ପାକିସ୍ତାନ ରାଜନେତାଙ୍କ ଫଟୋକୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ଯୁବା ଅବସ୍ଥା ଫଟୋ ଦାବିରେ ଭାଇରାଲ ହେଉଛି।

False National

କାଶ୍ମିରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ମୃତ୍ୟୁପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଖବର ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହିପରି ପାଥାନି ସୁଟରେ ଥିବା ଜଣେ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେଉଛି। ବ୍ୟକ୍ତି ଚାରିପାଖରେ ପୋଲିସଥିବା ବ୍ଲାକ ଏଣ୍ଡ ହ୍ୱାଇଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ଦାବି କରାଯାଉଛି ଯେ, ଫଟୋରେଥିବା ବ୍ୟକ୍ତି  କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ଯୌବନ କାଳର ଫଟୋ ଅଟେ। ଆମ ଅନୁସନ୍ଧନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

Zaingair 24×7 ନାମକ ଏକ ଫେସବୁକ ପେଜରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, #SyedAliGeelani ଯୁବା ଅବସ୍ଥାର ଫଟୋ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରାଲ ଫଟୋ ସୟଦ ଅଲି ଶାହା ଗିଲାନିଙ୍କ ଯୌବନ କାଳର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା। ଭାଇରାଲ ଫଟୋ ଆମକୁ Geo News ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋ ପାଇଲୁ। ଭିଡିଓର 1.50 ସେକେଣ୍ଡରେ ଭାଇରାଲ ଫଟୋ ଦେଖିପାରିବେ। ଖବର ଅନୁସାରେ ଭାଇରାଲ ଫଟୋ ବାଲୁଚ ଜାତୀୟତାବାଦୀ ନେତା ସର୍ଦ୍ଦାର ଅତୁଲ୍ଲା ମେଙ୍ଗାଲଙ୍କ ଯୁବା ଅବସ୍ଥାର ଫଟୋ ଅଟେ। ଏହା  ସୟଦ ଅଲି ଶାହ ଗିଲାନୀଙ୍କ ଫଟୋ ନୁହେଁ। 2 ସେପ୍ଟେମ୍ବରରେ ସର୍ଦ୍ଦାର ଅତୁଲ୍ଲା ମେଙ୍ଗାଲଙ୍କର ମୃତ୍ୟୁ ହୋଇଛି।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ ପୂର୍ବତନ ସିନେଟର ତଥା ପାକିସ୍ତାନ ନ୍ୟାସନାଲ ଆସେମ୍ବଲିର ସଦସ୍ୟ Sana Ullah BALOCH, MPA ମଧ୍ୟ ଏକ ଟ୍ୱିଟ ମିଳିଲା। ଯାହାକି 2 ସିପ୍ଟେମ୍ବରରେ କରିଥିଲେ। ଯେଉଁଥିରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ସେ ମେଙ୍ଗଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ୱିଟ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ Flickr ପେଜରେ ଭାଇରାଲ ଫଟୋ ମିଳିଲା। ଖବର ଅନୁସାରେ ଭାଇରାଲ ଫଟୋ 2009 ମସିହାର ଅଟେ। ପୋଷ୍ଟରେ ଲେଖାଯାଇଛି ଯେ, (Sardar Ataullah Mengal being Taken Away From A Hearing in Karachi.) କରାଚିରେ ଶୁଣାଣିରୁ ସର୍ଦ୍ଦାର ଅତୁଲ୍ଲା ମେଙ୍ଗଲଙ୍କୁ ନିଆଯାଉଛି। ତେବେ ଫଟୋରେଥିବା ବ୍ୟକ୍ତି ସୟଦ ଅଲି ଶାହ ଗିଲାନୀଙ୍କର ନୁହଁ ବରଂ  ସର୍ଦ୍ଦାର ଅତୁଲ୍ଲା ମେଙ୍ଗାଲଙ୍କ ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Flickr

ତେବେ ସୟଦ ଅଲି ଶାହ ଗିଲାନୀ କିଏ?

Syed Ali Shah Geelani ଦୀର୍ଘ ଦିନର ଅସୁସ୍ଥତା ପରେ ସେ 1 ସେପ୍ଟେମ୍ବରରେ ତାଙ୍କର ହାଇଦରପୋରା ନିବାସରେ ଦେହାନ୍ତ ହୋଇଛି।  ସେ କାଶ୍ମୀରର ଜଣେ ପାକିସ୍ତାନୀ ସମର୍ଥକ ବିଚ୍ଛିନ୍ନତାବାଦୀ ନେତା ଥିଲେ। ସେ ତେହେରିକ-ଇ-ହୁରିୟତ ନାମରେ ନିଜର ପାର୍ଟୀ ପ୍ରତିଷ୍ଠା କରିବା ପୂର୍ବରୁ ସେ ଜମାତ-ଇ-ଇସଲାମି କାଶ୍ମୀରର ସଦସ୍ୟ ଥିଲେ। ସେ ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଦଳର ଏକ ସଂଗଠନର ଅଲ ପାର୍ଟି ହୁରିୟତ ସମ୍ମିଳନୀର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଛନ୍ତି। ସେ ଜାମ୍ମୁ କାଶ୍ମୀରର ସୋପୋର ନିର୍ବାଚନମଣ୍ଡଳୀରୁ ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁ ଖବର economictimes ପେଜରେ ଦେଖନ୍ତୁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

https://economictimes.indiatimes.com/news/politics-and-nation/separatist-leader-syed-ali-shah-geelani-dies-at-92-in-srinagar-internet-suspended-in-kashmir-valley/videoshow/85855470.cms

ଭାଇରାଲ ଫଟୋରେ ସର୍ଦ୍ଦାର ଅତୁଲ୍ଲା ମେଙ୍ଗାଲ କିଏ?

ମେଙ୍ଗାଲ ଜଣେ ବିଶିଷ୍ଟ Balochistan ଜାତୀୟତାବାଦୀ ନେତାଥିଲେ। ସେ ବାଲୁଚିସ୍ତାନର ପ୍ରଥମ ସିଏମ ଭାବରେ କାର୍ଯ୍ୟ କରିଥିଲେ। 1973 ମସିହାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋ ବାଲୁଚିସ୍ତାନରେ ରାଜ୍ୟପାଳଙ୍କ ନିୟମ ଲାଗୁ କରିଥିଲେ, ଯାହା ପରେ ମେଙ୍ଗାଲ ଅନେକ ବର୍ଷ କାରାଗାରରେ ରହିଥିଲେ। daily times ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ 92 ବର୍ଷ ଅର୍ଥାତ୍ 3 ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ହୋଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋରେଥିବା ଯୁବକ ଜଣକ ହୁରିୟତ ନେତା ସୟଦ ଅଲି ଶାହା ଗିଲାନି ନୁହେଁ ପ୍ରକୃତରେ ପାକିସ୍ତାନର ଜଣେ ରାଜନେତା ସର୍ଦ୍ଦାର ଅତୁଲ୍ଲା ମେଙ୍ଗଲ ଅଟନ୍ତି।

Avatar

Title:ପାକିସ୍ତାନ ରାଜନେତାଙ୍କ ଫଟୋକୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ଯୁବା ଅବସ୍ଥା ଫଟୋ ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *