ଝାରଖଣ୍ଡରୁ ଏହି ବିଶାଳ କାୟ ଅଜଗରସାପକୁ ଉଧାର କରାଯାଇଛି କି ? ଜାଣନ୍ତୁ ସତ୍ୟତା।

18 ଅକ୍ଟୋବରରେ OdiaKhabar24 ନାମକ ଏକ ଓଡ଼ିଆ ଖବର ପେଜରେ ଭାଇରାଲ ଭିଡିଓ ଏବଂ ଖବର ପ୍ରକାଶିତ ହୋଇଥିବାର ଦେଖିଲୁ। ଯେଉଁଥିରେ ଲେଖାଯାଇଛି ଯେ- ଦାବି କରାଯାଇଛି ଯେ ଏତେ ବଡ଼ ସାପ ଝାରଖଣ୍ଡରୁ ବରାମଦ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 68ରୁ ଅଧିକଥର ସେୟାର କରାଯାଇଛି। ଏବଂ 1000ରୁ ଅଧିକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।  ଏଠାରେ ଲିଙ୍କ ଦେଖନ୍ତୁ- Facebook  । Archive  ଖବର ପେଜରେ ଲେଖାଯାଇଛି ଯେ, ଧନବାଦ, ଝାଡଖଣ୍ଡରୁ […]

Continue Reading

କ’ଣ ଭିଡିଓରେ ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କୁ ଏକ ବାବା ସହିତ ଅବୈଧ ସମ୍ବନ୍ଧ ରଖୁଥିବା ସମୟରେ ଧରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଏକ ବାବା ପୂଜା କରୁଥିବା ସମୟରେ ଜଣେ ମହିଳା ତାଙ୍କ କୋଳରେ ମୁଣ୍ଡ ରଖୀ ସୋଇଥିବା ଦେଖିବାକୁ ମିଳିଛି। ସେହି ସମୟରେ ମହିଳା ଜଣକଙ୍କ ସ୍ଵାମୀ ଫୋନ୍ ରେ ଭିଡିଓ ଅନ୍ କରି ରୁମ୍ ଭିତରେ ପ୍ରବେଶ କରି ବାବା ଏବଂ ତାଙ୍କ ସ୍ତ୍ରୀଙ୍କୁ ଗାଳି କରୁଛନ୍ତି ଏବଂ ସେହି ବାବା କି ପରି ଏକ ଠକ ବାବା ବୋଲି ତାଙ୍କ ସ୍ତ୍ରୀକୁ କହୁଛନ୍ତି। […]

Continue Reading

କ’ଣ ଏହି ଫୋଟୋରେ ସ୍ମୃତି ଇରାନୀ କଂଗ୍ରେସ ସରକାର ସମୟରେ ବୃଦ୍ଧି ହୋଇଥିବା ଇନ୍ଧନ ଦର ବିରୁଦ୍ଧରେ ବିରୋଧ କରୁଥିବା ନିଜ ଫୋଟୋ ଦେଖୁଛନ୍ତି? ଜାଣନ୍ତୁ ସତ୍ୟ।

ଚଳିତ ବର୍ଷ ପେଟ୍ରୋଲ୍ ଡିଜେଲ୍ ଏବଂ ଗ୍ଯାସ ଇନ୍ଧନ ଦରରେ ବୃଦ୍ଧି ହୋଇଥିବାରୁ ବିପକ୍ଷ ଦଳ ଏବଂ ତାଙ୍କ ସମର୍ଥକ ମାନେ ମୋଦୀ ସରକାରର ନିନ୍ଦା କରିବାରେ କୌଣସି ସୁଯୋଗ ଛାଡି ନାହାନ୍ତି। ଏହି ବିଷୟ ନେଇ ବିଭିନ୍ନ ସୋସିଆଲ ମିଡିଆ ମଞ୍ଚରେ ମଧ୍ୟ ଅନେକ ପୋଷ୍ଟ ଦେଖିବାକୁ ମିଳିଛି।  ଏପରି ଏକ ପୋଷ୍ଟ ଆମ ସାମନାକୁ ଆସିଛି ଯେଉଁଥିରେ ବିଜେପି ନେତା ସ୍ମୃତି ଇରାନୀ ଏକ ବଗିଚାରେ ବସି ଲ୍ୟାପଟପ୍ ରେ ଧ୍ୟାନ ଦେଇ କିଛି […]

Continue Reading

ପେଟ୍ରୋଲ ପମ୍ପ ପାଖରୁ ଅପହରଣ ହୋଇଥିବା ବ୍ୟକ୍ତିର ଭାଇରାଲ ଭିଡିଓ ଉତ୍ତର ପ୍ରଦେଶର ନୁହେଁ ବରଂ ସାଉଦି ଆରବର ଅଟେ।

