
ସୋସିାଲ ମିଡିଆରେ ଏକ ଭିଡିଓ ଅଧିକ ମାତ୍ରାରେ ସେୟାର ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ପାକିସ୍ତାନର ନ୍ୟାସନାଲ ଆସେମ୍ବଲିର ସଦସ୍ୟ ଆମିର ଲିଆକୁଟ ହୁସେନ୍ଙ୍କୁ 2021ର ହିଟ୍ ବଲିଉଡ ଗୀତ ଟିପ ଟିପ ବର୍ଷା ପାନିରେ ନାଚୁଥିବାର ଦାବି କରାଯାଉଛି। ଟ୍ୱିଟର ଏବଂ ଫେସବୁକରେ ହଜାର ହଜାର ୟୁଜର୍ସ ଏହାକୁ ଏହି ଦାବିରେ ଭାଇରାଲ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
ଓଡ଼ିଆ prameya ନ୍ୟୁଜ ଚ୍ୟାନଲରେ ଭାଇରାଲ ଭିଡିଓର ଖବର ପ୍ରକାଶିତ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଟିପ୍-ଟିପ୍ ବରଷା ପାନି’ ଗୀତରେ କ୍ୟାଟ୍ରିନା କୈଫଙ୍କ ଅନ୍ଦାଜ ପୂର୍ବରୁ ଆମେ ଦେଖି ସାରିଛୁ। ବର୍ତ୍ତମାନ ତାଙ୍କୁ ଟକ୍କର ଦେବାକୁ ଜଣେ ବ୍ୟକ୍ତି ଆସିଛନ୍ତି। ପାକିସ୍ତାନୀ ସାଂସଦ ଏହି ଗୀତରେ ଏପରି ଡ୍ୟାନ୍ସ କରିଛନ୍ତି, ଯାହା ଦେଖିଲେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓ ଦେଖିବା ପରେ କିଛି ଲୋକ ସାଂସଦଙ୍କୁ ପ୍ରଶଂସା କରୁଥିବାବେଳେ ଏହାକୁ କିଛି ଏହାକୁ ତୀବ୍ର ବିରୋଧ କରୁଛନ୍ତି।

ଏଠାରେ ଲିଙ୍କ ଦେଖନ୍ତୁ- prameya । Archive
ଏହା ଭିଡିଓ Dhinkishalaru Dhenkanala ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପୋଷ୍ଟ କରାଯାଇଛି।
ତେବେ କଣ ଟିପ ଟିପ ବର୍ଷା ପାନି ଗୀତରେ ପାକିସ୍ତାନ ସାଂସଦ ନାଚିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଆମେ କିଛି କୀ ଶବ୍ଦ ମାଧ୍ୟମରେ ଗୁଗୁଲରେ ଭାଇରାଲ ଭିଡିଓ ଖୋଜିଲୁ। ଏହି ସମୟରେ ଆମେ HS Studio by Bilal Saeed ନାମକ ଏକ ପାକିସ୍ତାନୀ ଫେସବୁକ୍ ଆକାଉଣ୍ଟରେ ଭାଇରାଲ୍ ଭିଡିଓ ପାଇଲୁ। ଆକାଉଣ୍ଟ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲା ଯେ ଏଚଏସ୍ ଷ୍ଟୁଡିଓ ହେଉଛି ପାକିସ୍ଥାନର ଏକ ପେସାଦାର ବିବାହ ଫଟୋଗ୍ରାଫି ଷ୍ଟୁଡିଓ, ଯାହା ବିବାହ ଏବଂ ବ୍ୟବସାୟିକ ସମାରୋହ ଫଟୋଗ୍ରାଫି କରିଥାଏ। ଭାଇରାଲ୍ ଭିଡିଓ ଏହାର ଫେସବୁକ୍ ଆକାଉଣ୍ଟରେ ସେୟାର୍ କରିବାବେଳେ, HS ଷ୍ଟୁଡିଓ ଏହାକୁ କୋରିଓଗ୍ରାଫର୍ ଶୋଏବ ଶାକୋର ବୋଲି ବର୍ଣ୍ଣନା କରିଛନ୍ତି।
ଏହା ପରେ ଉପୋରୋକ୍ତ ମିଳିଥିବା ସୁଚନାକୁ ଦେଖି ଅଧିକ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Saeed Shoaiba Shakoor ଇଷ୍ଟାଗ୍ରାମ ଆଇଡି ମିଳିଲା। ଯେଉଁଥିରେ ଭାଇରାଲ ଭିଡିଓ ପୋଷ୍ଟ ହୋଇଛି। ଖବର ଅନୁସାରେ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି କୋରିଓଗ୍ରାଫର୍ ,ଗାୟକ,ଅଭିନେତା, ପ୍ରଦର୍ଶନକାରୀ,ସଙ୍ଗୀତ ପ୍ରେମୀ ଅଟନ୍ତି। ଏହା ଛଡ଼ା ଆକାଉଣ୍ଟରେ ଅନ୍ୟ ପୋଷ୍ଟ ମଧ୍ୟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Saeed Shoaiba Shakoor
ଆମର ପରବର୍ତ୍ତୀ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଭିଡିଓଟି ଜାନୁୟାରୀ 6, 2022 ରେ ଇନଷ୍ଟାଗ୍ରାମ ପେଜ Scoopwhoop ରେ ମଧ୍ୟ ଅପଲୋଡ୍ ହୋଇଥିଲା। ଏହି ଯୁବ ନୃତ୍ୟଶିଳ୍ପୀ ପାକିସ୍ତାନୀ କୋରିଓଗ୍ରାଫର ଶୋଏବ ଶକୁର ବୋଲି କୁହାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ନିମ୍ନରେ ଆପଣ ପାକିସ୍ତାନୀ କୋରିଓଗ୍ରାଫର ଶୋଏବ ଶକୁର ଏବଂ ପାକିସ୍ତାନୀ ସାଂସଦ ଆମିର ଲିଆକୁଟ ହୁସେନଙ୍କ ଫଟୋ ମଧ୍ୟରେ ପାର୍ଥକ୍ୟ ଦେଖିପାରିବେ।

ଶେଷକଥା–
ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଟିପ ଟିପ ବର୍ଷା ପାନି ଭାଇରାଲ ଭିଡିଓରେ ନାଚୁଥିବା ବ୍ୟକ୍ତି ଜଣକ ପାକିସ୍ତାନୀ ସାଂସଦ ଆମିର ଲିଆକୁଟ ହୁସେନ୍ଙ୍କ ନୁହେଁ ବରଂ ପାକିସ୍ତାନୀ କୋରିଓଗ୍ରାଫର ଶୋଏବ ଶକୁର ଅଟନ୍ତି।

Title:ଟିପ୍ ଟିପ୍ ବର୍ଷା ପାନି ଗୀତରେ ନାଚୁଛନ୍ତି ପାକିସ୍ତାନ ସାଂସଦ ?
Fact Check By: Saritadevi SamalResult: False
