
ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଉର୍ଦ୍ଦୁ ପୋଷ୍ଟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଶିବସେନା ଦଳ ମୁସଲମାନ ସମ୍ପ୍ରଦାୟକୁ ଖୁସି କରିବାକୁ ଚେଷ୍ଟା କରୁଛି। ଆଦିତ୍ୟ ଠାକରେ ଏବଂ ତାଙ୍କ ଦଳ ଉପରେ ଉପହାସ କରି ପୋଷ୍ଟ ଭାଇରାଲ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
8 ସେପ୍ଟେମ୍ବରରେ Bipal Kumar Parida ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଅଛି – ଦେଖୁ ଦେଖୁ କେଉଁଠୁ କଣ ହୋଇଗଲା । ଗେରୁଆ ରୁ ସବୁଜ …ମରାଠୀ ରୁ ଉର୍ଦୁ….ଶିବସେନା ରୁ ……?? ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ଛଡ଼ା Asok Rout ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋକୁ ସେୟାର କରି ଦାବି କରିଛନ୍ତି ଯେ, ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ ମୁସଲମାନ ମାନଙ୍କୁ ଖୁସି କରିବାଲେ ଲାଗିଛନ୍ତି। ଏବେ ଶିବସେନା ରୁ ଆଉ କିଛି ବନିବାକୁ ଯାଉଛନ୍ତି କି। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଉର୍ଦ୍ଦୁରେ ପୋଷ୍ଟର କରି ମୁସ୍ଲିମମାନଙ୍କୁ ଖୁସି କରିବାରେ ଲାଗିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ାନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋରେଥିବା ପୋଷ୍ଟର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏଙାକୁ ନେଇ କିଛି ଲିଙ୍କ ମିଳିଲା। navbharattimes ପେଜରେ ଏକ ଖବର ପାଇଲୁ , ଯାହା 2 ଅକ୍ଟୋବର 2019ରେ ପ୍ରକାଶଇତ କରାଯାଇଛି। ଖବର ଅନୁସାରେ 2019ରେ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିଲା। ସେହି ସମୟରେ ବର୍ତ୍ତମାନର ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ ଗୁଜୁରାତି ଏବଂ ଉର୍ଦ୍ଦୁ ସମେତ ଅନ୍ୟ ଭାଷାରେ ମଧ୍ୟ ପୋଷ୍ଟର ଲାଗାଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- navbharattimes । Archive
ଏହା ପରେ ଆମକୁ ANI ଟ୍ୱିଟର ଆକାଉଣ୍ଟରେ ଭାଇରାଲ ପୋଷ୍ଟର ଅନ୍ୟ ଏକ ଖବର ମିଳିଲା। ଯାହାକି 2019ରେ ପ୍ରକାଶିତ କରାଯାଇଥିଲା। ପୋଷ୍ଟରେ ଲେଖା ଅଛି ଯେ, ନି ବିଭିନ୍ନ ଭାଷାରେ ନିର୍ବାଚନରେ ଆଦିତ୍ୟ ଠାକରେଙ୍କ ଅନେକ ପୋଷ୍ଟର ଲଗାଯାଇଛି । ଏହା କେବଳ ମରାଠୀରେ ନୁହେଁ ବରଂ ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, ଅନେକ ଦକ୍ଷିଣ ଭାରତୀୟ ଭାଷା ଏବଂ ଉର୍ଦ୍ଦୁ ଭାଷାରେ ଲେଖାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଆଦିତ୍ୟ ଠାକରେ ମୁସଲମାନମାନଙ୍କୁ ଖୁସିକରିବା ପାଇଁ ଉର୍ଦ୍ଦୁରେ ପୋଷ୍ଟର ବନାଇଥିବା ମିଥ୍ୟା ଦାବି କରାଯାଉଛି। 2019 ନିର୍ବାଚନ ସମୟରେ ଆଦିତ୍ୟ ଠାକରେ କେବଳ ଉର୍ଦ୍ଦୁ ନୁହେଁ ବିଭିନ୍ନ ଭାଷାରେ ପୋଷ୍ଟର ଲଗାଇଥିଲେ।

Title:2019 ନିର୍ବାଚନ ସମୟରେ ଆଦିତ୍ୟ ଠାକରେ ଲଗାଇଥିବା ପୋଷ୍ଟରକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: Misleading
