ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦର ଆସାଦୁଦ୍ଦିନ ଓୱାଇସିଙ୍କ ଘର ପାଖରେ ଦେଶର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ନିର୍ମାଣ କରିଛନ୍ତି ?

False Political

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି , ଯେଉଁଥିରେ  ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ହାଇଦ୍ରାବାଦର ଆସାଦୁଦ୍ଦିନ ଓୱାଇସିଙ୍କ ଘର ପାଖରେ  ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ନାମରେ ଜଣାଶୁଣା ସେଣ୍ଟ ରାମାନୁଜା ଚାରିଆଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ପୋଷ୍ଟରେ ମୂର୍ତ୍ତିର ବିଶେଷତା ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି ଏବଂ ମୂର୍ତ୍ତିର ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି।  ୟୁପି ନିର୍ବାଚନ ପ୍ରସଙ୍ଗରେ ଏହି ଖବର ସେୟାର କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ଏବଂ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦର ଆସାଦୁଦ୍ଦିନ ଓୱାଇସିଙ୍କ ଘର ପାଖରେ ଦେଶର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ନିର୍ମାଣ କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 30ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲୋକ ଦେଖିଛନ୍ତି ମଧ୍ୟ। ତଳେ ପୋଷ୍ଟର ଆର୍କାଇଭ୍ ଲିଙ୍କ ଦେଖନ୍ତୁ। 

ତେବେ କଣ ଭାଇରାଲ ଭିଡିଓରେ ଦେଖାଯାଇଥିବା ମୂର୍ତ୍ତି ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦର ଆସାଦୁଦ୍ଦିନ ଓୱାଇସିଙ୍କ ଘର ପାଖରେ  ଦେଶର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ନିର୍ମାଣ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ TV9 Gujarati  ଚ୍ୟାନେଲରେ ଭାଇରାଲ ଖବର ପାରଇଲୁ। ଯେଉଁଥିରେ ଏହି ପ୍ରତିମା ବିଷୟରେ ସୂଚନା ଦିଆଯାଇଛି। 18 ସେପ୍ଟେମ୍ବର 2021 ପ୍ରକାଶିତ ଖବର ଅନୁସାରେ ସେଣ୍ଟ ଶ୍ରୀ ରାମାନୁଜାଚାର୍ଯ୍ୟ ସ୍ୱାମୀଙ୍କ ସହସ୍ର ଜନ୍ମ ବାର୍ଷିକୀ ଅବସରରେ ଶ୍ରୀ ଚିନ୍ନା ଜୟର ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଦ୍ଘାଟନୀ ସମାରୋହରେ ନିମନ୍ତ୍ରଣ କରିଛନ୍ତି। ଏହି ପ୍ରତିମୂର୍ତ୍ତିର ନାମ ‘ଷ୍ଟାଚ୍ୟୁ ଅଫ୍ ସମାନତା’ ରଖାଯାଇଛି। ଦକ୍ଷିଣ ଭାରତର ଅନ୍ୟାନ୍ୟ ପ୍ରମୁଖ ନ୍ୟୁଜ୍ ଚ୍ୟାନେଲଗୁଡିକର ନ୍ୟୁଜ୍ ବୁଲେଟିନ୍ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

16 ଜାନୁଆରି 2018ରେ Sakshi TV ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଏହି ଖବର ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ଏହା ହାଇଦ୍ରାବାଦରେ ରାମାନୁଜାଙ୍କ ବିଶ୍ୱର ଦ୍ୱିତୀୟ ଉଚ୍ଚତମ ପ୍ରତିମୂର୍ତ୍ତି ନିର୍ମାଣର ଏକ ପର୍ଯ୍ୟଟନ ପ୍ରକଳ୍ପ ଅଟେ। 1000 କୋଟି ବଜେଟ୍ ସହିତ 1000 ବର୍ଷ ପୂରଣ କରିବା ଅବସରରେ ତ୍ରିଦାଣ୍ଡି ଚିନ୍ନା ଜିଆର ସ୍ୱାମୀ ଆଶ୍ରମଙ୍କ ଦ୍ୱାରା ପୃଥିବୀରେ 120 ବର୍ଷ ବଞ୍ଚିବା ତାଙ୍କ ସ୍ମୃତିରେ ଏହା ନିର୍ମାଣ କରାଯାଉଛି। ଚିନ୍ନା ଜିଆର ଆଶ୍ରମର 40 ଏକର ଅଞ୍ଚଳରେ ଏହା 216 ମିଟର ଲମ୍ବ, ରାମାନୁଜା ର 108 ମିଟର ଭୂତଳ ମନ୍ଦିର ସହିତ 108 କିଲୋଗ୍ରାମର ସୁବର୍ଣ୍ଣ ମୂର୍ତ୍ତି ସହିତ ନିର୍ମାଣ କରାଯାଉଛି। ସମସ୍ତ ଅଂଶ 1200 ଶିଳ୍ପୀ ଏବଂ କଳାକାରଙ୍କ ସାହାଯ୍ୟରେ ଏକତ୍ରିତ ହୋଇ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତ କରିବା ପାଇଁ ଯତ୍ନ ନିଆଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ, ଆମେ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ୱେବସାଇଟ୍ ର ବିଭିନ୍ନ ବିଭାଗ ଯାଞ୍ଚ କରିବା ଆରମ୍ଭ କଲୁ। ଆମକୁ  ପିଏମ ମୋଦୀଙ୍କୁ ନିମନ୍ତ୍ରଣ ଦିଆଯାଉଥିବାର ଏକ ଫଟୋ ଦେଖିଲୁ। ଏହା ଅନୁଯାୟୀ, HH ଶ୍ରୀ ତ୍ରିଦାଣ୍ଡି ଶ୍ରୀମାନନାରାୟଣ ରାମାନୁଜା ଚିନ୍ନା ଜିଆର ସ୍ୱାମୀଜୀ 216 ଫୁଟ ଭଗବଦ୍ ରାମାନୁଜାଚାର୍ଯ୍ୟ ଏବଂ 108 ଟି ପ୍ରେରଣା କେନ୍ଦ୍ରର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ଫେବୃଆରୀ 2 ରୁ 14 ଫେବୃଆରୀ 2022 ପର୍ଯ୍ୟନ୍ତ ହେବାକୁ ଯାଉଛି ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ।  statue of equality  ପେଜରେ ପ୍ରକାଶିତ ଖବର ଅନୁସାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ମଧ୍ୟ ଉଲ୍ଲେଖ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- statue of equality

