କ’ଣ ଭାଇରାଲ ହେଉଥିବା ଫୋଟୋରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ଖାଉଛନ୍ତି? ଜାଣନ୍ତୁ ସତ୍ୟ।

Political Satire

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ଖାଉଛନ୍ତି। ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହା ଫୋଟୋଶପ୍ ନୁହେଁ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଫୋଟୋକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ଏକ ଫୋଟୋ ଚଳିତ ବର୍ଷର 6 ସେପ୍ଟେମ୍ବର ରେ ଦି ଟାଇମ୍ସ ଅଫ୍ ଇଣ୍ଡିଆ ପତ୍ରିକାରେ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟରେ ପ୍ରକାଶିତ ହେଇଥିବା ଫୋଟୋରେ ସ୍ମୃତି ଇରାନୀଙ୍କ ସହିତ ରାହୁଲ ଗାନ୍ଧୀ ନାହାନ୍ତି, ବରଂ କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଅଛନ୍ତି। ଏହି ପତ୍ରିକା ଅନୁଯାୟୀ ମୁମ୍ବଇରେ ପୁଷ୍ଟିକର ସଚେତନା ଅଭିଯାନ ସମୟରେ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଏବଂ ସ୍ମୃତି ଇରାନୀ ମାତୁଙ୍ଗା ଅଞ୍ଚଳର ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଛନ୍ତି। 

TOI.jpg

Times Of India

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋରେ ସ୍ମୃତି ଇରାନୋଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଅଛନ୍ତି। ଅସଲି ଫୋଟୋକୁ ଏଡିଟ୍ କରି ମୁଖତାର ଅବ୍ବାସ ନକଭିଙ୍କ ସ୍ଥାନରେ ରାହୁଲ ଗାନ୍ଧୀଙ୍କ ଫୋଟୋ ଲଗା ଯାଇଛି। 

Avatar

Title:କ’ଣ ଭାଇରାଲ ହେଉଥିବା ଫୋଟୋରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ଖାଉଛନ୍ତି?

Fact Check By: Siddharth Sahu 

Result: Satire

Leave a Reply

Your email address will not be published. Required fields are marked *