
କୋଭିଡର ପ୍ରଥମ ଲହର ସମୟରେ ଯେତେବେଳେ ଟୀକାର ଉତ୍ପାଦନ କରା ଯାଇଥିଲା, ସେହି ସମୟରୁ ଟୀକା ଗୁଡିକ ବିଷୟରେ ଅନେକ ମିଥ୍ୟା ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା। ଏହି ଦାବି ଗୁଡିକ ମୁଖ୍ୟ କାରଣ ଥିଲା ଯେଉଁଥିପାଇଁ ଲୋକମାନେ ଟୀକା ନେବାକୁ ଦ୍ଵିଧାରେ ପଡିଥିଲେ। ବର୍ତ୍ତମାନ ଯେହେତୁ ଆମେ କୋଭିଡର ତୃତୀୟ ଲହର ସମ୍ମୁଖୀନ ହେଉଛୁ ଏବଂ ଓମିକ୍ରନ୍ ଭାରିଆଣ୍ଟର ବିପଦ ଆମ ଦ୍ଵାରରେ ଅଛି, କୋଭିଡ ଟୀକା ବିଷୟରେ ସମାନ ମିଥ୍ୟା ଦାବି ସୋସିଆଲ ମିଡିଆରେ ପୁନର୍ବାର ଦେଖିବାକୁ ମିଳୁଛି।
୧୩ ଜାନୁଆରୀରେ ତପନ ପାଢି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ ଟୀକା ଦ୍ଵାରା ସରକାର ଲୋକଙ୍କୁ ନପୁଂଶକ, ମୃତ୍ୟୁ କିମ୍ବା ବିଭିନ୍ନ ବିପଜ୍ଜନକ ରୋଗ ଦେବାର ଲକ୍ଷ ରଖିଛି। ଜାଗୃତ ହୁଅନ୍ତୁ

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସିଡିସି ୱେବସାଇଟରେ ଭାଇରାଲ ଦାବି ବିଷୟରେ ତଥ୍ୟ ମିଳିଲା। ସିଡିସି ଅନୁଯାୟୀ ସମ୍ପ୍ରତ୍ତି କୌଣସି ପ୍ରମାଣ ଦର୍ଶାଏ ନାହିଁ ଯେ କୋଭିଡ ଟୀକା ଦ୍ଵାରା କୌଣସି ପୁରୁଷ ପ୍ରାଜନନ ସମସ୍ୟା ସୃଷ୍ଟି ହୋଇଥାଏ। କୋଭିଡ ଟୀକା ଗ୍ରହଣ କରିଥିବା ୪୫ ଜଣ ସୁସ୍ଥ ପୁରୁଷଙ୍କ ନିକଟରେ ହୋଇଥବା ଏକ ଛୋଟ ଅଧ୍ୟୟନ ଦ୍ଵାରା ଜଣା ପଡିଲା ଯେ ଟୀକାକରଣ ପରେ ତାଙ୍କ ଶୂକ୍ରାଣୁ ଗୁଣରେ କୌଣସି ବିଶେଷ ପରିବର୍ତ୍ତନ ହେଇ ନାହିଁ।

ଅନ୍ୟ ଏକ ୱେବସାଇଟରେ କୋଭିଡ ଟୀକାର ଶୂକ୍ରାଣୁ ଉପରେ ପଡୁଥିବା ପ୍ରଭାବ ବିଷୟରେ ଅଧ୍ୟୟନର ବିବରଣୀ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ଅଧ୍ୟୟନ ଦ୍ଵାରା ଜାଣିବାକୁ ମିଳିଛି ଯେ ଓଭିଡ ଟୀକାର ଦୁଇତୀୟ ଡୋଜ୍ ପୂର୍ବରୁ ଏବଂ ପରେ ଶୁକ୍ରାଣୁ ସଂଖ୍ୟାରେ କୌଣସି ଗୁରୁତ୍ୱପୂର୍ଣ୍ଣ ହ୍ରାସ ହୋ ନାହିଁ। କୋଭିଡ ଟୀକାରେ mRNA ଥାଏ ଏବଂ ଜୀବନ୍ତ ଜୀବାଣୁ ନୁହେଁ, ସେଥିପାଇଁ ଏହି ଟୀକା ଗୁଡିକ ଶୁକ୍ରାଣୁ ସଂଖ୍ୟା ଉପରେ ପ୍ରଭାବ ପକାଇବା ସମ୍ଭବ ନୁହେଁ।

ଏହା ପରେ ଆମେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରେ ଯାଇ କୋଭିଡ ଟୀକା ବିଷୟରେ ତଥ୍ୟ ଏକତ୍ର କରିଲୁ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଟୀକା ଜୀବାଣୁରୁ ରକ୍ଷା କରିବା ପାଇଁ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ବଢାଇଥାଏ। ଏହି ପ୍ରକ୍ରିୟାରେ ବେଳେ ବେଳେ ଜ୍ଵର, ଥଣ୍ଡା କିମ୍ବା ମୁଣ୍ଡବିନ୍ଧା ପରି ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି କରି ପାରେ।

(YouTube Link)
୧୪ ଜୁନ୍ ୨୦୨୧ ରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ହର୍ଷବର୍ଦ୍ଧନ ଟୁଇଟ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ କୋଭିଡ ଟୀକା ଦ୍ଵାରା ନପୁଂଷକତା ସୃଷ୍ଟି ହୁଏ ନାହିଁ। ସେ ତାଙ୍କ ତ୍ୱ୍ବେତରେ ଲେଖିଛନ୍ତି, “କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ଯେ କୋଭିଡ ଟୀକା ପୁରୁଷ କିମ୍ବା ମହିଳାଙ୍କ ମଧ୍ୟରେ ବାନ୍ଧ୍ୟାତ୍ଵସୃଷ୍ଟି କରି ପାରେ। ଦୟା କରି ଏହିପରି ଗୁଜବ କିମ୍ବା ଯାଞ୍ଚ ହୋଇନଥିବା ଉତ୍ସରୁ ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ କୋଭିଡ ଟୀକା ମଣିଷଙ୍କୁ ନପୁଂଶକ କରି ନଥାଏ କିମ୍ବା ଏହା ଦ୍ଵାରା ଜୀବନକୁ ବିପଦ ମଧ୍ୟ ଆସି ନଥାଏ। ଭାଇରାଲ ଦାବି ମିଥ୍ୟା ଅଟେ। ଏହାକୁ ବିଶ୍ଵାସ କରନ୍ତୁ ନାହିଁ। ଟୀକା ନେଇ ନିଜକୁ, ନିଜ ପରିବାରକୁ ଏବଂ ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ।

Title:କ’ଣ କରୋନା ଟୀକା ମଣିଷଙ୍କୁ ନପୁଂଶକ କରି ଥାଏ କିମ୍ବା ଏହା ଦ୍ଵାରା ଜୀବନକୁ ବିପଦ ଆସି ଥାଏ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
