ଏହି ଫଟୋ ଭାରତୀୟ ମହାଭାରତର ଦୃଶ୍ୟର ଯାହା ଆଫଗାନିସ୍ତାନର ପଞ୍ଜଶୀର ପ୍ୟାଲେସରେ ଅଛି ?

False Social

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପୁରୁଣା ଫଟୋ ଦେଖିବାକୁ ମିଳୁଛି।  ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଏହି ପେଣ୍ଟିଂ ହେଉଛି ଭାରତୀୟ ମହାଭାରତର ଏକ ଦୃଶ୍ୟ ଏବଂ ଏହି ଫଟୋଟି ଆଫଗାନିସ୍ତାନର ପଞ୍ଜଶୀର ପ୍ୟାଲେସରେ ଉପସ୍ଥିତ ଅଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

16 ସେପ୍ଟେମ୍ବରରେ ହିନ୍ଦୁ ମହାସଙ୍ଘ ପେଜରେ ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଏହି ଚିତ୍ରଟି ପଞ୍ଜ-ଶିର ପ୍ୟାଲେସରେ ଅଛି।  ଏହା ବର୍ତ୍ତମାନର ଆଫଗାନିସ୍ତାନର ଗାନ୍ଧରା ରାଜ୍ୟରେ ମହାଭାରତ ସମୟର ଅଟେ।  ୟୁନେସ୍କୋ କାହିଁକି ଏହାକୁ ଏକ ଐତିହ୍ୟ ସ୍ଥାନ ଘୋଷଣା କଲା ନାହିଁ ଏବଂ ଏହା ନଷ୍ଟ ନହେବାକୁ ଦେଲା। ପଞ୍ଜୀରନାମ ହେଉଛି ମୂଳ ନାମ ପଞ୍ଚ ଶେର୍ର ଏକ ଅବକ୍ଷୟ ଯାହାର ଅର୍ଥ ପାଞ୍ଚ (ପିଚ୍) ସିଂହ ।  ଏହି ପାଣ୍ଡବ ଭାଇମାନଙ୍କ ସମ୍ମାନାର୍ଥେ ଚିତ୍ରକଳା ଏବଂ ପ୍ରାସାଦ ନିର୍ମାଣ କରାଯାଇଥିଲା। ସମସ୍ତ ଏସୀୟମାନେ ଜାଣନ୍ତି ଯେ ବୌଦ୍ଧ କାଳର ଶେଷରେ ମଧ୍ୟ ଗାନ୍ଧାରା ସମ୍ପୂର୍ଣ୍ଣ ହିନ୍ଦୁ ରାଜ୍ୟ ଥିଲା। ଏହା ପରେ ଏହା ଆକ୍ରମଣକାରୀଙ୍କ ଉପରେ ପଡିଥିଲା, ମୁସଲିମ ଶିଆ ସମ୍ପ୍ରଦାୟ, ଯେଉଁମାନେ ଏହାକୁ ଶୀଘ୍ର ଏକ ଇସଲାମ ରାଜ୍ୟରେ ପରିଣତ କରିଥିଲେ। ତଥାପି, ସେମାନେ ହିନ୍ଦୁ ଐତିହ୍ୟ ଏବଂ ରାଜକୀୟ ପ୍ରତିମୂର୍ତ୍ତିକୁ ନଷ୍ଟ କରିନଥିଲେ, ଯେପରିକି ଏହି ଚିତ୍ରକଳା ଏବଂ ଗାନ୍ଧାରାରେ ହିନ୍ଦୁ ସଂସ୍କୃତିର ଚିତ୍ରଣ କରୁଥିବା ବହୁ ମୂଲ୍ୟବାନ ପ୍ରାଚୀନତା। ଆଜି ଏହି କ୍ଷେତ୍ରକୁ ଖଣ୍ଡାରା କୁହାଯାଏ, ଯାହା ଏହାର ପ୍ରସିଦ୍ଧ ଆନ୍ତ – ମାଳଦ୍ୱୀପ ବଜାର ପାଇଁ ଜଣାଶୁଣା। ଅଧିକାଂଶ ହିନ୍ଦୁ ମନ୍ଦିର ଚାନ୍ଦାରେ ବିଦ୍ୟମାନ ରହିଆସିଛି, କିନ୍ତୁ ବର୍ତ୍ତମାନ ତାଲିବାନ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଆଫଗାନିସ୍ତାନକୁ ନେଇଛି। ଭାରତର ଇତିହାସକୁ ପ୍ରକୃତରେ ଜାଣିଥିବା ଐତିହାସିକମାନେ ପ୍ରକୃତରେ ଭୟ କରନ୍ତି ଯେ ଆଫଗାନିସ୍ତାନର ସମସ୍ତ ହିନ୍ଦୁ ଲୋକ ଏବଂ ହିନ୍ଦୁ ସ୍ମାରକପତ୍ର ନଷ୍ଟ ହୋଇଯିବ। ଇତିହାସର ଏହି ମାନବ ଜୀବନ୍ତ ଖଣ୍ଡଗୁଡ଼ିକର ପରିଣାମ ବିଷୟରେ ଚିନ୍ତା କରିବାକୁ ଆମ ପାଖରେ ଅଳ୍ପ ସମୟ ବାକି ଅଛି। “