ପେଟ୍ରୋଲ ପମ୍ପ ନିକଟରେ ଏକ ଅପହରଣର ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଭିଡିଓ ଉତ୍ତରପ୍ରଦେଶର ଅଟେ। ଭିଡିଓରେ ଜଣେ ବ୍ୟକ୍ତି ଏକ କାରରେ ପେଟ୍ରୋଲ ପକଉଥିବା ବେଳେ ପାଖରେଥିବା ବ୍ୟକ୍ତି ଏବଂ କାରରେ ବସିଥିବା ବ୍ୟକ୍ତି ଜଣକ  ପେଟ୍ରୋଲ ପକାଉଥିବା ବ୍ୟକ୍ତିକୁ ଅପହରଣ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  11 ଅକ୍ଟୋବରରେ Basudev Sahoo ନାମକ […]

Continue Reading

କ’ଣ ତାଲିବାନ ଆଫଗାନିସ୍ତାନ ଭଲିବଲ୍ ମହିଳା ଖେଳାଳିଙ୍କର ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ପୋଷ୍ଟରେ ଦାବି କରା ଯାଇଛି ଯେ “ମହିଳାଙ୍କ ପାଇଁ ସଜା ପାଲଟି ଯାଇଛି ତାଲିବାନୀଶାସନ। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ଅନେକ କଠୋର ନିୟମ ଲାଗୁ କରାଯାଇଛି। ହେଲେ ଏହା ମଧ୍ୟରେ ତାଲିବାନର ବର୍ବରକାଣ୍ଡର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ତାଲିବାନ ଆଫଗାନ ଜୁନିୟର ମହିଳା ଭଲିବଲ ଜାତୀୟ ଦଳର ଜଣେ ଖେଳାଳିଙ୍କୁ ଗଳାକାଟି  ହତ୍ୟା କରିଛି। ପର୍ସିଆନ ଇଣ୍ଡିପେଡେଣ୍ଟ ସହ ସାକ୍ଷାତକାର ସମୟରେ କୋଚ୍ ସୂର୍ୟା ଅଫଜଲି  କହିଛନ୍ତି, ମହଜବିନ ହାକିମି ନାମକ ଜଣେ ମହିଳା […]

Continue Reading

ତାମିଲନାଡୁର ଖ୍ରୀଷ୍ଟିଆନ ଶିକ୍ଷକ ରୁଦ୍ରାକ୍ଷ ପିନ୍ଧି ସ୍କୁଲ ଆସିଥିବା ହିନ୍ଦୁ ପିଲାକୁ ପିଟୁଛନ୍ତି ? ଜାଣନ୍ତୁ ସତ୍ୟତା ।

1 ସେପ୍ଟେମ୍ବର ତାମିଲନାଡୁରେ ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲହେବାରେ ଲାଗିଛି।  ଭିଡିଓରେ ଜଣେ ଛାତ୍ରଙ୍କୁ ଜଣେ ଶିକ୍ଷକ ଅତି ନିର୍ମମ ଭାବେ ମାଡ ମାରୁଛନ୍ତି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ, “ମାଡ ଦେଉଥିବା ଶିକ୍ଷକ ଜଣେ ଖ୍ରୀଷ୍ଟିଆନ ଏବଂ ଛାତ୍ରଟି ରୁଦ୍ରାକ୍ଷ ପିନ୍ଧିଥିବାରୁ ଶିକ୍ଷକ ତାକୁ ମାଡ ମାରିଛନ୍ତି। ଫ୍ୟାକ୍ଟ କ୍ରେସେଣ୍ଡୋ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ଭୁଲ […]

Continue Reading

କ’ଣ ଚୀନ ଦୀପାବଳି ପାଖେଇ ଆସିଥିବାରୁ ଭାରତକୁ ବିଷାକ୍ତ ଏବଂ କ୍ଷତିକାରକ ବାଣ ପଠାଉଛି? ଜାଣନ୍ତୁ ସତ୍ୟ।

ଦୀପାବଳି ଯେତିକି ପାଖେଇ ଆସୁଛି ବାଣ ବିଷୟରେ ସୋସିଆଲ ମିଡିଆରେ ସେତିକି ପୋଷ୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗଣମାଧ୍ୟମ ଦ୍ଵାରା ଏକ ସମ୍ବାଦ ଭାଇରାଲ ହେବାରେ ଲାଗିଛି ଯେ ଚୀନ ଭାରତକୁ ବିଷାକ୍ତ ବାଣ ପଠାଉଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ୧୯ ଅକ୍ଟୋବରରେ ନନ୍ଦୀଘୋଷ ଟିଭି ଚ୍ୟାନାଲର ଫେସବୁକ ଏକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରା ଯାଇଛି। ଏହି ଭିଡିଓରେ ଦାବି କରା […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ସ୍ଵାମୀ ନିଟାଇ ଦାସ ପ୍ରଭୁ ଅଟନ୍ତି ଯାହାର ବାଙ୍ଗଲାଦେଶରେ ହତ୍ୟା କରା ଯାଇଛି? କ’ଣ ଭାଇରାଲ ହେଉଥିବା ଫୋଟୋ ବାଙ୍ଗଲାଦେଶର ଅଟେ? ଜାଣନ୍ତୁ ସତ୍ୟ।

