କ’ଣ ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତରାଳୟ ଦାବି କରିଛି ଯେ କୋଭିଡ ଏକ ବ୍ୟାକ୍ଟେରିୟା ଅଟେ ଏବଂ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଶବ ବ୍ୟବଚ୍ଛେଦ ଉଓରେ ପ୍ରତିବନ୍ଧଙ୍କ ଲଗାଇଛି? ଜାଣନ୍ତୁ ସତ୍ୟ।

Coronavirus False

ୱ୍ହାଟ୍ସଅପ୍ ରେ ବର୍ତ୍ତମାନ କୋଭିଡ ବିଷୟରେ ଏକ ମେସେଜ୍ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏହି ମେସେଜ୍ ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତରାଳୟ ନାମରେ ଭାଇରାଲ ହେଉଛି। ଏହି ମେସେଜ୍ ରେ ଅନେକ ଦାବି କରା ଯାଇଅଛି। ମେସେଜ୍ ଅନୁଯାୟୀ ଇଙ୍ଗାପୁର ବିଶ୍ଵର ପ୍ରଥମ ଦେଶ ଅଟେ ଯିଏ ଶବ ବ୍ୟବଚ୍ଛେଦ କରିଛି ଏବଂ ଏହା ଆବିଷ୍କୃତ କରିଛି ଯେ କୋଭିଡ-୧୯ ଭାଇରସ ଭାବରେ ନାହିଁ, ବରଂ ଏକ ବ୍ୟାକ୍ଟେରିୟା ଯାହାକି ବିକିରଣ ସଂସ୍ପର୍ଶରେ ଆସିଛି ଏବଂ ରକ୍ତର ଜମାଟ ବାନ୍ଧି ମୃତ୍ୟୁ ଘଟାଇଥାଏ। 

କୋଭିଡ-୧୯ ରୋଗ ଶିରାରେ ରକ୍ତ ଜମାଟ ବାନ୍ଧିଥାଏ ଯାହା ମଣିଷକୁ ନିଶ୍ଵାସ ନେବାରେ କଷ୍ଟସାଧ୍ୟ କରିଥାଏ କାରଣ ଏହା ଦ୍ଵାରା ମସ୍ତିସ୍କ, ହୃଦୟ ଏବଂ ଫୁସଫୁସ ଅମ୍ଳଜାନ ଗ୍ରହଣ କରି ପାରେ ନାହିଁ ଯାହା ଦ୍ଵାରା ଶୀଘ୍ର ମୃତ୍ୟୁ ହୋଇଥାଏ। 

ଶ୍ଵାସକ୍ରିୟା ଶକ୍ତି ଅଭାବର କାରଣ ଖୋଜିବା ପାଇଁ ସିଙ୍ଗାପୁର ଡାକ୍ତର ମାନେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ନିର୍ଦେଶାବଳି ମାଣିଲେ ନାହିଁ ଏବଂ କୋଭିଡ ମୃତକଙ୍କ ଶବ ବ୍ୟବଚ୍ଛେଦକରାଇଲେ। ଡାକ୍ତରମାନେ ହାତ, ଗୋଡ, ଏବଂ ଶରୀରର ଅନ୍ୟ ଅଙ୍ଗର ଯତ୍ନ ସହ ପରୀକ୍ଷା କରିବା ପରେ ସେମାନେ ଦେଖିଲେ ଯେ ରକ୍ତ ଶିରା ଗୁଡିକ ବିସ୍ତ୍ରୁତ ହୋଇ ରକ୍ତ ଜମାଟ ବାନ୍ଧିଛି, ଯାହା ରକ୍ତ ପ୍ରଭାବରେ ବାଧା ସୃଷ୍ଟି କରିଥିଲା ଏବଂ ଅମ୍ଳଜାନ ପ୍ରଭାବକୁ ମଧ୍ୟ ହ୍ରାସ କରିଥିଲା। ଏହା ରୋଗୀର ମୃତ୍ୟୁର କାରଣ ଅଟେ। ଏହି ଅନୁସନ୍ଧାନ ବିଷୟରେ ଜାଣିବା ପରେ, ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତରାଳୟ କୋଭିଡ-୧୯ ପାଇଁ ଚିକିତ୍ସା ପ୍ରଣାଳୀ ବଦଳାଇଲା ଏବଂ ଏହାର ସରାତ୍ମିକ ରୋଗୀଙ୍କୁ ଏସ୍ପିରିନ ଔଷଧ ଦେଲା। ମୁଁ ୧୦୦ ମିଲିଗ୍ରାମ ଏବଂ ଇମ୍ରୋମାକ୍ ନେବା ଆରମ୍ଭ  କରିଲି। ଫଳସ୍ୱରୂପ ରୋଗୀମାନେ ସୁସ୍ଥ ହେବାକୁ ଲାଗିଲେ। ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତରାଳୟ ଗୋଟିଏ ଦିନରେ ୧୪,୦୦୦ ରୁ ଅଧିକ ରୋଗୀଙ୍କୁ ଉସ୍ତ କରି ଘରକୁ ପଠାଇ ଦେଇଛି। 