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛା। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook  । Archive

ତେବେ କଣ ଭାରତୀୟ ମହାଭାରତର ଦୃଶ୍ୟର ଏହି ଫଟୋଟି ଆଫଗାନିସ୍ତାନର ପଞ୍ଜଶୀର ପ୍ୟାଲେସରେ ଉପସ୍ଥିତ ଅଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। art-spb.ru ପେଜରେ ଭାଇରାଲ ଫଟୋ ମିଳିଲା। ଯେଉଁଥିରେ ଆମେ ଦିଖିବାକୁ ପାଇଲୁ ଯେ, ଏହି ଫଟୋ Rasikananda ନାମକ ବ୍ୟକ୍ତି ବନାଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- art-spb.ru । Archive 

ଏହି  art-spb.ru ପେଜର ଏବାଉଟରେ ଆମେ Rasikananda କିଏ ତାହା ସର୍ଚ୍ଚ କରିଲୁ। ଖବର ଅନୁସାରେ ରସିକାନନ୍ଦ 1973 ରେ କୋମସୋମୋଲସ୍କ-ଅନ-ଆମୁରରେ ଜନ୍ମଗ୍ରହଣ କରିଥିଲେ। କଳା ବିଦ୍ୟାଳୟରୁ ସ୍ନାତକ 1990 ରୁ 1993 ପର୍ଯ୍ୟନ୍ତ ସେ ଭ୍ଲାଡିଭୋଷ୍ଟୋକ ଆର୍ଟ ସ୍କୁଲରେ ଅଧ୍ୟୟନ କରିଥିଲେ। 1993 ପରଠାରୁ ସେ ଆନ୍ତର୍ଜାତୀୟ ପ୍ରକାଶନ ସଂସ୍ଥା BBT (Bhaktivedanta Book Trust) ଦ୍ୱାରା ପୁସ୍ତକ ଚିତ୍ରିତ କରିଛନ୍ତି। ରୂଷିଆର କ୍ରିଏଟିଭ୍ ୟୁନିଅନ୍ ଅଫ୍ ଆର୍ଟିଷ୍ଟସ୍ ଏବଂ ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ଆର୍ଟିଷ୍ଟସ୍ (IFA) ର ସଦସ୍ୟ ମଧ୍ୟ ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହାପରେ ଅଧିକ ସର୍ଚ୍ଚ କରିବାରୁ ଆମକୁ Rasikanandaଙ୍କ ଫେସବୁକ ପେଜ ମିଳିଲା। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ଫଟୋ ସେ ବନାଇଛନ୍ତି। ଫଟୋର ଆଫଗାନିସ୍ତାନ ସହ କୌଣସି ସମ୍ପର୍କ ନାହିଁ। ପୋଷ୍ଟରେ ଲେଖାଯାଇଛି- ମୁଁ ବନାଇଥିବା ପୁରୁଣା  ଚିତ୍ର ଭାରତୀୟ ସୋସିଆଲ ମିଡିଆରେ ବହୁତ “ଲୋକପ୍ରିୟ” ହୋଇଗଲା। ପଞ୍ଜଜୀରର ପ୍ରାସାଦ କିମ୍ୱା ଅନ୍ୟ କିଛି ବିଷୟରେ ମତାମତ ଦେବାକୁ ଅନୁରୋଧ କରି ଗତ ଦୁଇ ଦିନ ମଧ୍ୟରେ ଖୁବ୍ କମ୍ ଲୋକ ମୋ ସହିତ ଯୋଗାଯୋଗ କରିଥିଲେ। କିଛି ଲୋକ ଦାବି କରନ୍ତି ଯେ ଏହା ହେଉଛି ଐତିହାସିକ ସ୍ଥାନ ଯେଉଁଠାରେ ପଞ୍ଜୀର 5 ପାଣ୍ଡବ ବାସ କରୁଥିଲେ ଏବଂ ମୁଁ କୌଣସି ପ୍ରକାରେ ଏହି ଐତିହାସିକ ପ୍ରାସାଦକୁ ଚିତ୍ରଣ କଲି। ନା, ଏହା କେବଳ ମୋର ମୂଳ ସୃଷ୍ଟି ଏକ ଐତିହାସିକ ଫଟୋ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- RasikanandaArchive