ଏହା ପରେ ସେହି ପେଜରେ କିଛି ଖବର କାଗଜର ପୋଷ୍ଟର ପାଇଲୁ। statue of equality. ପେଜରେ ବନାଯାଇଥିବା ମନ୍ଦିରର ଖବର ମିଳିଲା। ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ଏହି ମିନ୍ଦିର ଦାନ ପାଣ୍ଡିରେ ମିଳିଥିବା ପଇସାରେ ନିର୍ମିତ ହୋଇଛି। ଯାହାକି ଏହାର ଓଫିସିଆଲ ଆକାଉଣ୍ଟରେ ମଧ୍ୟ ଦେଖିପାରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଅଧିକ ଅନୁସନ୍ଧାନରେ, ଆମେ ଟ୍ରଷ୍ଟର ୱେବସାଇଟରେ ଆର୍ଥିକ ରିପୋର୍ଟ ମଧ୍ୟ ପାଇଲୁ ଯେଉଁଥିରେ ଏହି ସଂଗ୍ରହାଳୟ ପାଇଁ ପ୍ରାପ୍ତ ଦାନ ଏବଂ ଏହାର ବ୍ୟୟ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ଟ୍ରଷ୍ଟ ସମଗ୍ର ବିଶ୍ୱରେ ନିଜର ଭକ୍ତମାନଙ୍କୁ ଦାନ ପାଇଁ ନିବେଦନ କରିଥିଲା। ତେବେ ସୂଚନାଯୋଗ୍ୟ ଯେ ଭାରତୀୟ ଜନତା ପାର୍ଟି କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୌଣସି ପ୍ରକାରର ନାମ ଉଲ୍ଲେଖ କରାଯାଇ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।

ଏହା ପରେ ଆମେ statue of equality ପେଜରେ ପୋଷ୍ଟ କରାଯାଇଥିବା ନମ୍ବରରେ ସମ୍ପର୍କ କରିଲୁ। ଯେଉଁଥିରେ ସେ ଆମକୁ ସ୍ପଷ୍ଟ କରିଛନ୍ତି ଯେ, ” ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ସମର୍ପିତ ସମାନତାର ପ୍ରତିମୂର୍ତ୍ତି ବନିବାରେ ବିଜେପି କିମ୍ବା କୌଣସି ରାଜନୈତିକ ଦଳର କୌଣସି ସମ୍ପୃକ୍ତି ନାହିଁ।  ଏହା କେବଳ ଦାନରୁ କରାଯାଇଛି। ଏହି ମୁର୍ତ୍ତି ଏବଂ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ କେବଳ ଦାନରୁ ପ୍ରସ୍ତୁତ କିମ୍ବା ଆୟୋଜନ କରାଯାଇଛି। ଆମେ ୧୦୦ ଟଙ୍କାରୁ ଦାନ ସଂଗ୍ରହ କରିଛୁ। ଆମେ ଦାନ ନେଇଛୁ ଏବଂ ପ୍ରତ୍ୟେକ ଦାନର ରସିଦ ମଧ୍ୟ ପ୍ରକାଶିତ କରିଛୁ।  2014 ରୁ  ଏହି ଦାନ ନେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। 

ଶେଷକଥା

ଆମର ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ସମର୍ପିତ ସମାନତାର ପ୍ରତିମୂର୍ତ୍ତି ଜିୟର ଏଜୁକେସନାଲ୍ ଟ୍ରଷ୍ଟ ଦ୍ୱାରା ସମଗ୍ର ବିଶ୍ୱରେ ସେମାନଙ୍କ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ଦାନ ସାହାଯ୍ୟରେ ନିର୍ମିତ ହୋଇଛି। ଯଦିଓ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଫେବୃଆରୀ 5, 2022 ରେ ଉନ୍ମୋଚନ କରିବେ କିନ୍ତୁ ଏହାର ବିଜେପି କିମ୍ବା ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ସମ୍ପର୍କ ନାହିଁ। ତେଣୁ ଭାଇରାଲ ଦାବି ବିଭ୍ରାନ୍ତିକର ଅଟେ।

Avatar

Title:ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦର ଆସାଦୁଦ୍ଦିନ ଓୱାଇସିଙ୍କ ଘର ପାଖରେ ଦେଶର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ନିର୍ମାଣ କରିଛନ୍ତି ?

Fact Check By: Saritadevi Samal 

Result: Missing Context

Leave a Reply

Your email address will not be published.