
ଓଡ଼ିଶାରେ ପ୍ରକାଶ ମିଶ୍ରଙ୍କ ନାମ ବହୁତ ପ୍ରସିଦ୍ଧ। ସେ ଜଣେ ଆଇପିଏସ ଅଧିକାରୀ ଥିଲେ ଏବଂ ୨୦୧୨ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଡିଜିପି ପଦବୀରେ ସେବା କରିଥିଲେ। ଏହା ପରେ ସେ ବିଜେପି ଦଳରେ ସାମିଲ ହୋଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପ୍ରକାଶ ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ପଦବୀରେ ନିଯୁକ୍ତି କରା ଯାଇଛି।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୬ ଜାନୁଆରୀରେ ସ୍ଵପ୍ନ ଜିତ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ପୋଷ୍ଟ ମାଧ୍ୟମରେ ଦାବି କରି କହିଛନ୍ତି ଯେ, “କେନ୍ଦ୍ରରେ ପୁଣି ଓଡିଆ ପୁଅଙ୍କୁ ଗୁରୁତ୍ଵ। ପୂର୍ବତନ ଡିଜିପିପ୍ରକାଶ ମିଶ୍ର ହେଲେ ପ୍ରଥମ ଲଦାଖ ଉପରାଜ୍ୟପାଳ। ନୂତନ ଘୋଷିତ କେଣ୍ଡା ଶାସିତ ଅଂଚଳ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ତଥ୍ୟ ଖୋଜିଲୁ। ଫଳାଫଳରେ ଆମକୁ ୫ ଅକ୍ଟୋବର ୨୦୧୯ ମସିହାରେ କଳିଙ୍ଗ ଟିଭିର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଭାଇରାଲ ଦାବି ବିଷୟରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଛି ଯେ ସୋସିଆଲ ମିଡିଆରେ ଲଦାଖ ଅଞ୍ଚଳର ଉପରାଜ୍ୟପାଳ ପଦବୀ ପାଇଁ ଓଡ଼ିଶା ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ରଙ୍କ ନାମ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଏହାକୁ ଖଣ୍ଡନ କରିଛନ୍ତି। କଳିଙ୍ଗ ଟିଭିକୁ ପ୍ରକାଶ ମିଶ୍ର କହିଛନ୍ତି ଯେ ଏହା କେବଳ ଏକ ଚର୍ଚ୍ଚା।
କିନ୍ତୁ କ’ଣ ୨୦୧୯ ପରେ ପ୍ରକାଶ ମିଶ୍ରଙ୍କୁ ଉପରାଜ୍ୟପାଳ ନିଯୁକ୍ତି କରା ଯାଇଛି?
ଏହା ଜାଣିବା ପାଇଁ ଆମେ ଭାରତ ସରକାରର ୱେବସାଇଟରେ ଯାଇ ଉପରାଜ୍ୟପାଳଙ୍କ ତାଲିକା ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଲଦାଖର ଉପରାଜ୍ୟପାଳ ହେଉଛନ୍ତି ଶ୍ରୀ ରାଧା କ୍ରୀଷ୍ଣା ମାଥୁର।

ଏହା ପରେ ଆମକୁ ଲଦାଖର କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ୱେବସାଇଟରେ ମଧ୍ୟ ଉଲେଖ ହେଇଛି ଯେ ଶ୍ରୀ ରାଧା କ୍ରୀଷ୍ଣା ମାଥୁର ଲଦାଖର ଉପରାଜ୍ୟପାଳ ଅଟନ୍ତି।

ଫ୍ୟାକ୍ଟ କ୍ରିଷେଣ୍ଡୋ ଓଡିଆ ଶ୍ରୀନଗରର ଦି ସିଟିଜେନ୍ ପତ୍ରିକାର ଜଣେ ସାମ୍ବାଦିକ ବଶିତ ଜାରଗରଙ୍କ ସହିତ ଯୋଗାଯୋଗ କରିଲେ ଯିଏ ଲଦାଖ ସରକାର ସହିତ ସମ୍ପର୍କ କରି ଆମକୁ ସୂଚନା ଦେଲେ ଯେ ବର୍ତ୍ତମାନ ଶ୍ରୀ ରାଧା କ୍ରୀଷ୍ଣା ମାଥୁର ଲଦାଖର ଉପରାଜ୍ୟପାଳ ଅଟନ୍ତି।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଗୃହ ମନ୍ତରାଳୟ ୱେବସାଇଟରେ ପିଆଇବି ଦ୍ଵାରା ଜାରି କରା ଯାଇଥିବା ଏକ ସୂଚନା ମିଳିଲା। ୩୧ ଅକ୍ଟୋବର ୨୦୧୯ ତାରିଖରେ ଜାରି କରା ଯାଇଥିବା ଏହି ସୂଚନାରେ ଉଲ୍ଲେଖ କରା ଯାଇଛି ଯେ ଶ୍ରୀ ରାଧା କ୍ରୀଷ୍ଣା ମାଥୁର ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ପ୍ରକାଶ ମିଶ୍ରଙ୍କ ଲଦାଖର ଉପରାଜ୍ୟପାଳ ଭାବରେ ନିଯୁକ୍ତି ହେବାର ମିଥ୍ୟା ଖବର ୨୦୧୯ ମସିହାରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାର ଖଣ୍ଡନ ନିଜେ ପ୍ରକାଶ ମିଶ୍ର କରିଛନ୍ତି। ବିଭିନ୍ନ ସରକାରୀ ୱେବସାଇଟ ରେ ଉଲ୍ଲେଖ କରା ଯାଇଛି ଯେ ଲଦାଖର ଉପରାଜ୍ୟପାଳ ହେଉଛନ୍ତି ଶ୍ରୀ ରାଧା କ୍ରୀଷ୍ଣା ମାଥୁର।

Title:କ’ଣ ଓଡିଶା ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ପଦବୀରେ ନିଯୁକ୍ତି କରା ଯାଇଛି?
Fact Check By: Siddharth SahuResult: False