ଆମେ Rasikanandaଙ୍କ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଲୁ। କିନ୍ତୁ ସମ୍ପର୍କ ହାଇପାରିଲା ନାହିଁ।  indiatodayକୁ କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ, 1999 ରେ ମୁଁ ମୋର ନିଜ କଳ୍ପନା ମାଧ୍ୟମରେ ଏହାକୁ ରଙ୍ଗ କରିଛି। ମୁଁ କେବେ ଆଫଗାନିସ୍ତାନ ଯାଇ ନାହିଁ। ସେହି ସମୟରେ, ମୁଁ ଭାଟକିଭେଡାଣ୍ଟା ଲାଇବ୍ରେରୀ ସେବା ନାମକ ଏକ ଆନ୍ତର୍ଜାତୀୟ ପ୍ରକାଶନ ସଂସ୍ଥା ସହିତ କାମ କରୁଥିଲି ଏବଂ ପେଣ୍ଟିଂ ବର୍ତ୍ତମାନ ସେମାନଙ୍କର ୟୁରୋପୀୟ ମୁଖ୍ୟାଳୟରେ ସ୍ୱିଡେନରେ ଅଛି। 

ଶେଷକଥା

ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ ଭାରତୀୟ ମହାଭାରତର ଦୃଶ୍ୟର ଏହି ଫଟୋଟି ଆଫଗାନିସ୍ତାନର ପଞ୍ଜଶୀର ପ୍ୟାଲେସରେ ଉପସ୍ଥିତ ହୋଇଥିବା ଦାବି ମିଥ୍ୟା ଅଟେ। ଏହି ଫଟୋ 1999 ରୂଷର ଜଣେ କଳାକାର ତଥା ISKCON ଭକ୍ତ ରଶିକାନନ୍ଦ ଦାସ ଏହାକୁ 1999 ରେ ବନାଇଥିଲେ।

Avatar

Title:ଏହି ଫଟୋ ଭାରତୀୟ ମହାଭାରତର ଦୃଶ୍ୟର ଯାହା ଆଫଗାନିସ୍ତାନର ପଞ୍ଜଶୀର ପ୍ୟାଲେସରେ ଅଛି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *