କ’ଣ ଏହି ଭିଡିଓରେ କଂଗ୍ରେସ ପ୍ରବକ୍ତା ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଛନ୍ତି? ଜାଣନ୍ତୁ ସତ୍ୟ।

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ଏକ ନ୍ୟୁଜ ଚ୍ୟାନାଲରେ ସାକ୍ଷାତକାରର ଭିଡିଓ ଭାଇରାଲ ହେଉଛି। ଏହି ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରା ଯାଇଥିଲା ଯେ ଯେଉଁ ପ୍ରକାରରେ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ କୋରିଦାରର ଉଦଘାତନ କରିଛନ୍ତି, କ’ଣ ରାହୁଲ ଗାନ୍ଧୀ ଆସନ୍ତା ନିର୍ବାଚନରେ ତାଙ୍କ ମୁକାବିଲା କରି ପାରିବେ? ଏହାର ଉତ୍ତର ଦେଇ ସେହି ବ୍ୟକ୍ତି ଜଣ କହିଛନ୍ତି ଯେ ରାହୁଲ ଗାନ୍ଧୀ ନୁହେଁ ଏହା ସମସ୍ତଙ୍କ ପାଇଁ ଜଟିଳ ଅଟେ। ନରେନ୍ଦ୍ର ମୋଦୀ ହିରୋ ଅଟନ୍ତି। ଦେଶରେ ୧୦-୧୫ କୋଟି ଲୋକ ଏପରି ଅଛନ୍ତି ଯେଉଁମାନେ ତାଙ୍କୁ ଭଗବାନ ବୋଲି ମାନନ୍ତି। ଏହା ସହିତ ମଧ୍ୟ ସେ ଆହୁରି ବହୁତ କିଛି ନରେନ୍ଦ୍ର ମୋଦୀଙ୍କ ପ୍ରଶଂସାରେ କହିଛନ୍ତି। ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ବ୍ୟକ୍ତି ହେଉଛନ୍ତି କଂଗ୍ରେସ ଦଳର ପ୍ରବକ୍ତା। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି?

୧୮ ଡିସେମ୍ବରରେ ରବୀନ୍ଦ୍ରନାଥ ମିଶ୍ର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରିଛନ୍ତି ଯେ ଭିଡିଓରେ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରୁଥିବା ବ୍ୟକ୍ତି କଂଗ୍ରେସ ଦଳର ପ୍ରବକ୍ତା ଅଟନ୍ତି। ଏହା ସହିତ ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, “ଯେତେବେଳେ କଂଗ୍ରେସ ପ୍ରବକ୍ତାଙ୍କୁ ପତ୍ରକାର ପଚାରିଲେ କଣ ନରେନ୍ଦ୍ର ମୋଦୀଙ୍କ ମୁକାବିଲା ରାହୁଲ ଗାନ୍ଧୀ କରି ପାରିବେ କି? ସେତେବେଳେ କଂଗ୍ରେସ ପ୍ରବକ୍ତା ମୋଦୀଜୀଙ୍କ ବିଷୟରେ ଯାହା କହିଲେ ଶୁଣନ୍ତୁ…”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଲା ଯେ ଏହା ଫାର୍ଷ୍ଟ ଇଣ୍ଡିଆ ନ୍ୟୁଜ ଚ୍ୟାନାଲ ଦ୍ଵାରା ପ୍ରସାରିତ କରା ଯାଇଛି। ଏହା ପରେ ଆମେ ୟୁଟ୍ୟୁବରେ ଯାଇ ସମାନ ଭିଡିଓ ସର୍ଚ୍ଚ କରିଲୁ। ୧୪ ଡିସେମ୍ବର ରେ ଏହି ଭିଡିଓ ଫାର୍ଷ୍ଟ ଇଣ୍ଡିଆ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ପାଇଲୁ। ଭାଇରାଲ ଭିଡିଓ ହେଉଛି ଦି ନ୍ୟୁ ଯେସି ଶୋ’ର ଏକ ଅଂଶ। ନିମ୍ନରେ ଦିଆ ଯାଇଥିବା ଲିଙ୍କରେ ଆପଣ ମାନେ ପୁରା ଭିଡିଓ ଦେଖି ପାରିବେ। ଏହି ଭିଡିଓର ୫୫.୩୭ ମିନିଟ ପର ଅଂଶକୁ ଭାଇରାଲ କରା ଯାଉଛି। 

ଉପରୋକ୍ତ ଭିଡିଓରେ ଆଙ୍କର ୧.୦୫ ମିନିଟରେ କହୁଛନ୍ତି ଯେ “ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଚ୍ୟାନାଲ ହେଡ୍ ଜଗଦୀଶ ଚନ୍ଦ୍ର ଆମ ସହିତ ଉପସ୍ଥିତ ଅଛନ୍ତି।” ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ହେଉଥିବା ଭିଡିଓରେ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରୁଥିବା ବ୍ୟକ୍ତିଇ କଂଗ୍ରେସ ଦଳ ପ୍ରବକ୍ତା ନୁହନ୍ତି ବରଂ ସାମ୍ବାଦିକ ଜଗଦୀଶ ଚନ୍ଦ୍ର ଅଟନ୍ତି। 

ଏହି ବିଷୟରେ ଅଧିକ ସୂଚନା ଏକତ୍ର କରିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ତଥ୍ୟ ଖୋଜିଲୁ। ଫଳାଫଳରେ ଆମେ ଏକ ୱେବସାଇଟ ସାମନାକୁ ଆସିଲୁ ଯେଉଁଥିରେ ୪ ଜାନୁଆରୀ ୨୦୧୭ ମସିହାରେ ପ୍ରକାଶିତ ହେଇଥିବା ଏକ ରିପୋର୍ଟରେ ସୂଚନା ଦିଆ ଯାଇଛି ଯେ ଇଟିଭି କୁ ବିଦାୟ ଦେବା ପରେ ଜଗଦୀଶ ଚନ୍ଦ୍ରଜୀ ଏକ ଆଞ୍ଚଳିକ ଚ୍ୟାନାଲରେ ସିଇଓ ପଦବୀରେ ନିଯୁକ୍ତି ହୋଇଛନ୍ତି। 

ଆମ ପରବର୍ତ୍ତୀ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଜଗଦୀଶ ଚନ୍ଦ୍ର ହେଉଛନ୍ତି ଫାର୍ଷ୍ଟ ଇଣ୍ଡିଆ ନ୍ୟୁଜ ଚ୍ୟାନାଲର ସିଏମଡି। ଏଥିସହ, ଆମେ ରାଜସ୍ଥାନ କଂଗ୍ରେସ ମୁଖପାତ୍ରଙ୍କ ତାଲିକା ମଧ୍ୟ ଖୋଜି ବାହାର କରିଲୁ କିନ୍ତୁ ସେହି ତାଲିକାରେ କେଉଁଠାରେ ମଧ୍ୟ ଜଗଦୀଶ ଚନ୍ଦ୍ରଙ୍କ ନାମ ଉଲ୍ଲେଖ କରା ଯାଇ ନାହିଁ। 

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓ ସହିତ ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଥିବା ବ୍ୟକ୍ତି କଂଗ୍ରେସ ଦଳ ପ୍ରବକ୍ତା ନୁହନ୍ତି ବରଂ ଜଣେ ସାମ୍ବାଦିକ ଜଗଦୀଶ ଚନ୍ଦ୍ର ଅଟନ୍ତି।

Avatar

Title:କ’ଣ ଏହି ଭିଡିଓରେ କଂଗ୍ରେସ ପ୍ରବକ୍ତା ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *