
ତାଲିବାନ ଆଫଗାନିସ୍ତାନକୁ କାବୁ କରିବା ପରେ ସ୍ସିଆଲ ମିଡିଆରେ ତାଲିବାନ ଅତ୍ୟାଚାରକୁ ଦର୍ଶାଇ ଅନେକ ପୋଷ୍ଟ ଏବଂ ଭିଡିଓ ପ୍ରଚାରିତ ହେଉଛି। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆମେ ଅନେକ ଜନ୍ତ୍ରପାତି ରାସ୍ତାରେ ନଷ୍ଟ ହୋଇଥିବାର ଦେଖିବାକୁ ପାଇଲୁ। ଯଦିଓ ଭିଡିଓରେ ଅଡିଓ ସ୍ପଷ୍ଟ ନୁହେଁ କିନ୍ତୁ ଏହି ସ୍ଥାନରେ ହେଇଥିବା ବିଶୃଙ୍ଖଳା ସ୍ପଷ୍ଟ ଭାବରେ ଦେଖା ଯାଉଛି। ଭିଡିଓ ସହିତ ଦାବି କରା ଯାଇଅଛି ଯେ ଏହି ସ୍ଥାନ ଆଫଗାନିସ୍ତାନର ନାଟୋ ର କାର୍ଜ୍ଯାଲୟ ଏବଂ ତାଲିବାନ ଏହାକୁ ନଷ୍ଟ କରି ଦେଇଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୦ ଅଗଷ୍ଟରେ ଫେସବୁକରେ ହେଇଥିବା ଏହି ପୋଷ୍ଟରେ ଦାବି କରା ଯାଇଅଛି, “ଆଫଗାନିସ୍ତାନର ନାଟୋ ଅଫିସରେ ତାଲିବାନ ଆତଙ୍କିଙ୍କ ଭଙ୍ଗାରୁଜା। ଆଫଗାନିସ୍ତାନରେ ଥିବା ନାଟୋ ଅଫିସକୁ ମଧ୍ୟ ଛାଡି ନାହାନ୍ତି ତାଲିବାନ ଆତଙ୍କବାଦୀ। ଅଫିସ ଭିତରେ ପଶି କାରିଛନ୍ତି ବ୍ୟାପକ ଭଙ୍ଗାରୁଜା ସମସ୍ତ କାଗଜପତ୍ର ନଷ୍ଟ କରିବା ସହ ବହୁ ନୁଲ୍ୟବାନ ଆସବାବପତ୍ର ହଙ୍ଗାରୁଜା କରିଛନ୍ତି ଆତଙ୍କି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଦାବି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସମାନ ଭିଡିଓର ଏକ ଲମ୍ବା କ୍ଲିପ୍ ୧୭ ଅଗଷ୍ଟ ରେ ନ୍ୟୁୟର୍କ ପୋଷ୍ଟ ପତ୍ରିକା ୱେବସାଇଟରେ ପ୍ରସାରିତ ହେଇଥିବା ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ କାବୁଲରେ ଥିବା ଆମେରିକା ଦୂତାବାସର କର୍ମଚାରି ମାନଙ୍କୁ ସେମାନଙ୍କ ସ୍ଥାନାନ୍ତର ଅଉର୍ବାରୁ ସମସ୍ତ ସଂବେଦନଶୀଳ ତଥ୍ୟକୁ ନଷ୍ଟ କରିବା ପାଇଁ ନିର୍ଦେଶ ଦିଆ ଯାଇଥିଲା। ଏହି ନିର୍ଦେଶ ପରେ ସମସ୍ତ ଉପକରଣର ଭଙ୍ଗାରୁଜା ଦୃଶ୍ୟର ଫୋଟୋ ଦେଖିବାକୁ ମିଳିଛି।

ଏହି ଭିଡିଓ ବିଷୟରେ ଅଧିକ ସୂଚନା ଏକତ୍ର କରିବା ପାଇଁ ଆମେ ୟୁଟ୍ୟୁବରେ ଯାଇ ସର୍ଚ କରିଲୁ। ଫଳାଫଳରେ ଆମକୁ ନ୍ୟୁଜ.କମ୍.ଏୟୁ ନାମକ ଏକ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା।
ଆମେ ଏହି ସମ୍ବାଦ ୱେବସାଇଟରେ ଯାଇ ଘଟଣା ବିଷୟରେ ସତ୍ୟ ଜାଣିବାକୁ ପାଇଲୁ। ୱେବସାଇଟରେ ଭାଇରାଲ ଭିଡିଓ ପ୍ରସାରିତ କରି କୁହା ଯାଇଛି ଯେ ନାଟୋ ଆଟକବାଦୀଙ୍କୁ ଧମକ ଦେବା ସୁଯୋଗ ନଦେବା ପାଇଁ ତାଲିବାନର କାବୁଲରେ ଦଖଲ ହେବା ପରେ ସମସ୍ତ କମ୍ପ୍ୟୁଟର ଏବଂ ପ୍ରମାଣ ଭାଙ୍ଗି ନଷ୍ଟ କରିଦେଇଛି।

ଶେଷକଥା:
ଆମ ଅନୁସନ୍ଧାନରେ ପୋଷ୍ଟ ସହିତ ଅଂଶୀଦାର ହେଇଥିବା ଦାବି ସଂପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହେଇଛି। ତାଲିବାନର କାବୁଲ କାବୁ କରିଲା ପରେ ନାଟୋ ସଂବେଦନଶୀଳ ସୂଚନା ନଷ୍ଟ କରିବା ପାଇଁ ନିଜେ କର୍ଜ୍ୟାଳୟ ଭଙ୍ଗାରୁଜ କରିଛି।

Title:କ’ଣ ଏହା ତାଲିବାନ ଆତଙ୍କବାଦୀର ଆଫଗାନିସ୍ତାନରେ ନାଟୋ ଅଫିସ ଭଙ୍ଗାରୁଜା କରିଥିବା ଭିଡିଓ କି?
Fact Check By: Siddharth SahuResult: False