ଗତ ସପ୍ତାହରେ ଯେତେବେଳେ ଲୋକଙ୍କ ମଧ୍ୟରେ ଦୂର୍ଗାପୂଜା ଉତ୍ସବର ଖୁସିର ପରିବେଶ ଥିଲା ସେତେବେଳେ କିଛି ଦୁଖଦାଯକ ଖବର ସାମନାକୁ ଆସିଥିଲା। ବାଂଲାଦେଶରେ ଦୂର୍ଗାପୂଜା ସମୟରେ ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟର ପୂଜାପାଠ ଉପରେ ଆକ୍ରମଣ ହୋଇଥିବା ଖବର ସାମନାକୁ ଆସିଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। କେଉଁଠାରେ ମୂର୍ତି ଭଙ୍ଗାରୁଜା କରା ଯାଇଛି ତ କେଉଁଠାରେ ହିନ୍ଦୁ ଲୋକଙ୍କ ଉପରେ ଆକ୍ରମଣର କରା ଯାଇଛି।  ଏହି ପ୍ରସଙ୍ଗରେ ଏକ […]

Continue Reading

ଦୁର୍ଗାମଣ୍ଡପ ବୋର୍ଡ଼ରେ ନମାଜର ସମୟ ଲେଖାଯାଇ ଟଙ୍ଗାଯାଇଥିବା ଫଟୋ ପଶ୍ଚିମବଙ୍ଗର ନୁହେଁ ବାଙ୍ଗଲାଦେଶର ଅଟେ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମା ଦୁର୍ଗାଙ୍କ ମଣ୍ଡପ ପାଖରେ ଏକ ପୋଷ୍ଟର ଲଗାହୋଇଥିବାର ଦେଖାଯାଉଛି। ଯେଉଁଥିରେ ମୁସ୍ଲିମ ମାନଙ୍କର ପ୍ରାଥନା ଟାଇମ ଲେଖାଯାଇଛି। ପୋଷ୍ଟରେ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗରେ ନମାଜ ପଢ଼ାଯାଉଥିବା ସମୟରେ ମାଙ୍କର ପୂଜା ବନ୍ଦ ରହୀବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ଅକ୍ଟୋବରରେ Kailash Gupta ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

ଆଜତକ ଆଙ୍କର୍ ଉଦ୍ଦେଶ୍ୟମୂଳକ ଭାବରେ ଦୁବେଙ୍କୁ ଆଦାନୀ ଗ୍ରୁପର ଡ୍ରକ୍ସ ମାମଲା ବିଷୟରେ କହିବାକୁ ଅଟକାଇଥିଲେ ?

ସୋସିଆଲ ମିଡିଆରେ ଆଜ ତକ ବୁଲେଟିନର ଏକ କ୍ଲିପିଂ ଭାଇରାଲ ହେଉଛି।  ଯେଉଁଠାରେ ଆଙ୍କର୍ ଚିତ୍ରା ତ୍ରିପାଠୀ ଶିବସେନା ମୁଖପାତ୍ର ଆନନ୍ଦ ଦୁବେଙ୍କୁ ଗୁଜୁରାଟର ମୁଣ୍ଡ୍ରାସ୍ଥିତ ଆଦାନୀ ବନ୍ଦରରେ ହୋଇଥିବା ଡ୍ରଗ୍ସ ମାମଲାକୁ ନେଇ କହିବାକୁ ଦେଉନାହାନ୍ତି।  ଫୋସବୁକ ବ୍ୟବହାରକାରୀମାନେ ଦାବି କରିଛନ୍ତି ଯେ, ଚିତ୍ର ତ୍ରିପାଠୀ ଗୁଜୁରାଟର ମୁଣ୍ଡ୍ରାସ୍ଥିତ ଆଦାନୀ ବନ୍ଦରରେ ପ୍ରାୟ 3000 କିଲୋଗ୍ରାମ ହେରୋଇନ ଜବତ କରିବା ବିଷୟରେ ଆଲୋଚନା କରୁଥିବାବେଳେ ଆନନ୍ଦ ଦୁବେଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କହିବାକୁ ଦେଉନଥିଲେ। ପଇସା ଖାଉଥିବା […]

Continue Reading