ବୈଜ୍ଞାନିକ ଆବିଷ୍କାରର ଇଛି ସମୟ ପରେ, ସିଙ୍ଗାପୁର ଡାକ୍ତର ମାନେ ଚିକିତ୍ସା ପଦ୍ଧତିକୁ ବ୍ୟାଖ୍ୟା କରି କହିଥିଲେ ଯେ ଏହି ରୋଗ ଏକ ବିଶ୍ଵସ୍ତରୀୟ କୌଶଳ ଅଟେ। ଆଣ୍ଟିବାୟୋତିକ୍ ଟ୍ୟାବଲେଟ, ଆଣ୍ଟି ଇନଫ୍ଲାମେଟୋରି ଏବଂ ଏସ୍ପିରିନ ନେଇ ଏହି ରୋଗରୁ ସୁସ୍ଥ ହେବା ସମ୍ଭବ ଅଟେ। 

Screenshot_20210818-205547.png

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ମେସେଜ୍ ରେ ଥିବା ପ୍ରତ୍ୟେକ ଦାବିର ସତ୍ୟତା ଖୋଜି ବାହାର କରିଲୁ। 

ଦାବି ୧: ସିଙ୍ଗାପୁର ଶବ ବ୍ୟବଚ୍ଛେଦ କରିଥିଲା। 

ଏହି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ଫଳାଫଳରେ ଆମକୁ ଚଳିତ ବର୍ଷ ୭ ଜୁନ୍ ରେ ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତରାଳୟର ଅଫିସିଆଲ ଫେସବୁକ ଏକାଉଣ୍ଟରେ ଭାଇରାଲ ମେସେଜ୍ ବିଷୟରେ ଏକ ପୋସ୍ତ ମିଳିଲା। ଏହି ପୋସ୍ତ ମାଧ୍ୟମରେ ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତରାଳୟ ସ୍ପଷ୍ଟ କରିଛି ଯେ ତାଙ୍କ ସଂସ୍ଥା ନାମରେ ଭାଇରାଲ ହେଉଥିବା ମେସେଜ୍ ମିଥ୍ୟା ଅଟେ। ସିଙ୍ଗାପୁର କୌଣସି ଶବ ବ୍ୟବଚ୍ଛେଦ କରି ନାହିଁ। 

Archive

ଦାବି ୨: କୋଭିଡ ବ୍ୟାକ୍ଟେରିୟା ଦ୍ଵାରା ବ୍ୟାପୀ ଥାଏ, ଭାଇରସ ଦ୍ଵାରା ନୁହେଁ। 

ଏହି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରେ ଯାଇ ତଥ୍ୟ ଖୋଜିଲୁ। ଫଳାଫଳରେ ଆମକୁ ଜଣା ପଡିଲା ଯେ WHO ସ୍ପଷ୍ଟ କରିଛି ଯେ କୋଭିଡ-୧୯ ବ୍ୟାକ୍ଟେରିୟା ନୁହଁ ଏକ ଭାଇରସ ଅଟେ। କେତେକ ଲୋକ ଯେଉଁମାନେ କୋଭିଡ-୧୯ ଦ୍ଵାରା ଅସୁସ୍ଥ ହୋଇଛନ୍ତି ସେମାନେ ଏକ ଜଟିଳତା ଭାବରେ ବ୍ୟାକ୍ଟେରିୟା ସଂକ୍ରମଣର ମଧ୍ୟ ଶିକାର ହୋଇପାରନ୍ତି। 

https://www.who.int/images/default-source/health-topics/coronavirus/myth-busters/mythbuster-bacteria-vs-virus.tmb-1920v.png?sfvrsn=ff438da4_1

WHO

ଲାନସେଟ୍ ମଧ୍ୟ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ କୋଭିଡ-୧୯ ସାରବେକୋଭାଇରସ୍ ର ଉପନ୍ୟାସ ବିଟା କରୋନା ଭାରସ ଅଟେ। 2019-nCoV ବାଦୁଡି ଉତ୍ପତ୍ତିର ଅନ୍ୟ ବିଟା କରୋନା ଭାରସ ସହିତ ଅତି ଘନିଷ୍ଟ ଅଟେ। ଭାରତର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟ ଭାବରେ କହିଛି ଯେ କରୋନା ଭାଇରସ ହେଉଛି ଭାଇରସର ଏକ ବୃହତ ପରିବାର ଯିଏ ମଣିଷ ଏବଂ ପଶୁଙ୍କ ମଧ୍ୟରେ ରୋଗ ସୃଷ୍ଟି କରି ପାରେ। 

mohfw.jpg

MOHFW

ଦାବି ୩: ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟି-ଇନଫ୍ଲାମେଟୋରିଔଷଧ ଦ୍ଵାରା କରୋନରୁ ସୁସ୍ଥ ହେବା ସମ୍ଭବ

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଫ୍ୟାକ୍ଟ କୃସେଣ୍ଡୋ ହିନ୍ଦୀ ଦଳ ଦିଲ୍ଲୀର ଏଲଏନଜିପି ହସ୍ପିଟାଲର ଅଧ୍ୟକ୍ଷ ଡାଃ ହିରାଙ୍କ ସହ ଯୋଗାଯୋଗ କରିଥିଲା। ସେ ଆମକୁ ସୂଚନା ଦେଇଥିଲେ ଯେ କରୋନା ଭାଇରସ ଚିକିତ୍ସାରେ ଆଣ୍ଟିବାୟୋଟିକ୍ ର କୌଣସି ଭୂମିକା ନାହିଁ, କିନ୍ତୁ ଏହି ଆଣ୍ଟିବାୟୋଟିକ୍ ଦ୍ଵିତୀୟ କିମ୍ବା ବନ୍ଧକ ଜୀବାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ବ୍ୟାବୃହତ ହୁଏ ଯାହା କମ୍ ରୋଗ ପ୍ରତିରୋଗ ଶକ୍ତି ଥିବା ରୋଗୀଙ୍କ ମଧ୍ୟରେ ଦେଖା ଯାଏ। ଆଣ୍ଟିବାୟୋଟିକ୍ କୋଭିଡ-୧୯ ରୋଗକୁ ସମ୍ପୂର୍ଣ ରୂପେ ଆରୋଗ୍ୟ କରି ପାରିବ ନାହିଁ।  

