
ବର୍ତ୍ତମାନ ସୋସିଆଲ ମିଡିଆରେ ଏଏନଆଇ ନ୍ୟୁଜର ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଉତ୍ତରପ୍ରଦେଶର ସପା ନେତା ଅଖିଲେଶ ୟାଦବ ନିଜ ଜୀବିତ ପିତା ମୁଲାୟମ ସିଙ୍ଘଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ୩୦ ନଭେମ୍ବରରେ ପୂର୍ଣ ଚନ୍ଦ୍ର ମିଶ୍ର ନାମକ ଏକ ବ୍ୟକ୍ତି ଅଖିଲେଶ ୟାଦବଙ୍କ ଏହି ଫୋଟୋ ପୋଷ୍ଟ କରି କହିଛନ୍ତି, “ଜୀବିତ ପିତାଙ୍କୁ ଦୀପ, ଭୋଗ ଦେବାରେ ଇଏ ବୋଧ ହୁଏ ପ୍ରଥମ ହିନ୍ଦୁ ହେଇଥିବେ।”
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋ ଏଏନଆଇ ନ୍ୟୁଜର ହେଇଥିବାରୁ ଆମେ ଟୁଇଟରରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏଏନଆଇର ଟୁଇଟର ହେଣ୍ଡେଲରେ ସମାନ ଫୋଟୋ ଖୋଜିଲୁ। ଫଳାଫଳରେ ଆମକୁ ଏକ ୨୨ ନଭେମ୍ବରରେ ସମାନ ଫୋଟୋ ମିଳିଲା। ଏହି ଫୋଟୋ ସହିତ ଏଏନଆଇ କହିଛି ଯେ “ମୁଲାୟମ ସିଂହଙ୍କ ଜନ୍ମଦିନ ଅବସରରେ ତାଙ୍କ ପାର୍ଟି କାର୍ଯ୍ୟକର୍ତ୍ତା ମାନେ ପାର୍ଟି କାର୍ଯ୍ୟଳୟରେ ହବନ କରିଥିଲେ ଏବଂ କେକ୍ମଧ୍ୟ କାଟିଥିଲେ।”
କ’ଣ ଫୋଟୋରେ ଥିବା ବ୍ୟକ୍ତି ନିଜେ ଅଖିଲେଶ ୟାଦବ ଅଟନ୍ତି?
ଗଭୀରତା ସହିତ ଅନୁସନ୍ଧାନ କରିଲା ପରେ ଆମକୁ ସମାନ ଫୋଟୋ ମନୀଷ ୟାଦବ ନାମକ ଜଣେ ସମାଜବାଦୀ ପାର୍ଟି କାରଜ୍ୟକର୍ତ୍ତା ମଣିଷ ୟାଦବଙ୍କ ଟୁଇଟର ହେଣ୍ଡେଲରେ ପୋଷ୍ଟ ହେଇଥିବା ମିଳିଲା। ସେ ମୂଲାଯମ ସିଂହ ୟାଦବଙ୍କୁ ଜନ୍ମଦିନର ସୁବ୍ବେଛା ଜଣାଇ ସେହି ଅବସରର ଅନେକ ଫୋଟୋ ପୋଷ୍ଟ କରିଛନ୍ତି।
ଏହା ଦେଖିଲା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ସମାଜବାଦୀ ପାର୍ଟି କାରଜ୍ୟକର୍ତ୍ତା ମଣିଷ ୟାଦବଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ନିଶ୍ଚିତ କରିଛନ୍ତି ଯେ ଫୋଟୋରେ ମୂଲାଯମ ସିଂହ ୟାଦବଙ୍କ ଫୋଟୋକୁ କେକ୍ ଦେଉଥିବା ବ୍ୟକ୍ତି ସେ ନିଜେ ଅଟନ୍ତି। ସେ ଆମକୁ ଏହା ମଧ୍ୟ ସୂଚନା ଦେଲେ ଯେ ମୂଲାଯମ ସିଂହ ୟାଦବଙ୍କର ଜନ୍ମଦିନ ଅବସରରେ ପାର୍ଟି କାରଜ୍ୟକର୍ତ୍ତା ମାନେ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ହବନ ଆୟୋଜିତ କରିଥିଲେ। ମୁଲାୟ ସିଂହ ପରି ଏକ ବଡ଼ ନେତାଙ୍କୁ ତାଙ୍କ ପାର୍ଟି ଅଫିସରେ ଡାକିବା ସମ୍ଭବ ହେଇନଥିବା କାରଣରୁ ସେ ତାଙ୍କ ଫୋଟୋକୁ କେକ୍ ଖାଇବାକୁ ଦେଇଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲୁ। ଫୋଟୋରେ ମୁଲାୟମ ସିଂହ ୟାଦବଙ୍କୁ କେକ୍ ଖାଇବାକୁ ଦେଉଥିବା ବ୍ୟକ୍ତି ସମାଜବାଦୀ ପାର୍ଟି କାରଜ୍ୟକର୍ତ୍ତା ମଣିଷ ୟାଦବ ଅଟନ୍ତି। ଫୋଟୋରେ ଥିବା ବ୍ୟକ୍ତି ଅଖିଲେଶ ୟାଦବ ହେଇଥିବା ଦାବି ମିଥ୍ୟା ଅଟେ।

Title:କ’ଣ ଏହି ଫୋଟୋରେ ଅଖିଲେଶ ଯାଦବ ନିଜ ଜୀବିତ ପିତା ମୁଲାୟମ ସିଂହକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି?
Fact Check By: Siddharth SahuResult: False
