କ’ଣ ନୋଟ୍ ଭରା ଆଲମାରି ବାରିପଦା ଆଇଟିଡିଏ ସହକାରୀ ସନ୍ତୋଷ ଦାସଙ୍କ ଘରୁ ମିଳିଥିବା ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।

Partly False Political Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆଲମାରି ଭରି ରହି ଥିବା ନୋଟର ଫୋଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରା ଯାଇଛି ଯେ ପଇସାରେ ଭରି ରହିଥିବା ଏହି ଆଲମାରି ବାରିପଦାର ଆଇଟିଡି ସହକାରୀ ସନ୍ତୋଷ ଦାସଙ୍କ ସମ୍ପତ୍ତି ଅଟେ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ କୁହା ଯାଇଛି ଏହି ପୋଷ୍ଟରେ?

୨୯ ନଭେମ୍ବରରେ ନିରପେକ୍ଷ ନ୍ୟୁଜ ନାମକ ଫେସବୁକ ଏକାଉଣ୍ଟରେ ଏକ ଫୋଟୋ ପୋଷ୍ଟ ହେଇଥିବା ଦେଖିବାକୁ ମିଳିଛି। ଏହି ଫୋଟୋରେ କ ଆଲମାରିରେ ଅମାପ ସମ୍ପତ୍ତି ସଂଗ୍ରହ କରି ରଖିଥିବା ଦେଖା ଯାଉଛି। ଫୋଟୋ ପୋଷ୍ଟ କରି କୁହାଯାଇଛି, “ଏଇଟା ଯନ୍ତ୍ରୀଙ୍କ ଘର ର ଆଲମାରି ନା ବ୍ୟାଙ୍କ? ଏହା ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରି ସନ୍ତୋଷ ଦାସଙ୍କ ଅମାପ ସମ୍ପତ୍ତିନେତା, ମନ୍ତ୍ରୀ, ଯନ୍ତ୍ରି ମିଶି ଓଡ଼ିଶାକୁ ଖୋଳ କରିଦେଲେଯଦି ଜଣେ ଯନ୍ତ୍ରୀଙ୍କ ଘରେ ଏତେ ତାହାଲେ ବିଡିଓ, ତହସିଲଦାର, ଜିଲ୍ଲାପାଳ, ମାଫିଆ, ଏମପି, ଏମଏଲଏଙ୍କ ଘରେ କେତେ ନଥିବା?

PSX_20211129_083420.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ପ୍ରକୃତରେ ଆଇଟିଦିଏ ସହକାରୀ ସନ୍ତୋଷ ଦାସଙ୍କ ଘରେ ରେଡ୍ ପଡିଥିଲା? ଏହା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୬ ନଭେମ୍ବରରେ ଓଡ଼ିଶା ଟିଭି ୱେବସାଇଟରେ ସମାନ ଘଟଣା ବିଷୟରେ କ ଅନୁଛେଦ ପ୍ରକାଶିତ ହେଇଛି। ଏହି ୱେବସାଇଟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ନିଯୁକ୍ତି ହୋଇଥିବା ଇଣ୍ଟିଗ୍ରେଟେଡ୍ ଆଦିବାସୀ ବିକାଶ ସଂସ୍ଥା (ଆଇଟିଡିଏ) ର ସହକାରୀ ଯନ୍ତ୍ରି ସନ୍ତୋଷ ଦାସଙ୍କ ସମ୍ପତ୍ତିରେ କୋଟି କୋଟି ଟଙ୍କାର ସମ୍ପତ୍ତିଖନନ କରା ଯାଇଥିବା ଦାବି କରିଛି ଓଡ଼ିଶା ଭିଜିଲାନ୍ସ ସନ୍ତୋଷ ଦାସଙ୍କ ଘରୁ ପ୍ରାୟ ୪୨ ଲକ୍ଷ ଟଙ୍କା ଜବତ କରା ଯାଇଥିବା ସୂଚନା ଦିଆ ଯାଇଛି। ଦାବି କରା ଯାଉଛି ଯେ ଏହା ଦୁର୍ନୀତି ନିବାରଣ ସଂସ୍ଥା ଦ୍ଵାରା ଓଡ଼ିଶାର କର୍ମଚାରୀଙ୍କ ଠାରୁ ସର୍ବାଧିକ ନଗଦ ପୁନରୁଦ୍ଧାର କରା ଯାଇଛି। 

OTV.jpg

ତେଣୁ ଏହା ସତ୍ୟ ଯେ ସନ୍ତୋଷ ଦାସଙ୍କ ପାଖରୁ ଅନେକ ମୂଲ୍ୟର ଟଙ୍କା ଭିଜିଲାନ୍ସ ଦ୍ଵାରା ଜବତ କରା ଯାଇଛି। 

ତେବେ କ’ଣ ସନ୍ତୋଷ ଦାସଙ୍କ ସହିତ ଭାଇରାଲ ଫୋଟୋର ସମ୍ବନ୍ଧ ଅଛି?

ଏହା ଜାଣିବା ପାଇଁ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ୧୦ ଅକ୍ଟୋବରରେ ଦି ନ୍ୟୁଜ ମିନିଟ୍ ପତ୍ରିକା ୱ୍ବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟରେ କୁହା ଯାଇଛି ଯେ ହାଇଦେରାବାଦର ହେଟେରୋ ଫାର୍ମା ନାମକ କମ୍ପାନୀରେ ଆୟକର ବିଭାଗର ଏକ ରେଡ୍ ରେ ୧୪୨ ଟଙ୍କା ନଗଦ ଏବଂ ୫୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କରା ଯାଇଛି। କୋଭିଡ ମାହାମାରୀ ସମୟରେ ଏହି କମ୍ପାନୀ ରେମଡେସିଭିର ଏବଂ ଫେଭିଫିରାଭିର ପରି ଔଷଧର ବିକାଶ କାର୍ଯ୍ୟ କରିଥିଲା। ଏହା ସହିତ କୋଭିଡ-୧୯ ଟୀକା ସ୍ପୁଟନିକ-ଭି ଉତ୍ପାଦନ ପାଇଁ ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣିଥି ସହିତ ବନ୍ଧା ହୋଇଥିଲା। 

NM.jpg

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ପ୍ରକୃତରେ ଆଇଟିଡିଏ ସହକାରୀ ସନ୍ତୋଷ ଦାସଙ୍କ ଘରେ ରେଡ୍ ପଡିଥିଲା, କିନ୍ତୁ ଭାଇରାଲ ଫୋଟୋର ତାଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଫୋଟୋ ହାଇଦେରାବାଦର ହଟେରୋ ଫାର୍ମା ନାମକ କମ୍ପାନୀରେ ଆୟକର ବିଭାଗର ରେଡ୍ ସମୟର ଫୋଟୋ ଅଟେ।

Avatar

Title:କ’ଣ ନୋଟ୍ ଭରା ଆଲମାରି ବାରିପଦା ଆଇଟିଡିଏ ସହକାରୀ ସନ୍ତୋଷ ଦାସଙ୍କ ଘରୁ ମିଳିଥିବା ସମ୍ପତ୍ତି ଅଟେ?

Fact Check By: Siddharth Sahu 

Result: Partly False

Leave a Reply

Your email address will not be published.