କ’ଣ ଫୋଟୋରେ ଥିବା ପୁସ୍ତକଟି ହେଉଛି କୁରାନ ଯାହା ସମୁଦ୍ରତଳୁ ମିଳିଥିଲା? ଜାଣନ୍ତୁ ସତ୍ୟ।

False Religious

ସୋସିଆଲ ମିଡିଆରେ ଏକ ପୁସ୍ତକର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହି ପୁସ୍ତକଟି ହେଉଛି ମୁସଲମାନଙ୍କର ପବିତ୍ର ଗ୍ରନ୍ଥ ଯାହା ଅନେକ ବର୍ଷ ଧରି ସମୁଦ୍ରର ଗଭୀରତାରୁ ମିଳିଛି। ଏହା ଅନେକ ବର୍ଷ ଧରି ପାଣିରେ ରହି ଆସିଛି କିନ୍ତୁ ଅକ୍ଷୁର୍ଣ୍ଣ ରହିଛି। 

ଏହି ପୋଷ୍ଟକୁ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଳୀ।  

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

ଆମ ଅନୁସନ୍ଧାନ: 

ଅନୁସନ୍ଧାନ ପ୍ରାରମ୍ଭରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ଏକ ଭିନ୍ନ ଦାବି ସହିତ ଭାଇରାଲ ହେଉଥିବା ମ୍ଳିଲା। ୨୦୧୮ ମସିହାରେ ସମାନ ଫୋଟୋ ପୋଷ୍ଟ କରି ଦାବି କରା ଯାଇଥିଲା ଯେ ଫୋଟୋରେ ଥିବା ପୁସ୍ତକ ବାଇବେଲ ଅଟେ। 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଏହା ପରେ ଆମେ ପ୍ରକାଶ ପାଇଲୁ ଯେ ଏହି ଫୋଟୋ ସୋସିଆଲ ମିଡିଆରେ ବହୁ ବର୍ଷ ଧରି ସେୟାର କରା ଯାଇଛି। ପରବର୍ତ୍ତୀ ସନ୍ଧାନରୁ ଜଣା ପଡିଲା ଯେ ଫୋଟୋଟି ୨୦୧୪ ମସିହାରେ କ୍ୟାଥେରୀନ୍ ମେକେଭରଙ୍କ ବ୍ଲଗ୍ ରେ ପୋଷ୍ଟ କରା ଯାଇଛି। ଫୋଟୋ ପୋଷ୍ଟ କରି ସେ କହିଛନ୍ତି, “ଯେତେବେଳେ ମୁଁ ସାନ୍ ଫ୍ରାନସିସ୍କୋର ଏକ ଆର୍ଟ ଗ୍ୟାଲେରୀକୁ ଯାଇଥିଲି ସେଠାରେ ମୁଁ ପୁସ୍ତକ ଗୁଡିକ ସ୍ଫଟିକ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲି। ଯେତେବେଳେ ମୁଁ ପଚାରିଲି ଯେ ପୁସ୍ତକକୁ କେଉଁ ପ୍ରକାରରେ ସ୍ଫଟିକ କରା ଯାଇଛି, ମୋତେ ଏକ ପ୍ରଶିକ୍ଷଣ ଶ୍ରେଣୀରେ ଯୋଗ ଦେବା ଦେବା ପାଇଁ କୁହା ଗଲା ଯାହାର ମୂଲ୍ୟ $୪୦୦ ଥିଲା। ସେଥିପାଇଁ ମୁଁ ଘରେ ଆସି ଗୁଗୁଲ ସର୍ଚ୍ଚ କରିଲି। ପୁସ୍ତକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପରେ କିପରି ସ୍ଫଟିକ ତିଆରି କରା ଯିବସେ ସମ୍ବନ୍ଧରେ ଅନେକ ମାଗଣା କ୍ଲିପ୍ ଥିଲା। ଏହାକୁଭିତ୍ତିକରି ମୁଁ ଏକ ସ୍ଥାନୀୟ ଦୋକାନକୁ ଯାଇ $୬ ଡ଼ଓ କମ ମୂଲ୍ୟରେ ଉତ୍ପାଦ କିଣି ଏକ ବହିକୁ ସ୍ଫଟିକ କରିଲି।”

ଏହା ବାବଦ ବ୍ଲଗ୍ ରେ ଫୋଟୋ ପୋଷ୍ଟ କରି ତାହା ତଳେ ଉଲ୍ଲେଖ କରା ଯାଇଛି ଯେ ଏହା ଜର୍ମାନ-ଇଂରାଜୀ ଅଭିଦାନ ଅଟେ। 

Website | Archive

ଏହି ୱେବସାଇଟରେ ଭାଇରାଲ ଫୋଟୋରେ ଥିବା ସମାନ ବହିର ଅନ୍ୟ ଫୋଟୋ ମଧ୍ୟ ପ୍ରକାଶିତ ହରିଛି। 

ଏଏଫପି ଦ୍ଵାରା ଜାରି କରା ଯାଇଥିବା ଏକ ଫ୍ୟାକ୍ଟ ଚେକ୍ ରେ ଦର୍ଶାଅ ଯାଇଛି ଯେ କ୍ୟାଥେରୀନ୍ ମେକେଭରଙ୍କ ସହିତ ପଚରାଉଚରା କରିଲା ପରେ ସେ କହିଛନ୍ତି, “ଏହା ବାଇବେଲ, କୁରାନ କିମ୍ବା ଅନ୍ୟ କୌଣସି ଧାର୍ମିକ ପୁସ୍ତକ ନୁହେଁ। ଏହା ଜର୍ମାନ-ଇଂରାଜୀ ଅଭିଧାନ ପୁସ୍ତକ ଅଟେ।”

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋର କୌଣସି ଧାର୍ମିକ ପୁସ୍ତକ ହେଇଥିବା ଦାବି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ। ଏହା ଏକ ଜର୍ମାନ-ଇଂରାଜୀ ଅଭିଧାନ ପୁସ୍ତକ ଅଟେ ଯାହାକୁ ସ୍ଫଟିକ କରା ଯାଇଛି।

Avatar

Title:କ’ଣ ଫୋଟୋରେ ଥିବା ପୁସ୍ତକଟି ହେଉଛି କୁରାନ ଯାହା ସମୁଦ୍ରତଳୁ ମିଳିଥିଲା? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *