
ତାଲିବାନ ଆଫଗାନିସ୍ତାନ ଦାଖଲ କରିବା ପରେ ସମା ଘଟଣା ସମ୍ପର୍କରେ ଅନେକ ପୋଷ୍ଟ ଏବଂ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ନିକଟରେ ଏପରି ଏକ ପୋଷ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ପିଲାମାନଙ୍କ ସହିତ କିଛି ଲୋକେ ବନ୍ଧୁକ ଧରି ଛିଡା ହୋଇଛନ୍ତି। ଏହି ଫୋଟୋ ଆଫଗାନିସ୍ତାନର ବୋଲି ପୋଷ୍ଟରେ ଦାବି କରା ଯାଇଅଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଫଳାଫଳରେ ଆମକୁ 6 ଜୁନ୍ ରେ ଗଲ୍ଫ ନ୍ୟୁଜ ପତ୍ରିକା ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ପତ୍ରିକା ଅନୁଯାୟୀ ଭାଇରାଲ ଫୋଟୋ ଯେମେନ୍ ଦେଶର ହାଉଥି ବିଧୋହୀ ମାନଙ୍କ ଫୋଟୋ ଅଟେ। ଏହି ପତ୍ରିକା ଅନୁଯାୟୀ ଯେମେନ୍ ଦେଶର ଇରାନ ସମର୍ଥିତ ଅଳ-ହାଉଥି ଆତଙ୍କବାଦୀ ସଂଗଠନ କ୍ଷେପଣାସ୍ତ୍ର ଦ୍ଵାରା ମାରିବ ସହର ଉପରେ ଆକ୍ରମଣ କରିଥିଲା ଯେଉଁଥିରେ 17 ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

Gulf News | Archive
ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ 7 ଜୁନ୍ ରେ ୱାଇଅନର ଅଫିସିଆଲ ଏକାଉଣ୍ଟରେ ଏହି ଘଟଣା ବିଷୟରେ ଏକ ସମ୍ବାଦ ପ୍ରସାରିତ ହେଇଥିବା ମିଳିଲା। ଏହି ସମ୍ବାଦ ଅନୁଯାୟୀ ଯେମେନ୍ ଦେଶ ମାରିବ ସହରର ଏକ ପେଟ୍ରୋଲ ପମ୍ପରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ ବିସ୍ଫୋରଣରେ ୧୭ ଲୋକଙ୍କ ମୃତ୍ୟୁ ଘଟିଛି। ଗାଡି ଚାଳକ ମାନେ ପେଟ୍ରୋଲ ଭାରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା। ଏହି ପେଟ୍ରୋଲ ପମ୍ପ ଆର୍ମୀ କ୍ୟାମ୍ପ ଠାରୁ ୧ କିଲୋମିତିର ଦୂରତାରେ ଥିଲା। ସାଉଡି ଦେଶ ଏହି ଘଟଣା ପାଇଁ ହାଉଥି ଆତଙ୍କବାଦୀ ସଂଗଠନ ଉପରେ ଅଭିଯୋଗ ଲଗାଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋ ଯେମେନ୍ ଦେଶର ଆତଙ୍କବାଦୀ ସଂଗଠନ ଅଳ-ହାଉଥିର ଫୋଟୋ ଅଟେ। ଏହି ଫୋଟୋକୁ ଆଫଗାନିସ୍ତାନର ଫୋଟୋ କହି ଭାଇରାଲ କରା ଯାଉଅଛି।

Title:କ’ଣ ଭାଇରାଲ ହେଉଥିବା ଫୋଟୋ ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ଫୋଟୋ ଅଟେ?
Fact Check By: Siddharth SahuResult: False
