କ’ଣ ଦିଲ୍ଲୀରେ ଜଣେ ପୋଲିସ ଅଧିକାରୀ ଏକ ଦମ୍ପତିଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା କରୁଛନ୍ତି? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସ ଅଧିକାରୀ ରାସ୍ତା ମଝିରେ ଜଣେ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ଏହି ଘଟଣା ଘଟିଥିବା ସମୟରେ ଅନେକ ଲୋକ ଏହି ଭିଡିଓ ଦେଖୁଛନ୍ତି। ୧୧ ଡିସେମ୍ବରରେ ଭିଡିଓ ପୋଷ୍ଟ କରି ଭାବେଶ ସଥପତି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଏହା ଦିଲ୍ଲୀର ବୁଦ୍ଧ ବିହାର ଅଞ୍ଚଳର ଘଟଣା ଅଟେ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓରେ ରଶସ୍ତାରେ ଚିଡ଼ା ହୋଇଥିବା କାରର ନମ୍ବର ପ୍ଲେଟ୍ ହରିୟାଣା ରାଜ୍ୟର ବୋଲି ଜଣା ପଡିଛି। ଏହି କାରଣରୁ ଆମକୁ ଭିଡିଓଟି ଦିଲ୍ଲୀର ହୋଇନଥିବାର ସନ୍ଦେହ ହେଲା। 

NP.jpg

ଭାଇରାଲ ଭିଡିଓରେ ଆମକୁ ଫ୍ରେଣ୍ଡ୍ସ କ୍ୟାଫେ ନାମକ ଏକ ରେଷ୍ଟୁରାଣ୍ଟ ମଧ୍ୟ ଦେଖିବାକୁ ମିଳିଲା। ଗୁଗୁଲ ମ୍ୟାପରେ ଏହି ରେଷ୍ଟୁରାଣ୍ଟ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ହରିୟାଣା ରାଜ୍ୟର କର୍ନାଲ ସହରରେ ସେକ୍ଟର ୧୨ ରେ ସ୍ଥିତ ଅଛି। 

Map.jpg

Google Map

ଉପରୋକ୍ତ ତଥ୍ୟ ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓଟି ଦିଲ୍ଲୀର ଘଟଣା ହେଇଥିବା ଦାବି ମିଥ୍ୟା ଅଟେ। କିନ୍ତୁ ଏହି ଭିଡିଓ ବିଷୟରେ ଅଧିକ ସତ୍ୟତା ଜାଣିବା ପାଇଁ ଆମେ ଫ୍ରେଣ୍ଡ୍ସ କ୍ୟାଫେ ମାଲିକ କୃଷ୍ଣ ନରୱାଲଙ୍କ ଶୀତ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଲେ ଯେ, “ଭାଇରାଲ ହେଉଥିବା ଏହି ଭିଡିଓ ଏକ ୱେବ ସିରିଜର ଶୁଟିଙ୍ଗର ଭିଡିଓ ଅଟେ। ଏହା ପ୍ରକୃତ ଘଟଣା ନୁହେଁ। ଆମ କ୍ୟାଫେ ବାହାରେ ପ୍ରାୟ ତିନି ମାସ ପୂର୍ବରୁ ଏକ ୱେବ ସିରିଜର ଶୁଟିଙ୍ଗ ହେଇଥିଲା ଏବଂ ଏହି ଭିଡିଓ ତାହାର ଏକ ଅଂଶ ଅଟେ ଯାହାକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।”

କୃଷ୍ଣ ନରୱାଲ ଆମକୁ ଏହି ଶୁଟିଙ୍ଗର ଅନ୍ୟ କିଛି ଭିଡିଓ ଯୋଗାଇଲେ ଯାହା ସେ ତାଙ୍କ ଫୋନ୍ ରେ ରେକର୍ଡ କରିଥିଲେ। 

ଏହା ପରେ ଯେତେବେଳେ ଆମେ କର୍ନାଲ ପୋଲିସ ଏସ.ପି ଗଙ୍ଗା ରାମ ପୁନୀୟାଙ୍କ ସହ ଯୋହଯୋଗ କରିଲୁ, ସେ ମଧ୍ୟ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ବୋଲି କହିଲେ। ତାଙ୍କ କହିବା ଅନୁଯାୟୀ, “ଏହି ଭିଡିଓ କର୍ନାଲର ଫ୍ରେଣ୍ଡ୍ସ କ୍ୟାଫେ ସାମନାର ଅଟେ। ସମାନ ଭିଡିଓ ସେକ୍ଟର ୧୨ ରେ ସୁପର ମଲ୍ ରେ ଅବସ୍ଥିତ ଫ୍ରେଣ୍ଡ୍ସ କ୍ୟାଫେ ବାହାରେ ୨୧ ଜାନୁଆରୀରେ ଘଟିଥିବା ଏକ ୱେବ ସିରିଜ ଶୁଟିଙ୍ଗର ଭିଡିଓ ଅଟେ। ଆମ ପାଖରେ ସେହି ଶୁଟିଙ୍ଗର ଏକ ଅନୁମତି ପତ୍ର ମଧ୍ୟ ଅଛି। ୧୮ ଜାଉଆରିରେ କର୍ନାଲ ଜିଲ୍ଲା ଅଧିକାରୀ ଏହି ଶୁଟିଙ୍ଗ ପାଇଁ ଅନୁମତି ଦେଇଥିଲେ।”

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓର ଦିଲ୍ଲୀ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ହରିୟାଣାର କର୍ନାଲ ଜିଲ୍ଲାରେ ହେଇଥିବା ଏକ ୱେବ ସିରିଜ ଶୁଟିଙ୍ଗର ଭିଡିଓ ଅଟେ। ଏହା ଏକ ପ୍ରକୃତ ଘଟଣା ନୁହେଁ। 

Avatar

Title:କ’ଣ ଦିଲ୍ଲୀରେ ଜଣେ ପୋଲିସ ଅଧିକାରୀ ଏକ ଦମ୍ପତିଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False