BJP ଏବଂ RSS ବିଷରେ କହୁଥିବା ପାକିସ୍ତାନୀ ସ୍କୋଲାରଙ୍କ ଭିଡିଓକୁ ତାଲିବାନ କର୍ମୀଙ୍କ ନାମରେ ଭାଇରାଲ କରାଯାଉଛି।

False International

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ ହେବାରେ ଲାଗିଛି। ଏହି ସମୟରେ ସୋସିଆଲ ମିଡିଆରେ ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି କହୁଛନ୍ତି ଯେ ସବୁଠାରୁ ଶକ୍ତିଶାଳୀ ଆରଏସଏସ ଏବଂ ବିଜେପି ଭାରତରେ ଅଛନ୍ତି। ସେ ବିଜେପି ଏବଂ ଆରଏସଏସକୁ ମୋଗଲ ଶାସକ ୟୁ ରଙ୍ଗଜେବ (ଆଲାମଗିର) ସହିତ ତୁଳନା କରୁଛନ୍ତି। ଲୋକମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଯେ ଏହି ବ୍ୟକ୍ତି ତାଲିବାନର ଲୋକ ବୋଲି ଦାବି କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

5 ସେପ୍ଟେମ୍ବରରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ପୋଷ୍ଚ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି-ତାଲିବାନ ର ବୟାନ-ଭାରତର ସଂଘ ପରିବାର(RSS, VHP, ବଜରଙ୍ଗ ଦଳ, BJP, ABVP, etc) ସର୍ଵ ଶକ୍ତିଶାଳୀ। ଏମାନଙ୍କୁ ନିୟନ୍ତ୍ରଣ ରେ ରଖିବା ଅସମ୍ଭବ. ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତେଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ଜଣେ ତାଲିବାନୀ ଭାଇରାଲ ଭିଡିଓରେ କହୁଛନ୍ତି- ସବୁଠାରୁ ଶକ୍ତିଶାଳୀ ଆରଏସଏସ ଏବଂ ବିଜେପି ଭାରତରେ ଅଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।  Khalid Mehmood Abbasi ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। 3 ଅଗଷ୍ଟ 2021ରେ ୟୁଟ୍ୟୁବରେ ପୋଷ୍ଟ କରାଯାଇଥିଲା। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, Hindustan Ke Bigadte Halat – Khalid Mehmood Abbasi(ଭାରତର ଅବସ୍ଥା ଖରାପ ହେଉଛି – ଖାଲିଦ ମହମୁଦ ଅବ୍ବାସି) । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

NWAA Studios ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ପାଲୁ। ଯେଉଁଥିରେ ଲେଖାଯାଇଛି- Inteha Pasand Hindu Ki Asal Ajenda Kya Hai? Khalid Mehmood Abbasi Nwaa Studios (ତେବେ ହିନ୍ଦୁ ପରି ପ୍ରକୃତ ଏଜେଣ୍ଡା କ’ଣ? ଖାଲିଦ ମହମୁଦ ଅବ୍ବାସି ନାଭା ଷ୍ଟୁଡିଓ। ) । ତେବେ ଭିଡିଓରେଥିବା ବ୍ୟକ୍ତିର ନାଁ ଖାଲିଦ ମହମୁଦ ଅବ୍ବାସି ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ ତାଙ୍କ ଫେସବୁକ ପେଜ ମିଳିଲା। Khalid Mahmood Abbasi ଖାଲିଦ ପାକିସ୍ତାନର ଇସଲାମାବାଦରେ ରହୁଥିବା ଜଣେ ଇସଲାମ ସ୍କୋଲର ଅଟନ୍ତି। ସେ ନିଜ ଜୀବନର 30 ବର୍ଷ ତାନଜିମ-ଇ-ଇସଲାମି ନାମକ ଏକ ସଂସ୍ଥା ସହିତ ଅତିବାହିତ କରିଛନ୍ତି।  ଏହି ସମୟ ମଧ୍ୟରେ ସେ ସଂଗଠନର ପ୍ରମୁଖ ପଦବୀ ମଧ୍ୟ ଗ୍ରହଣ କରିଛନ୍ତି।

 ଏହା ପରେ ଆମେ ତାଙ୍କୁ ସମ୍ପର୍କ କରିଲୁ। ଯେଉଁଥିରେ ସେ ଆମକୁ ସ୍ପଷ୍ଟ କରାଇଛନ୍ତି ଯେ, ସେ ତାଲିବାନର କର୍ମି ନୁହଁନ୍ତି। ତାଙ୍କ ତାଲିବାନ ସହ କୌଣସି ସମ୍ପର୍କ ନାହିଁ। ସେ ଇସଲାମାବାଦରେ ରୁହନ୍ତି ଏବଂ ଜଣେ ଇସଲାମ ପଣ୍ଡିତ ଅଟନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ତାଲିବାନ ବର୍ତ୍ତମାନ ଆସିଛି କିନ୍ତୁ ମୋର ଏହି ଭିଡିଓ 2019 ଫେବୃଆରିର  ଅଟେ। ସେ ନିଜ ବିଷୟରେ କହିଛନ୍ତି ଯେ ସେ ପାକିସ୍ତାନର ଇସ୍ଲାମିକ ସ୍କୋଲର ଏବଂ ଡଃ ଇସ୍ରାହ ଅହମ୍ମଦଙ୍କ ସଂଗଠନ ତାନଜିମ ଇସଲାମି ସହିତ ତିରିଶ ବର୍ଷ ଧରି କାର୍ଯ୍ୟ କରିଛନ୍ତି, କିନ୍ତୁ ବର୍ତ୍ତମାନ ଶବାନ ଆଲମୁସଲିମିନ ନାମକ ଏକ ସଂଗଠନ ସହ ଜଡିତ ଅଛନ୍ତି। ଏହା ସହ ସେ କହିଛନ୍ତି ଯେ, ଏପରି କୌଣସି ହିଂସା କିମ୍ବା ମିଥ୍ୟା ଖବର ପ୍ରଚାର ନ କରିବା ପାଇଁ ଅନୁରୋଧ କରିଛନ୍ତି। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ତାଲିବାନ କର୍ମି ନାମରେ ଭାଇରାଲ ଭିଡିଓରେଥିବା ବ୍ୟକ୍ତି ପ୍ରକୃତରେ ପାକିସ୍ତାନର ଇସ୍ଲାମାବାଦରେ ରୁହନ୍ତି ଏବଂ ଇସ୍ଲାମିକ ସ୍କୋଲର ଅଟନ୍ତି।

Avatar

Title:BJP ଏବଂ RSS ବିଷରେ କହୁଥିବା ପାକିସ୍ତାନୀ ସ୍କୋଲାରଙ୍କ ଭିଡିଓକୁ ତାଲିବାନ କର୍ମୀଙ୍କ ନାମରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *