧ ମଇର ଏକ ଟୁଇଟ ମିଳିଲା। ଏହି ଟୁଇଟରେ କୁହା ଯାଇଅଛି ଯେ ମନ୍ଦିର କମିଟି ମାଣ୍ଡିର ଭିତ୍ତିପ୍ରସ୍ତର ବିଷୟରେ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ରୋଲର କମ୍ପାକ୍ଟ କଂକ୍ରିଟ ବ୍ୟବହାର କରି ଭିତ୍ତିଭୂମି କାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସମୁଦାୟ ୪୦-୪୫ ସ୍ତରର କଂକ୍ରିଟ୍ ୧,୨୦,୦୦୦ ବର୍ଗ ଫୁଟ୍ ଅଞ୍ଚଳରେ ରଖାଯିବା ନିର୍ଣୟ ହୋଇଥିବା ସମୟରେ ବର୍ତ୍ତମାନ କେବଳ ୪ ଟି ସ୍ତରର କାର୍ଯ୍ୟ ସମାପ୍ତ ହୋଇଛି।
ମନ୍ଦିର ନିର୍ମାଣ କାର୍ଯ୍ୟକଳାପ ଦର୍ଶନ ପାଇଁ ହକ୍ତ ମାନଙ୍କ ପାଇଁ ଶ୍ରୀ ରାମ ଜନ୍ମହୌମ୍ୟ ମାଣ୍ଡିର ସାଇଟରେ ଏକ ଦର୍ଶନ ଗ୍ୟାଲେରୀ ଖୋଲା ଯାଇଛି। ଏହି ଟୁଇଟର ଫୋଟୋରେ ମଧ୍ୟ ଆମେ ଦେକି ପାରିବା ଯେ ରାମ ମନ୍ଦିରର ଗଠନ ମଧ୍ୟ ଚିଡ଼ା ହୋଇ ନାହିଁ।
ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଯେତେବୀ ରାମ ମନ୍ଦିର ନିର୍ମାଣ ସେଶ ହୋଇ ନାହିଁ, ତେବେ ଭାଇରାଲ ଭିଡିଓର ଅଯୋଧ୍ୟା ରାମ ମନ୍ଦିରର ହେବା ସମ୍ଭାବନା ମଧ୍ୟ ନାହିଁ।
ଭାଇରାଲ ଭିଡିଓ କେଉଁ ସ୍ଥାନର?
ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ୟୁଟ୍ୟୁବରେ ଯାଇ ଏହି ଭିଡିଓକୁ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସମାନ ଭିଡିଓ ୧୦ ସେପ୍ଟେମ୍ବର ୨୦୧୮ ମସିହାରେ ୟୁଟ୍ୟୁବରେ ପ୍ରସାରିତ ହୋଇଥିବା ମିଳିଲା। ଏହି ଭିଡିଓର ଫୁଟନୋଟ୍ ଅନୁଯାୟୀ ଏହା କର୍ଣାଟାକା ରାଜ୍ୟର ଦେବନାରାୟଣ ମନ୍ଦିର ଅଟେ।

ଏହା ପରେ ଆମେ ଗୁଗୁଲ ମ୍ୟାପ ଏହି ମନ୍ଦିରର ନାମରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସମାନ ଫୋଟୋ ପ୍ରକାଶିତ ହୋଇଥିବା ମିଳିଲା।

ଭାଇରାଲ ଭିଡିଓରେ ଥିବା ଦୃଶ୍ୟ ଏବଂ ଗୁଗୁଲ ମ୍ୟାପ ଦ୍ଵାରା ମିଳିଥିବା ଫୋଟୋ ମଧ୍ୟରେ ଆପଣ ନିମ୍ନରେ ସମାନତା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ଅଯୋଧ୍ୟା ରାମ ମନ୍ଦିର ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ଟି କର୍ଣାଟକା ରାଜ୍ୟର ଦେବନାରାୟଣ ମନ୍ଦିରର ଦୃଶ୍ୟ ଅଟେ।

Title:କ’ଣ ମନ୍ଦିରରେ ଏକ ମାନଙ୍କଡ ଘଣ୍ଟି ବଜାଉଥିବାର ଏହି ଭିଡିଓ ଅଯୋଧ୍ୟା ରାମ ମନ୍ଦିରର ଦୃଶ୍ୟ ଅଟେ?
Fact Check By: Siddharth SahuResult: False