ସିଡିସି ମଧ୍ୟ ସ୍ପଷ୍ଟ କରି କହିଛି ଯେ କରୋନା ବିରୁଦ୍ଧରେ ଆଣ୍ଟିବାୟୋଟିକ ପ୍ରଭାବଶାଳି ନୁହେଁ କାରଣ ଆଣ୍ଟିବାୟୋଟିକ୍ ଭାଇରସ ଦ୍ଵାରା ହେଉଥିବା ସଂକ୍ରମଣର ଚିକିତ୍ସା କରେ ନାହିଁ। ଅଡିଓ ଆଣ୍ଟିବାୟୋଟିକ୍ ଜୀବନ ରକ୍ଷା କରି ଥାଏ କିନ୍ତୁ ଏହାର ବ୍ୟବହାର ଦ୍ଵାରା କିଛି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ରହିଥାଏ। 

cdc.jpg

CDC | Archive

ଦାବି ୪: WHO କୋଭିଡ ମୃତ ଶରୀରର ବ୍ୟବଚ୍ଛେଦ ଉପରେ ପ୍ରତିବନ୍ଧକ ଲଗାଇଛି 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ WHO ୱେବସାଇଟରେ ଏହି  ବିଷୟରେ ସୂଚନା ମିଳିଲା। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁୟାଯୀ ଶ୍ଵାସକ୍ରିୟା ରୋଗ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦରେ ଯେଉଁ ସୁରକ୍ଷା ପ୍ରଣାଳୀ ବ୍ୟବହାର କରା ଯାଏ, ସମାନ ପ୍ରଣାଳୀ କରୋନା ମୃତ ବ୍ୟକ୍ତିଙ୍କର ଶବ ବ୍ୟବଚ୍ଛେଦରେ ମଧ୍ୟ ବ୍ୟବହୃତ କରା ଯିବା ଆବଶ୍ୟକ। ଯଦି ଜଣେ ବ୍ୟକ୍ତି କୋଭିଡ-୧୯ ରୋଗରୁ ମୃତ୍ୟୁବାରାଁ କରିଛି ତେବେ ତାହାର ଫୁସଫୁସ ଏବଂ ଅନ୍ୟ ଅଙ୍ଗଗୁଡିକରେ ଜୀବନ୍ତ ଜୀବାଣୁ ରହିବାର ସମ୍ଭାବନା ଅଛି। ସେଥିପାଇଁ ଶବ ବ୍ୟବଚ୍ଛେଦ ସମୟରେ ଅଧିକ ଶ୍ଵାସକ୍ରିୟା ସୁରକ୍ଷା ଆବଶ୍ୟକ। ଏହା ଛଡା ଶବ ବ୍ୟବଚ୍ଛେଦ ସମୟରେ ଅତି ରୁ ଅତି କମ ସୁରକ୍ଷାକର୍ମୀ ଉପସ୍ଥିତ ରହିବା ଉଚିତ। ଉପଯୁକ୍ତ ପିପିଇ, ଜୋତା ଇତିଯାଡି ଉପଲବ୍ଧ ରହିବା ଦରକାର। 

WHO Autopsy.jpg

WHO | Archive

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ମେସେଜ୍ ରେ କୌଣସି ସତ୍ୟତା ନାହିଁ। ଏହା ଭିତ୍ତିହୀନ ଏବଂ ଏହାର କୌଣସି ବିଶ୍ଵସନୀୟତା ନାହିଁ। ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତରାୟ ସ୍ପଷ୍ଟ କରିଛି ଯେ ସେମାନଙ୍କ ଦ୍ଵାରା ଏପରି କୌଣସି ମେସେଜ୍ ଦିଆ ଯାଇ ନାହିଁ।

Avatar

Title:କ’ଣ ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତରାଳୟ ଦାବି କରିଛି ଯେ କୋଭିଡ ଏକ ବ୍ୟାକ୍ଟେରିୟା ଅଟେ ଏବଂ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଶବ ବ୍ୟବଚ୍ଛେଦ ଉଓରେ ପ୍ରତିବନ୍ଧଙ୍କ ଲଗାଇଛି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *