
ଗତ 10 ମାସ ଧରି ଦେଶରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଲାଗି ରହିଥିବା ବେଳେ କୃଷକମାନଙ୍କୁ ଅପମାନ କରବା ପାଇଁ ମଧ୍ୟ ଅନେକ ଚେଷ୍ଟା କରାଯାଇଛି। ଏଥିମଧ୍ୟରେ ଅନ୍ୟ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓରେ, କିଛି ଲୋକ ବୋତଲରୁ ମଦକୁ ଏକ ନୀଳ ଟାଙ୍କିରେ ଢାଳୁଥିବା ଦେଖାଯାଉଛି ଏବଂ ଦ୍ୱିତୀୟ ଭିଡିଓରେ ଶହ ଶହ ଲୋକଙ୍କୁ ମଦ ବଣ୍ଟନ କରାଯାଉଛି। ଏହି ଭିଡିଓଗୁଡିକ କୃଷକଙ୍କ ବିରୋଧ ସହ ଜଡିତ ବୋଲି କୁହାଯାଉଛି। ଭିଡିଓ ସେୟାର କରିବାବେଳେ ଜଣେ ଫେସବୁକ ବ୍ୟବହାରକାରୀ ଲେଖିଛନ୍ତି, “ଗରିବ କୃଷକମାନେ ଏହି ପ୍ରତିବାଦରେ ସେମାନଙ୍କର ଅମୂଲ୍ୟ ସମୟ ଦେଉଛନ୍ତି। ଚାଷୀଙ୍କୁ ଦେଖ, ଆପଣ ନିଜେ ଅନୁମାନ କରିପାରିବେ ଯେ ସେମାନେ ପ୍ରକୃତ କୃଷକ କି ନୁହେଁ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
14 ସେପ୍ଟେମ୍ବରରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶକୁ ଧ୍ୱଂସ କରିବା ପାଇଁ କୃଷକ ଆନ୍ଦୋଳନ। ଦେଶର ଯୁବକମାନେ ନିଶା ସେବନ କରୁଛନ୍ତି। ଏହାର ତୁରନ୍ତ ପ୍ରଭାବରେ ରାକେଶ ଟିକେଟ୍ ହର୍ଣ୍ଣାମ ସିଂ ଚଡୁନି ଯୋଗେନ୍ଦ୍ର ଯାଦବଙ୍କ ସମେତ ସମସ୍ତ କୃଷକ ନେତା ଜେଲରେ ରହିବା ଉଚିତ୍। ନ୍ୟାୟପାଳିକା କେଉଁଠାରେ ଅଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ କୃଷକମାନେ ଆନ୍ଦୋଳନ ନାମରେ ନିଶା କରୁଥିବା ଭିଡିଓ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ରିଭର୍ସ ଇମେଜ କରି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Jan Shakti News Punjab ଫେସବୁକ ପେଜରେ ଭାଇରାଲ ଭିଡିଓ ମିଳିଲା। ଭାଇରାଲ୍ ଭିଡିଓର କ୍ଲିପ୍ ଗୁଡିକ ପୋଷ୍ଟରେ 1:08 ସେକେଣ୍ଡରେ ଦେଖିବାକୁ ମିଳୁଛି। ଭିଡିଓ ରିପୋର୍ଟରେ, ଏହି ସ୍ଥାନ ବାବା ରୋଡୁ ଶାହାଙ୍କ ଦାର୍ଗା ବୋଲି କୁହାଯାଇଛି। ବର୍ଷ ବର୍ଷ ଧରି ଚାଲିଆସୁଥିବା ବାବା ରୋଡୁ ଶାହାଙ୍କୁ ମଦ ଅର୍ପଣ କରିବାର ଏକ ଗ୍ରାମ ପ୍ରଥା ରହିଛି। ଭକ୍ତମାନେ ପ୍ରଥମେ ମଦ ଆଣି ବାବା ରୋଡୁ ଶାହାଙ୍କୁ ଅର୍ପଣ କରନ୍ତି, ତାପରେ ଏହାକୁ ପ୍ରସାଦ ଭାବରେ ବଣ୍ଟନ କରନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
Sandeep Singh ନାମକ ଜଣେ ସାମ୍ବାଦିକ ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ ହେଇଛି। ଟ୍ୱିଟରେ ସ୍ପଷ୍ଟ କରାଯାଇଛି ଯେ, ଭିଡିଓ ପଞ୍ଜାବର ବାବା ରୋଡୁ ଶାହାଙ୍କ ଦର୍ଗାର ଅଟେ। ଏହି ଭିଡିଓର ପ୍ରତିକ୍ରିୟାରେ ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଭାଇରାଲ ଭିଡିଓ ପଞ୍ଜାବର ଲୁଧିଆନା ଜିଲ୍ଲାର କାଉଙ୍କେ କାଲାନ ଗ୍ରାମରେ ଅବସ୍ଥିତ ବାବା ରୋଡୁ ଶାହାଙ୍କ ଦରଗାରୁ ଆସିଛି। ତଳେ ଲିଙ୍କ ଦେଖନ୍ତୁ।
Sandeep Singh ପୁଣି ଭାଇରାଲ ଭିଡିଓରେଥିବା ଟ୍ରକ ଏବଂ ସ୍ଥାନକୁ ଦେଖାଇ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ଭିଡିଓ ଦିଲ୍ଲୀ କୃଷକ ଆନ୍ଦୋଳନର ନୁହେଁ ପଞ୍ଜାବର ବାବା ରୋଡୁ ଶାହାଙ୍କ ଦର୍ଗାର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
15 ସେପ୍ଟେମ୍ବର ରେ PunYaab ୟୁଟ୍ୟୁବ ଚ୍ୟାନେଲରେ ଯେଉଁଥିରେ ସନ୍ଦୀପ ସିଂ ସ୍ପଷ୍ଟ କରିଛନ୍ତି ଯେ ସେ ଦର୍ଗା ପରିଦର୍ଶନ କରିଛନ୍ତି ଏବଂ ଭାଇରାଲ୍ ଭିଡିଓର ଦୃଶ୍ୟ ତୁଳନା କରିଛନ୍ତି। ଭାଇରାଲ ଭିଡିଓ ପଞ୍ଜାବର ବାବା ରୋଡୁ ଶାହାଙ୍କ ଦର୍ଗାର ଅଟେ। ଅଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଦିଲ୍ଲୀ କୃଷକ ଆନ୍ଦୋଳନରେ ମଦ ବଣ୍ଟନ କରାଯାଉଥିବା ଦାବିରେ ଭାଇରାଲ ଭିଡିଓ ପଞ୍ଜାବର ବାବା ରୋଡୁ ଶାହାଙ୍କ ଦର୍ଗାର ଅଟେ।
